ମନୋରଞ୍ଜନ

ଏବେ ଜୋମାଟୋ ଦ୍ଵାରା ଘରେ ମଦ ଡେଲିଭରି କରାଯିବାର ଚାଲିଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ମଦ ହୋମ ଡିଲିଭରି ପାଇଁ ଜୋମାଟୋ କରୁଛି ପ୍ରସ୍ତୁତି, କମ୍ପାନୀ ଏହା ପାଇଁ ଉତ୍ପାଦକ ସଂଗଠନ ପାଖରେ ପ୍ରସ୍ତାବ ପଠାଇଲେ, ଲକଡାଉନ ତୃତୀୟ ଚରଣ ରେ ମଦ ବିକ୍ରି ଖୋଲା ଗଲା । ଫୁଡ ଡଲିଭରି ଜୋମାଟୋ କମ୍ପାନୀ ଅନଲାଇନ ଅଡର ଦ୍ଵାରା ଲୋକଙ୍କ ଘରେ ମଦ ପଠେଇବା ପ୍ରସ୍ତୁତି କରୁଛନ୍ତି, ଲକଡାଉନ ମଝିରେ ଦେଶରେ ମଦ କାରୋବାର ଆରମ୍ଭ ହୋଇଯାଇଛି ଏବଂ ମଦ ବହୁତ ଜୋରସୋର ବିକ୍ରି ହେଉଛି, କମ୍ପାନୀ ଏହାର ଲାଭ ପ୍ରାପ୍ତ କରିବା ପାଇଁ ଚାହୁଁଛି ।

କମ୍ପାନୀ ପ୍ରସ୍ତାବ କଣ ?

ଖବର ଅନୁଯାଇ କମ୍ପାନୀ ଏହା ପାଇଁ ଇଣ୍ଟରନେସନଲ ସ୍ପିରିଟ୍ସ ଏବଂ ୱାଇନ ଏସୋସିଏସନ ଅଫ ଇଣ୍ଡିଆକୁ ପ୍ରସ୍ତାବ ଦେଇଛନ୍ତି, ଲକଡାଉନ ପାଇଁ କମ୍ପାନୀ ଫୁଡ ଡିଲିଭରି କାମ ବହୁତ କମ ହୋଇଯାଇଛି ସେଥିପାଇଁ କମ୍ପାନୀ ଏହାକୁ ନୂଆ କାରୋବାର ଦ୍ଵାରା ଏହାର ଅସ୍ତିତ୍ଵ ବଞ୍ଚାଇବା ଚେଷ୍ଟା ରେ ଲାଗିଛନ୍ତି । ବର୍ତମାନ ରେ ଜୋମାଟୋ ଗ୍ରୋସେରି ଡିଲିଭରି ମଧ୍ୟ ଆରମ୍ଭ କରିଛନ୍ତି, ଯାହା ଦ୍ଵାରା କମ୍ପାନୀକୁ ଲାଭ ପ୍ରାପ୍ତ ହବ ଏବଂ ଲୋକଙ୍କୁ ଘରୁ ବାହାରିବାକୁ ପଡିବ ନାହିଁ ।

ମଦ ଦୋକାନ ଖୋଲି ଯାଇଛି :

ଦେଶରେ ଲକଡାଉନ ପ୍ରଥମ ଚରଣ ୨୫ ମାର୍ଚକୁ ଲାଗୁ କରା ଯାଇଥିଲା, ଯାହା ପରେ ମଦ କାରୋବାର ପୂର୍ଣ ଭାବରେ ବନ୍ଦ ହୋଇଯାଇଥିଲା କିନ୍ତୁ ରାଜ୍ୟ ସରକାର ରାଜସ୍ୱ ଅସୁବିଧା କାରଣ ପାଇଁ ଏହି କଥା ଉପରେ ଜୋର ଦଉଥିଲେ ଯେ ମଦ କାରୋବାର ଖୋଲା ଯାଉ । ଏହି କାରଣ ପାଇଁ କେନ୍ଦ୍ର ସରକାର ଦ୍ଵାରା ଲକଡାଉନ ତୃତୀୟ ଚରଣରେ ୪ ମଇକୁ ମଦ କାରୋବାର ଖୋଲି ଦିଆ ଯାଇଛି, ମଦ କାରୋବାର ଖୋଲିବା ପରେ ଦେଶ ରେ ଜାଗା ଜାଗାରେ ଦୋକାନ ରେ ଭାରି ଭିଡ ଏବଂ ଲାମ୍ବା ଲାଇନ ଦେଖିବାର ଖବର ଆସିଛି ।

କିନ୍ତୁ ଆଇନ ଅଟକିଛି :

ଧ୍ୟାନ ଦବା କଥା ଏହା ଯେ ଭାରତରେ ବର୍ତମାନ ମଦ ହୋମ ଡିଲିଭରି ଅନୁମତି ଦିଆ ଯାଇ ନାହିଁ, ଏହି ପାଇଁ କମ୍ପାନୀ ସରକାରକୁ ଏହାର ଅନୁମତି ଦବା ପାଇଁ ଅନୁରୋଧ ରେ ଲାଗିଛି, ଆଇଏସଡବ୍ଲୁଆଇ ଏହା ପାଇଁ ଲବିଙ୍ଗ କରୁଛନ୍ତି, ଯଦି ଏହା ପାଇଁ ଅନୁମତି ଦିଆ ଜୀବ ତେବେ ଜୋମାଟୋ ମଦ ହୋମ ଡିଲିଭରି ଆରମ୍ଭ ହୋଇଛି ।

କେତେ ରାଜ୍ୟ ସରକାର ମଦ ଉପରେ ଟ୍ୟାକ୍ଷ ବଢି ଯାଇଛି, ଦିଲ୍ଲୀ ସରକାର ମଦ ଉପରେ ୭୦% ବିଶେଷ କରୋନା ଫିସ ଲଗେଇଛନ୍ତି, ରାୟଟର୍ସ କୁ ଜୋମାଟୋ ଦ୍ଵାରା ପଠା ଯାଇଥିବା କାଗଜ ପତ୍ର ପ୍ରାପ୍ତ ହୋଇଛି, ଯେଉଁତିରେ ଜୋମାଟୋ ଫୁଡ ଡିଲିଭରି ଡିଭିଜନ ସିଇଓ ମୋହିତ ଗୁପ୍ତା ଲେଖିଛନ୍ତି, ଆମକୁ ଏହା ଲାଗୁଛି ଯେ ଟେକ୍ନୋଲୋଜି ଆଧାରିତ ହୋମ ଡିଲିଭରି ସୋଲ୍ଯୁସନ ଦ୍ଵାରା ମଦ ବିକ୍ରି ଅଧିକ କରା ଯାଇ ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button