ଦେଶ ବିଦେଶ

ରାତିରେ ବୁଲୁଛି ଭୂତ: ଗାଏବ ହେଉଛନ୍ତି ମଣିଷ !

ନୂଆଦିଲ୍ଲୀ: ଯୁଗ ବଦଳୁଛି, ବଦଳୁଛି ମଣିଷ। ବଦଳୁଛି ଆମ ଚରିତ୍ର ଓ ମାନସିକତା। କିନ୍ତୁ ଆଜି ବି ଲୁଚିଛି ଆମର ସେହି କଳା ଇତିହାସ। ବିଜ୍ଞାନ ବି ଏହାକୁ ପରିବର୍ତ୍ତନ କରିପାରିନାହିଁ। ନିଜ ଅଜାଣତରେ ମଣିଷ ସେହି ଚକ୍ରବ୍ୟୁହୋରେ ଫସିଯାଉଛି। ଜୀବନ ମୃତ୍ୟୁ ଘଡିସନ୍ଧି ମୁହୁର୍ତ୍ତରେ ନିଜର ଅସ୍ତିତ୍ଵକୁ ହରାଇ ଦେଉଛି। ବିଜ୍ଞାନ ଯୁଗରେ ଆଜି ବି ଏମିତି କିଛି ସ୍ଥାନ ରହିଛି , ଯାହା ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ।

ଏମିତି ଏକ ସ୍ଥାନ ରହିଛି ରାଜସ୍ଥାନର ରାଜଧାନୀ ଜୟପୁରରେ। ହଳଦିଆ ରଙ୍ଗର କୋଠା, ଦେଖିବାକୁ ଖୁବ୍ ଆକର୍ଷଣୀୟ । ଦେଶର କୋଣ ଅନୁକୋଣରୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ହେଲେ ଏଠାରେ ଭୂତ ଥିବା ବିଶ୍ଵାସ କରାଯାଏ।

୧୭୩୪ ମସିହାରେ ରାଜା ମାନ ସିଂ ଏହାକୁ ନିର୍ମାଣ କରିଥିଲେ। ୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲା। ଏହା ଦେଖିବାକୁ ଏତେ ବଡ ଯେ ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଲିବାକୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗେ। କୁହାଯାଏ ସେ ନିଜ ଝିଅ ମାନଙ୍କ ପାଇଁ ଏହି ମହଲ ନିର୍ମାଣ କରିଥିଲେ।

ଶୁଣିବାକୁ ମିଳେ ଯେତେବେଳେ ରାଜା ଏହି ମହଲ ନିର୍ମାଣ କରୁଥିଲେ , ସେତେବେଳେ ଅପରାହ୍ନ ସମୟରେ ନିର୍ମାଣ କରାଯାଇଥିବା କାନ୍ଥ ରାତିରେ ଆପେ ଆପେ ଭାଙ୍ଗିଯାଇଥିଲା। ଏହାପରଠାରୁ ସେଠାରେ ଭୂତ ଥିବା ଖର୍ଚ୍ଚା ହୁଏ। ୧୦ ଦିନ ପୂର୍ବରୁ ଜୟପୁରରେ ରହୁଥିବା ଦୁଇ ଭାଇ ଆଶିଷ ଏବଂ ରାହୁଲ ଏହି ମହଲକୁ ବୁଲିବାକୁ ଯାଇଥିଲେ। ହେଲେ ସେଠାରୁ ଜଣେ ମୃତ ଅବସ୍ଥାରେ ମିଳିଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏବେ ବି ଖୋଜାଖୋଜି ଜାରି ରହିଛି। ଯାହା ଘଟଣାକୁ ଆହୁରି ରହସ୍ୟାମୟ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button