ଜୀବନଶୈଳୀ

ରାତିରେ ଶୋଇବା ସମୟରେ ତକିଆ ତଳେ ରଖି ଶୁଅନ୍ତୁ ଏହି ଜିନିଷ। ଜୀବନର ସମସ୍ତ ଅସୁବିଧା ହୋଇଯିବ ଦୂର…

ଏପରି କିଛି ଜିନିଷ ଅଛି, ଯାହାକୁ ତକିଆ ତଳେ ରଖି ଶୋଇବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ଏବଂ ଜୀବନର ସମସ୍ତ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ। ଅନେକ ସମୟରେ ମନୁଷ୍ୟ ଜୀବନରେ ଏତେ ମାତ୍ରାରେ ସମସ୍ୟା ଦେଖାଦିଏ ଯେ, କୌଣସି ପୂଜାପାଠ ଦ୍ଵାରା ସମାଧାନ ହୋଇପାରେ ନାହିଁ। ବ୍ୟବସାୟ ରେ ଏବଂ ଅବନତ ହେବା ସହ ଧନ ସଞ୍ଚିତ ହୋଇପାରେ ନାହିଁ। ଏହି ସବୁର ମୁଖ୍ୟ କାରଣ ହେଉଛି ବାସ୍ତୁ ଦୋଷ ଏବଂ ଜାତକ ଦୋଷ।

ସ୍ବାସ୍ଥ୍ୟ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଲାଗି ରହିବା ମଧ୍ୟ ଘରର ବାସ୍ତୁ ଦୋଷ କାରଣରୁ ହୋଇଥାଏ। ହେଲେ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଏପରି କିତହିଁ ଜିନିଷ ଅଛି ଯାହାକୁ ରାତିରେ ଶୋଇବା ସମସ୍ୟରେ ତକିଆ ତଳେ ରଖି ଶୋଇଲେ ଏହି ସବୁ ସମସ୍ୟା ରୁ ମୁକ୍ତି ମିଳିବ।

ଶାସ୍ତ୍ର ଏବଂ ବୈଜ୍ଞାନିକ କାରଣ ଅନୁଯାୟୀ ସଠିକ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ମଧ୍ୟ ଶରୀର ଏବଂ ମସ୍ତିଷ୍କ ଉପରେ ଭଲ ପ୍ରଭଵ ପକାଇଥାଏ।

କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ।

ବୈଜ୍ଞାନିକ କାରଣ ଅନୁଯାୟୀ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ସ୍ବାସ୍ଥ୍ୟ ରେ ଉନ୍ନତି ହୋଇଥାଏ। ଗରୁଡ଼ ପୁରାଣ ଅନୁଯାୟୀ ଦକ୍ଷିଣ ଦିଗକୁ ମୁଣ୍ତ କରି ଶୋଇବା ଦ୍ଵାରା ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ। ମନୁଷ୍ୟ ର ଆୟୁସ ବଢିଥାଏ।

ଏହାବ୍ୟତୀତ ପୂର୍ବ ଦିଗକୁ ମୁଣ୍ତ କରି ଶୋଇବା ମଧ୍ୟ ଭଲ। ଏହି ଦିଗକୁ ମୁଣ୍ଡକରି ଶୋଇବା ଦ୍ଵାରା ମସ୍ତିଷ୍କ ର ବିକାଶ ହୋଇଥାଏ ଏବଂ ବୁଦ୍ଧି ବଢିଥାଏ।

କେଉଁ ଜିନିଷ ମୁଣ୍ଡ ତଳେ ରଖି ଶୋଇବା ଦ୍ଵାରା କଣ ହୋଇଥାଏ।

  • ଦିନର ଆରମ୍ଭ ସକରାତ୍ମକତାର ସହିତ କରିବା ପାଇଁ କୌଣସି ଲୁହା ଵସ୍ତୁ କୁ ରାତିରେ ଶୋଇବା ନିଜ ତକିଆ ତଳେ ରଖି ଶୋଇବା ଭଲ।
  • ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାହାନ୍ତି ଏବଂ ସେହି କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଛି, ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ ରୁପା କିମ୍ବା ସୁନା ମୁଦ୍ରା ରଖି ଶୁଅନ୍ତୁ।
  • ଯଦି ଆପଣଙ୍କୁ ଖରାପ ସ୍ଵପ୍ନ ବାରମ୍ବାର ଦେଖାଯାଉଛି, ତେବେ ରସୁଣ କୋଳ କୁ ନିଜ ତକିଆ ତଳେ ରଖି ଶୁଅନ୍ତୁ।
  • ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ଶୋଇବା ସମୟରେ ମୂଳା କୁ ରଖି ଶୁଅନ୍ତୁ ଏବଂ ସକାଳୁ ତାହାକୁ ଶିବ ମନ୍ଦିରରେ ଦାନ କରିଦିଅନ୍ତୁ।
  • ଯଦି ଆପଣଙ୍କର ପାରିବାରିବ ଏବଂ ଵ୍ୟଵବସାୟ ସମସ୍ୟା ରହିଛି, ତେବେ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଏକ ସବୁଜ କପଡ଼ାରେ କିଛି ମୁଗ ଡାଲି ବାନ୍ଧି ରଖନ୍ତୁ। ସକାଳୁ ଏହାକୁ ଦୁର୍ଗା ମାତା ଙ୍କ ମନ୍ଦିରରେ ଅର୍ପଣ କରିଦିଅନ୍ତୁ।
  • ଯଦି ଆପଣଙ୍କୁ ମୃତ୍ୟୁ ର ଭୟ ହେଉଛି, ଆପଣ ହଠାତ ଡରି ଉଠିପଡୁଛନ୍ତି। ତେବେ ରାତିରେ ଶୋଇବା ପୂର୍ବରୁ ହନୁମାନ ଚାଲିସା ପାଠ କରନ୍ତୁ।
  • ଯଦି ଆପଣ କରଜ ସମସ୍ୟରେ ବୁଡି ରହିଛନ୍ତି। ତେବେ ରାତିରେ ଶୋଇବା ପୂର୍ବରୁ କିଛି ପାନମହୁରୀକୁ ନିଜ ତକିଆ ତଳେ ରଖି ଶୁଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button