ମନୋରଞ୍ଜନ

ଏହା କରିଥିଲେ ‘ଓପନିଂ ଡେ’ରେ ୭୦କୋଟି ଆୟ ହୋଇପାରିଥାନ୍ତା: କଙ୍ଗନା – Utkal Mail


ମୁମ୍ବାଇ: ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟି ରିଲିଜର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ୪୦କୋଟି ଟଙ୍କା ସଂଗ୍ରହ କରିଛି ଆଉ ପ୍ରଥମ ଦିନର ଆୟକୁ ଦେଖିଲେ ୪୦କୋଟି ଆୟ କରି ଫିଲ୍ମଟି ୨୦୨୩ର ଦ୍ବିତୀୟ ସର୍ବାଧିକ ଫିଲ୍ମ ହୋଇପାରିଛି। ତେବେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ‘ଗଦର-୨’ର ସଫଳତା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶନିବାର ଦିନ କଙ୍ଗନା ରାନାୱତ ଇନଷ୍ଟାଗ୍ରାମରେ ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ’ ଗଦର -୨କୁ ଦେଖିବାକୁ ସିନେମା ହଲ ବାହାରେ ଦର୍ଶକଙ୍କ ଭିଡ଼ର ଏକ ଭିଡିଓ ସେୟାର କରିଛନ୍ତି |

କଙ୍ଗନା ଏହି ଫିଲ୍ମକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଲୋକଙ୍କ ଜୀବନରେ ଉତ୍ସାହ ଏବଂ ଜାତୀୟତା ଫେରାଇ ଆଣିଛି। କଙ୍ଗନା କହିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଓପନିଂ ଦିନରେ ୬୫-୭୦ କୋଟି ଟଙ୍କା ରୋଜଗାର କରିପାରିଥାନ୍ତା, ଯଦି ସେହି ଦିନ ଅନ୍ୟ ଏକ ବଡ ଚଳଚ୍ଚିତ୍ର ଅକ୍ଷୟ କୁମାରଙ୍କ ଅଭିନୀତ ଓଏମଜି- ୨ ରିଲିଜ୍ ହୋଇନଥାନ୍ତା | ତେବେ ‘ଗଦର-୨’ ନକଲି ପ୍ରଚାର ବିନା ବି ଭଲ ପ୍ରଦର୍ଶନ କରୁଛି | ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ‘ ବିନା କୌଣସି ମାଫିଆ ରାଜନୀତିରେ, କୌଣସି କିଣା ସମୀକ୍ଷା ବିନା , ନକଲି ପ୍ରମୋସନ ବିନା ଏତେ ମାତ୍ରାରେ ଲୋକ ପସନ୍ଦ କରିଛନ୍ତି | କଙ୍ଗନା ଲେଖିଛନ୍ତି, ଛୁଟିଦିନ ଭୁଲିଯାଅ, ଯଦି ଏହି ଫିଲ୍ମଟି ଏକୁଟିଆ ରିଲିଜ୍ ହୋଇଥାନ୍ତା, ତେବେ ପ୍ରଥମ ଦିନରେ ଏହା ସହଜରେ ୬୫-୭୦ କୋଟି ସଂଗ୍ରହ କରିପାରିଥାନ୍ତା |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button