ଦେଶ ବିଦେଶ

ପ୍ରେମିକ ସହ ଫେରାର୍ ହୋଇ ଟ୍ରେନ ଟଏଲେଟରେ ବାହା ହେଉଥିଲେ ବିବାହିତା ମହିଳା, ଦେଖିଦେଲେ ଲୋକେ ଆଉ ତାପରେ..

କଥାରେ ଅଛି ପ୍ରେମ ମାନେନାହିଁ ବାଛ ବିଚାର ସେଥିପାଇଁ ପ୍ରେମକୁ ଅନ୍ଧ ବୋଲି କୁହାଯାଏ। ଏପରିକି କେତେକ କ୍ଷେତ୍ରରେ ପ୍ରେମୀଯୁଗଳ ମାନେ ସେମାନଙ୍କ ପ୍ରେମ ଆଗରେ ପରିବାର,ସମାଜ ଏବଂ ରୀତିନୀତି ଏ ସବୁକୁ ତୁଚ୍ଛ କରି ଦେଇଥାନ୍ତି। ବର୍ତ୍ତମାନ ଏହାର ଏକ ଜ୍ୱଳନ୍ତ ଉଧାରଣର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫୋଟୋରେ ଜଣେ ବିବାହିତ ମହିଳା ନିଜ ପ୍ରେମିକ ସହିତ ଚଳନ୍ତା ଟ୍ରେନ୍ ଭିତରେ ସୌଚାଳୟ ଆଗରେ ବିବାହ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଆଲୋଚନା ହେଉଛି ଯେ ଦୁହେଁ ଘରୁ ପଳାଇ ଆସି ଟ୍ରେନରେ ସିନ୍ଦୁର ପିନ୍ଧାଇବା ସହ ବିବାହ କରିଥିଲେ।

ଏହି ମାମଲା ବିହାରର ସୁଲତାନଗଞ୍ଜ ଅଞ୍ଚଳର ବୋଲି ଜଣାପଡିଛି। ଉଦଡିହ ଗାଁର ଜଣେ ଝିଅ ଦୁଇମାସ ପୂର୍ବରୁ କିରଣପୁର ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ, କିନ୍ତୁ ଝିଅଟି ଅଶୁ କୁମାର ନାମକ ଜଣେ ଯୁବକଙ୍କୁ ପୂର୍ବରୁ ପ୍ରେମ କରୁଥିବା ଜାଣିବାକୁ ମିଳିଥିଲା।  ଏହି କାରଣରୁ ବିବାହ ପରେ ମଧ୍ୟ ଯୁବକ ଜଣଙ୍କୁ ସେ ସ୍ୱାମୀ ଭାବରେ ଗ୍ରହଣ କରିନଥିଲା।

ସୂଚନା ଅନୁଯାୟୀ, ଅଶୁ କୁମାର ସହ ଉକ୍ତ ଯୁବତୀଙ୍କର ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା।  ଯେତେବେଳେ ଝିଅର ପରିବାର ଲୋକେ ଏହା ବିଷୟରେ ଜାଣିବାକୁ ପାଇଥିଲେ, ସେମାନେ ଏପ୍ରିଲ ମାସରେ, ଯୁବତୀଙ୍କର ଅନ୍ୟତ୍ର ବିବାହ କରାଇ ଦେଇଥିଲେ। କିନ୍ତୁ ବିବାହ ପରେ ଝିଅଟି ତା ସ୍ୱାମୀଙ୍କ ସହ ରହିବାକୁ ମନା କରିଦେଇଥିଲା।

ତେବେ ଗତ ବୁଧବାର ଦିନ ସୁଯୋଗ ପାଇବା ମାତ୍ରେ ଝିଅଟି ପ୍ରେମିକ ସହିତ ଫେରାର ହୋଇଯାଇଥିଲା। ସୁଲତାନଗଞ୍ଜ ଷ୍ଟେସନରେ ପହଞ୍ଚିବା ପରେ ଉଭୟ ଟ୍ରେନରେ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି। ଟ୍ରେନରେ ଥିବା ଶୌଚାଳୟ ସାମ୍ନାରେ ପ୍ରେମିକ ନିଜ ବିବାହିତ ଗର୍ଲଫ୍ରେଣ୍ଡର ସିନ୍ଥିରେ ସିନ୍ଦୁର ଦେଇ ତାକୁ ନିଜ ପତ୍ନୀ ଭାବରେ ଗ୍ରହଣ କରିଥିଲା। କିନ୍ତୁ ଟ୍ରେନ ଭିତରେ କେହି ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ଼ କରିଦେଇଥିଲେ ଯାହାଫଳରେ ଏହି ଖବରଟି ଭାଇରାଲ ହୋଇ ଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button