ବ୍ୟବସାୟ

ଭାରତ-ପାକ୍ ମ୍ୟାଚ୍‌ରେ ଶିଳ୍ପପତିଙ୍କ ଭିଡ଼: ୧୫୦ରୁ ଅଧିକ ପ୍ରାଇଭେଟ୍‌ ଜେଟ୍‌ ଆସିଥିଲା ଅହମଦାବାଦ – Utkal Mail


ଅହମଦାବାଦ: ଗତ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ର ଭାରତ-ପାକ୍‌ ମ୍ୟାଚ୍‌ରେ ବହୁ ସଂଖ୍ୟାରେ ଶିଳ୍ପପତିଙ୍କୁ ଦର୍ଶକ ଭାବେ ଦେଖିବାକୁ ମିଳିଥିଲା। ମ୍ୟାଚ ଦେଖିବାକୁ ଜେଏସ୍‌ଡବ୍ଲୁର ସଜ୍ଜନ ଏବଂ ପାର୍ଥ ଜିନ୍ଦଲ, ଏସାର ଗ୍ରୁପ୍‌ର ଅଂଶୁମାନ ରୁଇଆ, ଆର୍‌ପି-ସଂଜୀବ ଗୋଏଙ୍କା ଗ୍ରୁପ୍‌ର ସଂଜୀବ ଗୋଏଙ୍କା, ଏମ୍‌ଆର୍‌ଏଫ୍‌ର କେଏମ୍‌ ମାମେନ, ରାହୁଲ ମାମେନ ଏବଂ ଅରୁଣ ମାମେନ ପ୍ରମୁଖ ଆସିଥିଲେ।

କେବଳ ସେତିକି ନୁହେଁ, ଶୁକ୍ରବାର ‌ସନ୍ଧ୍ୟାରେ ପଡ଼ିଆରେ ଅଧିକ ଭିଆଇପି ସିଟ୍‌ ଉପଲବ୍ଧ ହେବାରୁ ଅନେକ ଷ୍ଟାର୍ଟଅପ୍‌ ସଂସ୍ଥାର ସିଇଓ ଏବଂ ଶିଳ୍ପପତି ଘରୋଇ ବିମାନ ବୁକ୍‌ କରିବାକୁ ପ୍ରୟାସ କରିଥିଲେ ବୋଲି ମୁମ୍ବାଇର ଜଣେ ଚାର୍ଟର ବିମାନ ଅପରଟେର କହିଛନ୍ତି। ଏଥିଯୋଗୁ ୧୫ ଆସନ ବିଶିଷ୍ଟ ଏକ ଜେଟ୍‌ର ଭଡ଼ା ୨୫ ଲକ୍ଷ ଟଙ୍କା ଭଳି ସ୍ତରରେ ପହଞ୍ଚିଥିଲା।

ସେହିପରି, ଭାରତ-ପାକ୍ ମ୍ୟାଚ୍‌ ପାଇଁ ଅହମଦାବାଦ ବିମାନ ବନ୍ଦରରେ ବିମାନ ଚଳାଚଳ ସଂଖ୍ୟା ସ୍ବାଭାବିକ ଠାରୁ ୪ ଗୁଣା ବଢ଼ିଥିଲା। କେବଳ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ଅହମଦାବାଦକୁ ପ୍ରାୟ ୧୦୦ଟି ପ୍ରାଇଭେଟ ଜେଟ୍‌ ଆସିଥିଲା। ୪ରୁ୬, ୬ରୁ ୮ ଏବଂ ୮ରୁ ୧୩ ଆସନ ବିଶିଷ୍ଟ ବିମାନ ଅଧିକ ସଂଖ୍ୟାରେ ଆସିଥିଲା। ବିମାନ ପିଛା ଭଡ଼ା ୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button