ଓଡିଶା

ବଦଳିଛି କ୍ୟାପିଟାଲ ହସ୍ପିଟାଲର ରୂପରେଖ

ଭୁବନେଶ୍ବର: ବଦଳିଛି କ୍ୟାପିଟାଲ ହସ୍ପିଟାଲର ରୂପରେଖ l ସିସିଟିଭି ଲାଗିବା ପରେ କମିଛି ଦଲାଲଙ୍କ ଗହଳି l ହସ୍ପିଟାଲରେ ଚାହିଦା ମୁତାବକ ପ୍ରାୟ ସମସ୍ତ ସୁବିଧା ଠିକ ସମୟରେ ମିଳୁଛି ବୋଲି ଯଦିଓ ସକରାତ୍ମକ ମତପୋଷଣ କରୁଛନ୍ତି ଲୋକେ, ତେବେ ସମୟକୁ ତାଳ ଦେଇ ପୁଣି ଦଲାଲର ପ୍ରାଦୁର୍ଭାବ ଯେ ନ ବଢ଼ିବ, ତାକୁ ନେଇ ବି ଆଶଙ୍କାରେ ରୋଗୀ ଓ ସମ୍ପକୀୟ।

ହସ୍ପିଟାଲରେ ଦଲାଲରାଜକୁ ଅଙ୍କୁଶ ଲଗାଅ। ଦଲାଲଙ୍କ ପ୍ରାଦୁର୍ଭାବକୁ ରୋକ। ଏହି ସନ୍ଦର୍ଭରେ ସରକାରଙ୍କ ନିର୍ଦେଶାନାମା ପରେ ଏହାର ଅନୁପାଳନ କ୍ୟାପିଟାଲ ହସ୍ପିଟାଲରେ କେମିତି ହେଉଛି। ସ୍ଥିତି ପରଖିଥିଲା ନକ୍ଷତ୍ର ନ୍ୟୁଜ୍।

ଚାରିଆଡ଼େ ଲାଗିଛି ସିସିଟିଭି। ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷରୁ ଏହାର ପରିଚାଳନା ହେଉଛି। କେଉଁଠି କିଏ ଦଲାଲ ଯଦି ରୋଗୀଙ୍କୁ ଶୋଷଣ କରୁଥାଏ। ଡାକ୍ତରଙ୍କ ପାଖରେ ଦଲାଲଙ୍କ ଅଯଥା ଭିଡ଼ ଜମିଥାଏ କିମ୍ୱା ରୋଗୀଙ୍କୁ ଭୁଆଁ ବୁଲାଇ ସରକାରୀ ସେବାରୁ ବଞ୍ଚିତ କରି ଘରୋଇ ହସ୍ପିଟାଲ କି କ୍ଲିନିକ୍ କୁ ନେବାକୁ ପ୍ରୟାସ କରାଯାଉଥାଏ ସେସବୁ ଗତିବିଧି ପ୍ରତି ତୀକ୍ଷ୍ନ ନଜର ରଖାଯାଇଛି ବୋଲି  କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ।

ସିସିଟିଭି ଲାଗିବା ପରେ ଏବେ ହସ୍ପିଟାଲରେ ପୂର୍ବାପେକ୍ଷା ଦଲାଲଙ୍କ ପ୍ରାଦୁର୍ଭାବ କମିଛି। ଏହାକୁ ହୃଦବୋଧ କରିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ତେବେ କିଛି ଦିନ ଲୋକ ଦେଖାଣିଆ ଭାବେ ପ୍ରଶାସନ ଦଲାଲଙ୍କ ପ୍ରତି ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୁଣି ପୂର୍ବବତ୍ ଚୁପ୍‌ଚାପ ବସିଗଲେ ପୁଣି ରୋଗୀ ଶୋଷଣ ହେବେ ବୋଲି ମଧ୍ୟ କିଛି ରୋଗୀଙ୍କ ସମ୍ପର୍କୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଆଶଙ୍କାକୁ ଦେଖି ଅପେକ୍ଷା କରିବାକୁ ହେବ ସରକାରଙ୍କ ଅନ୍ୟାୟ ଯୋଜନାର ବାଟମାରଣା ପରି ଏହି ବ୍ୟବସ୍ଥାରେ ହେରଫେର କରାଯିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button