ଓଡିଶା

କାହିଁକି ୧୧୮ ବର୍ଷ ଧରି ବନ୍ଦ ରହିଛି କୋଣାର୍କ ମନ୍ଦିରର ଗର୍ଭଗୃହ?

କୋଣାର୍କ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ଵାରକୁ ୧୯୦୩ ମସିହାରେ ଅଚାନକ ବାଲି ଏବଂ ପଥର ଦ୍ଵାରା ପୁରାପୁରି ବନ୍ଦ୍ କରିଦିଆଗଲା ଏହି ଘଟଣାକୁ ପାଖାପାଖି ୧୧୮ ବର୍ଷ ହୋଇ ଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଏହାର ଦ୍ଵାରକୁ ଖୋଲି ନାହାଁନ୍ତି । ଯେତେବେଳେ ଆପଣ କୋଣାର୍କ ମନ୍ଦିର ଦେଖିବାକୁ ଯିବେ ଆପଣ ଏହାର ମୁଖ୍ୟ ଦ୍ଵାରା ବନ୍ଦ୍ ଥିବାର ଦେଖିବାକୁ ପାଇବେ |

ଆପଣ ଏହି ମନ୍ଦିରକୁ ବାହାରୁ ଦେଖି ପାରିବେ କିନ୍ତୁ ଏହି ମନ୍ଦିରର ରହସ୍ୟ ଏହା ଭିତରେ ହିଁ ଅବସ୍ଥିତ ଅଛି କୁହାଯାଏ ଏହି ମନ୍ଦିର ଶ୍ରାପିତ ଅଟେ । ଏହି ମନ୍ଦିର ଶହ ଶହ ବର୍ଷ ଧରି ବାଲିରେ ପୋତି ହୋଇ ରହିଥିଲା ଏହି ମନ୍ଦିର ଉପରେ ୫୨ ଟନର ଏକ ଚୁମ୍ବକ ଥିଲା ଏବଂ ଏହାକୁ ତିଆରି କରିଥିବା କାରିଗର ଆତ୍ମହତ୍ୟ କରିଥିଲେ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରରେ ରାତିରେ ନାଚୁଥିବା ନର୍ତ୍ତକୀଙ୍କ ଶବ୍ଦ ଶୁଣାଯାଏ ଏହିପରି ବୋହୁତ ସାରା ରହସ୍ୟମୟ କଥା ଏହି ମନ୍ଦିର ସହିତ ଜଡ଼ିତ ଅଟେ ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

କୋଣାର୍କ ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟ ଦେବଙ୍କୁ ସମର୍ପିତ ଅଟେ । ଏହି ମନ୍ଦିରର ସୁନ୍ଦରତା ଯୋଗୁଁ ଏହି ମନ୍ଦିରକୁ ଭାରତର ପ୍ରମୁଖ ୧୦ ମନ୍ଦିର ମଧ୍ୟରେ ଗଣାଯାଏ। କୋଣାର୍କ ସୂର୍ଯ୍ୟ ମନ୍ଦିର ପୁରୀ ଠାରୁ ପାଖାପାଖି ୩୦ ମାଇଲ ଦୂରରେ ଅବସ୍ଥିତ ଚନ୍ଦ୍ରଭାଗା ସମୁଦ୍ର ତଟରେ ଏହା ଅବସ୍ଥିତ। ଏହି ମନ୍ଦିରଟି ଏମିତି ତିଆରି କରାଯାଇଛି ଯେମିତି ଗୋଟିଏ ରଥ ଆକୃତିର ଏଥିରେ ୧୨ଟି ବିଶାଳ କାୟ ଅଖ ଲାଗିଛି। ଏହି ମନ୍ଦିରକୁ ୭ଟି ବଡ଼ ଘୋଡ଼ା ଟାଣୁଛନ୍ତି ଏବଂ ଏହି ରଥ ଉପରେ ଭଗଵାନ ସୂର୍ଯ୍ୟଦେବ ବିରାଜମାନ କରିଛନ୍ତି। ଏହି ମନ୍ଦିରର ସିଖରରୁ ସୂର୍ଯ୍ୟ ଅସ୍ତର ଦୃଶ୍ୟ ଦେଖିବାକୁ ମିଳିଥାଏ। ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ ମନ୍ଦିରରୁ ଏହି ଦୃଶ୍ୟ ବୋହୁତ ସୁନ୍ଦର ଦେଖାଯାଏ ଏବଂ ଏହି ମନ୍ଦିରରେ ଥିବା ୧୨ ଟି ଚକ ବର୍ଷର ୧୨ ମାସକୁ ଦର୍ଶାଏ ଏବଂ ୭ ଘୋଡ଼ା ସପ୍ତାହର ୭ ଦିନକୁ ଦର୍ଶାଏ।

ଏହି ମନ୍ଦିରର କାରୁକାର୍ଯ୍ୟ ବୋହୁତ ସୁନ୍ଦର। ଏହି ମନ୍ଦିରରେ ଥିବା ଗୋଟିଏ ମୂର୍ତ୍ତି ଯେଉଁଥିରେ ମଣିଷ ଉପରେ ହାତୀକୁ ସିଂହ ମାଡ଼ି ବସିଥିବାର ଦେଖା ଯାଏ । ଯାହା ଦର୍ଶାଏ ଟଙ୍କା ଏବଂ ଗର୍ବର ନାଶକ କରିବା କଥା । ଏହି ମନ୍ଦିର ବିଷୟରେ ଏହା ମଧ୍ୟ କୁହାଯାଏ କି ଶ୍ରୀକୃଷ୍ଣଙ୍କର ପୁତ୍ର ସାମ୍ଭ୍ୟଙ୍କୁ ଅଭିଶାପ ଯୋଗୁଁ ଗୋଟିଏ ଅଜବ ରୋଗ ହୋଇ ଯାଇଥିଲା ତାଙ୍କୁ ଋଷି କର୍ତକ ଏହି ରୋଗରୁ ବଞ୍ଚାଇବା ପାଇଁ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାକୁ ପରାମର୍ଶ ଦେଇ ଥିଲେ |

ସାମ୍ଭ ମିତ୍ର ବନରେ ଚନ୍ଦ୍ରଭାଗା ନଦୀ କୂଳରେ ୧୨ ବର୍ଷ ତପସ୍ୟା କରିଥିଲେ ଏବଂ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିଥିଲେ ଏବଂ ସୂର୍ଯ୍ୟ ଦେବତା ସାମ୍ଭ୍ୟଙ୍କ ରୋଗ ଭଲ କରିଥିଲେ । ଏହାପରେ ସାମ୍ଭ୍ ସୂର୍ଯ୍ୟ ଦେବତାଙ୍କର ଏକ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତି ନେଲେ ଯେତେବେଳେ ସେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିଲେ ତାଙ୍କୁ ଏଠାରେ ସୂର୍ଯ୍ୟ ଦେବତାଙ୍କର ଏକ ମୂର୍ତ୍ତି ମିଳିଥିଲା ଏବଂ ସାମ୍ଭ୍ୟ ଏହି ମୂର୍ତ୍ତିକୁ ମିତ୍ର ବନର ଏକ ମନ୍ଦିରରେ ସ୍ଥାପନ କରିଥିଲେ ଏବଂ ସେବେଠାରୁ ଏହି ଜାଗାକୁ ପବିତ୍ର ମାନାଯାଏ।

ଏହି ମନ୍ଦିରକୁ ଏକ ବାଲି ଜାଗାରେ ତିଆରି କରାଯାଇଥିଲା ଯାହାର ମଝିରେ ଏକ ଲୁହାର ସ୍ତର ଥିଲା ଯାହା ଉପରେ ମନ୍ଦିରର ପିଲର ରହିଥିଲା । ଏମିତି ମଧ୍ୟ କୁହାଯାଏ ଯେ ମନ୍ଦିର ଉପରେ ଏକ ୫୨ ଟନର ଚୁମ୍ବକ ରଖା ଯାଇଥିଲା ଯାହା ମନ୍ଦିରରେ ଥିବା ସମସ୍ତ ସ୍ତମ୍ବକୁ ସନ୍ତୁଳନ କରି ରଖୁଥିଲା। ସେଥିପାଇଁ ଏଠାରେ ଅବସ୍ଥିତ ଥିବା ସୂର୍ଯ୍ୟ ଦେବତାଙ୍କର ପ୍ରତିମା ପବନରେ ଭାସମାନ ଥିବାର ଦେଖା ଯାଉଥିଲା ଯାହାକୁ ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ କୁହାଯାଏ ଏହି ଚୁମ୍ବକକୁ ବିଦେଶୀ ଆକ୍ରମଣକାରୀ ମାନେ ଭଙ୍ଗିକି ନେଇଗଲେ କାରଣ ମନ୍ଦିରରେ ଥିବା ଚୁମ୍ବକ ଯୋଗୁଁ ସମୁଦ୍ରର ଯାତ୍ରା କରୁଥିବା ଲୁହାର ନୌକାଙ୍କୁ ବୋହୁତ କ୍ଷତି ପହଞ୍ଚୁଥିଲା ସେଥିପାଇଁ ସେମାନେ ଏହାକୁ ନେଇ ଯାଇଥିଲେ କିନ୍ତୁ ଏହି ଚୁମ୍ବକ ହଟିବା କାରଣରୁ ଏହି ମନ୍ଦିରର ସନ୍ତୁଳନ ଆଉ ରହିଲା ନାହିଁ ଏବଂ ଏହା ଭାଙ୍ଗିବାକୁ ଲାଗିଲା।

ବର୍ଷ ୧୫୬୮ ରେ ଓଡ଼ିଶାରେ ମୁସଲମାନଙ୍କ ଆତଙ୍କ ନିୟନ୍ତ୍ରଣରେ ଥିଲା ।ତଥାପି ହିନ୍ଦୁ ମନ୍ଦିରକୁ ଭାଙ୍ଗିବାର ପ୍ରୟାସ ହେଉଥିଲା ଏହି କାରଣରୁ କୋଣାର୍କ ମନ୍ଦିରର ପୂଜାରୀ ମାନେ ବର୍ଷ ବର୍ଷ ପର୍ଯ୍ୟନ୍ତ ଭଗଵାନ ସୂର୍ଯ୍ୟ ଦେବଙ୍କ ମୂର୍ତ୍ତିକୁ ବାଲିରେ ଲୁଚାଇ ରଖିଥିଲେ ଏବଂ ପରେ ଏହାକୁ ଖୋଜା ଗଲା କିନ୍ତୁ ଏହାର ବୋହୁତ ଅଂଶ ବୋହୁତ ଖରାପ ଅବସ୍ଥାରେ ଥିଲା ଏହା ମଧ୍ୟ କୁହାଯାଏ ବୋହୁତ ଆକ୍ରମଣ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେବେ ମନ୍ଦିର ଖରାପ ହେବାକୁ ଲାଗିଲା ବର୍ଷ ୧୯୦୧ ରେ ତତ୍କାଳୀନ ଗଭର୍ଣ୍ଣର ଜନ୍ଉଡ୍ ୱାଡ଼ ଏହି ମନ୍ଦିର ଚାରିପଟେ ପାଚେରୀ ଉଠାଇ ଏହି ମନ୍ଦିରକୁ ବନ୍ଦ୍ କରି ଦେଇଥିଲେ |

ଏବଂ ଏହାକୁ ବାଲିରେ ପୋତି ଦେଇଥିଲେ ଏହା ଉପରେ କିଛି ପ୍ରଭାବ ନ ପଡ଼ିବା ପାଇଁ ଏହି କାମ ରେ ପାଖାପାଖି ୩ ବର୍ଷ ଲାଗିଥିଲା ଏବଂ ୧୯୦୩ ମସିହାରେ ଏହା ପୁରାପୁରି ବାଲିରେ ଭାରି ହୋଇ ଗଲା ବୋହୁତ ଥର ଏହି ମନ୍ଦିରର ମୁଖ୍ୟ ଦ୍ଵାରା ଖୋଲିବାକୁ ପ୍ରଶ୍ନ ଉଠିଲା କିନ୍ତୁ ୧୧୮ ବର୍ଷ ପରେ ମଧ୍ୟ ଏହା ବନ୍ଦ୍ ରଖାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button