ଦେଶ ବିଦେଶ

ଏହି ମହିଳାଙ୍କୁ ଡାକ୍ତର କହିବା କି ମଣିଷତ୍ଵର ଉଦାହରଣ, ଝିଅ ଜନ୍ମ ହେଲେ ନିଅନ୍ତି ନାହିଁ ଫିସ, ପୁରା ହସ୍ପିଟାଲରେ ବାଣ୍ଟିଥାନ୍ତି ମିଠା – ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଓ ଶେୟାର ଗୋଟେ କରିବା

ଆଜିର ପିଢୀ ଶିକ୍ଷିତ ହୋଇ ଯାଇଛନ୍ତି କିନ୍ତୁ ଆଜି ବି ଲୋକମାନଙ୍କର ପୁଅ ଏବଂ ଝିଅ ମଧ୍ୟରେ ପାର୍ଥକ୍ୟ କରିବା ଅଭ୍ୟାସ ଯାଇ ନାହିଁ । ଝିଅ ମାନଙ୍କୁ ମା ବାପାଙ୍କର ବୋଝ ବୋଲି କହିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କ ତୁଳନାରେ କୌଣସି କ୍ଷେତ୍ରରେ କମ ନୁହନ୍ତି । କିନ୍ତୁ ଆଜି ବି ଖବର କାଗଜରେ ଝିଅ ମାନଙ୍କ ସହିତ କରା ଯାଉଥିବା ଘଟଣା ଗୁଡିକୁ ଶୁଣିଲେ ହୃଦୟ ଥରି ଉଠିବ ।

ଆଜି ବି କେତେକ ଲୋକମାନେ ଗର୍ଭରେ ହିଁ ଝିଅ ମାନଙ୍କର ହତ୍ୟା କରି ଦେଉଛନ୍ତି । କିନ୍ତୁ କିଛି ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନଙ୍କର ଜୀବନ ତାଙ୍କ ଝିଅ ଉପରେ ହିଁ ନିର୍ଭର କରିଥାଏ । ଝିଅଙ୍କୁ ନିଜ ଜୀବନର ସବୁ ଖୁସିର କାରଣ ବୋଲି କୁହନ୍ତି ।

ଝିଅମାନେ ଭଗବାନଙ୍କର ଏକ ଆଶୀର୍ବାଦ ଅଟନ୍ତି ଯାହାକୁ ମଣିଷ ଉପହାର ସ୍ୱରୂପ ସ୍ଵୀକାର କରିବା ଉଚିତ । କିନ୍ତୁ କିଛି ଲୋକମାନେ ଏହି ଉପହାରକୁ ଗ୍ରହଣ କରନ୍ତି ନାହିଁ । କିନ୍ତୁ ଦୁନିଆରେ ଏମିତି ଏକ ଡାକ୍ତର ଅଛନ୍ତି, ଯିଏକି ଝିଅ ଜନ୍ମ ହେଲେ ସବୁଠୁ ଅଧିକ ଖୁସି ମନାନ୍ତି । କହି ଦେଉଛୁ ଯେ ସେହି ଡାକ୍ତଙ୍କର ନାମ ଶିପ୍ରା ଧର ଅଟେ ଯିଏକି ନିଜ ନର୍ସିଂଗ ହୋମରେ ଝିଅ ଜନ୍ମ ହେଲେ ସମସ୍ତଙ୍କୁ ମିଠା ବାଣ୍ଟିଥାନ୍ତି ।

ଏବଂ ଯାହାର ଝିଅ ହୋଇଥାଏ ତାଙ୍କଠୁ କୌଣସି ଫିସ ନିଅନ୍ତି ନାହିଁ ।

ଭ୍ରୁଣ ହତ୍ୟା ବିରୁଦ୍ଧରେ ଏହି ପଦକ୍ଷେପ

ଏକ ନ୍ୟୁଜ ଟିମ ସହିତ କଥାବାର୍ତ୍ତା ସମୟରେ ଡା. ସିପ୍ରା କହିଲେ କି ସେ ବିଏଚୟୁରେ ଏମବିବିଏସ ଏବଂ ଏମଡିର ପଢା ପୁରା କରିଲେ ଏବଂ ବର୍ତ୍ତମାନ ସେ ବାରାଣସୀର ପହାଡିୟା ନାମକ ଅଞ୍ଚଳରେ ନିଜର ଏକ ନର୍ସିଂଗ ହୋମ କରିଛନ୍ତି । ଏହି ନର୍ସିଂଗ ହୋମରେ ସେ ଭ୍ରୁଣ ହତ୍ୟା ବିରୁଦ୍ଧରେ ଏକ ଖାସ ପଦକ୍ଷେପ ଚଲାଇ ଛନ୍ତି । ସେଥିପାଇଁ ସେ ଝିଅ ଜନ୍ମ ହେଲେ ସମସ୍ତଙ୍କୁ ମିଠା ବାଣ୍ଟି ସମସ୍ତଙ୍କୁ ଜାଗୃତ କରୁଛନ୍ତି ।

ଆଜି ବି ଝିଅମାନଙ୍କୁ ଭାବୁଛନ୍ତି ବୋଝ

ଡା. ଶିପ୍ରା ଧର ଅନୁସାରେ ଲୋକମାନେ ଝିଅମାନଙ୍କୁ ନେଇ ଆଜି ବି ନକାରତ୍ମକ ଭାବନା ରଖୁଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କ ସାମନାରେ ଏମିତି ବହୁତ କେସ ଆସିଛି ଯେଉଁଠି ଝିଅ ଜନ୍ମ ହେଲେ ପରିବାର ଲୋକ ମାନଙ୍କର ଚେହେରାରେ ଖୁସି ବଦଳରେ ଦୁଖ ଆସିଥାଏ । ଏହି ଭାବନାକୁ ବଦଳଇବା ପାଇଁ ଡା. ସିପ୍ରା ଧର ଦିନ ରାତି ଚେଷ୍ଟା କରୁଛନ୍ତି ।

ପିଏମ ମୋଦୀ ବି ହୋଇଛନ୍ତି ପ୍ରଭାବିତ

ଖବର ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଙ୍କ ନିଜ ନର୍ସିଂଗ ହୋମରେ ୧୦୦ ଝିଅଙ୍କର ଜନ୍ମ  କରାଇ ସାରିଛନ୍ତି । ଯାହାର ସେ କେବେ ବି କୌଣସି ଫିସ ନେଇ ନାହାନ୍ତି । ଯେତେବେଳେ ତାଙ୍କ ନର୍ସିଂଗ ହୋମ ବିଷୟରେ ପିଏମ ମୋଦୀ ଶୁଣିଲେ ସେ ବହୁତ ପ୍ରାଭାବିତ ହେଲେ, ଗତ ବର୍ଷ ମୋଦୀ ଯେତେବେଲେ ବାରାଣସି ଯାଇଥିଲେ ତେବେ ସେ ଡା. ଶିପ୍ରାଙ୍କ ସହ ଦେଖା କରିଥିଲେ ।

ଏବଂ ତାଙ୍କ ସମ୍ବୋଧନରେ ସବୁ ଡାକ୍ତରଙ୍କୁ କହିଥିଲେ କି ସବୁ ମାସର ୯ ତାରିଖରେ ଝିଅ ଜନ୍ମ ହେଲେ କୌଣସି ଫିସ ନିଅନ୍ତୁ ନାହିଁ । ଏହା ଝିଅ ବଞ୍ଚାଇବା ପଦକ୍ଷେପକୁ ବଳ ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button