ଦେଶ ବିଦେଶ

ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି, ତେଲ୍ ଅଭିଭକୁ ବିମାନ ବାତିଲ୍ କଲା ଏୟାର ଇଣ୍ଡିଆ – Utkal Mail


ନୂଆଦିଲ୍ଲୀ: ଶନିବାର ଦିନ ପାଲେଷ୍ଟାଇନ୍ ହାମାସ୍ ଲଢ଼ୁଆମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ତେଲ ଅଭିଭକୁ ବିମାନ ଉଡ଼ାଣ ବାତିଲ କରିଛି। ଏୟାର ଇଣ୍ଡିଆ ଏକ ବିବୃତିରେ କହିଛି ଯେ ଶନିବାର ଦିନ ଦିଲ୍ଲୀରୁ ତେଲ ଅଭିଭକୁ ଏବଂ ସେଠାରୁ  ଦିଲ୍ଲୀ କୁ ଫେରିବା ବିମାନ ଏଆଇ ୧୪୦ କୁ ବାତିଲ କରାଯାଇଛି। ଇସ୍ରାଏଲରେ ହାମାସ ଆକ୍ରମଣ ପରେ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ସ୍ୱାର୍ଥ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯାତ୍ରୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି।

ସୂଚନାଯୋଗ୍ୟ, ପାଲେଷ୍ଟାଇନ୍ ଲଢୁଆ ସଂଗଠନ ହାମାସ୍ ଇସ୍ରାଏଲ ଉପରେ ଆଶ୍ଚର୍ଯ୍ୟଜନକ ଆକ୍ରମଣ କରି ଅତି କମରେ ୭ ହଜାର ରକେଟ୍ ନିକ୍ଷେପ କରିଛି। ଏହି ଆକ୍ରମଣରେ ଇସ୍ରାଏଲର ୪୦ ଜଣ ଲୋକ ପ୍ରାଣ ହରାଇଥିଲେ। ହମାସ ଆକ୍ରମଣ ପରେ ଇସ୍ରାଏଲ ‘ଯୁଦ୍ଧ’ ଘୋଷଣା କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ହାମାସ ଆକ୍ରମଣର ଜବାବରେ ଇସ୍ରାଏଲ ସେନା ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି । ଏହି ଅପରେସନର ନାଁ ଦିଆଯାଇଛି ଅପରେସନ ସୋର୍ଡ୍ସ ଅଫ ଆଇରନ୍ । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି ଓ ୭୦୦ରୁ ଅଧିକ ଆହତ ହୋଇଛନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button