ମନୋରଞ୍ଜନ

ବଲିଉଡକୁ କେହି ଦୋହଲାଇ ପାରିବେନି; ବଏକଟ ଟ୍ରେଣ୍ଡ ଉପରେ ଏଭଳି କହିଲେ ପରେଶ – Utkal Mail


ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ପରେଶ ରାୱଲ ଏବେ ତାଙ୍କ ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେ ଥିବା ବେଳେ ଅଭିନେତା ପରେଶ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ଡ୍ରିମ୍ ଗାର୍ଲ ୨’ ଅଗଷ୍ଟ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ମୁକ୍ତିଲାଭ ପୂର୍ବରୁ ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଅଭିନେତା ପରେଶ ରାୱଲ ବଏକଟ ବଲିଉଡ ଟ୍ରେଣ୍ଡ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ପରେଶ ରାୱଲ କହିଛନ୍ତି ଯେ, ‘ମୁଁ ସୋସିଆଲ ମିଡିଆରେ ଚାଲୁଥିବା ଏହି ଟ୍ରେଣ୍ଡ ପ୍ରତି ଧ୍ୟାନ ଦେଉ ନାହିଁ। ବଲିଉଡକୁ କେହି ଦୋହଲାଇ ପାରିବେ ନାହିଁ। ଆମେ ଏଠାରେ ଦୀର୍ଘ ସମୟ ଧରି ରହିଛୁ। କିନ୍ତୁ ଏହା ସହିତ ମୁଁ କହିବାକୁ ଚାହେଁ ଯେ ଆମକୁ ପୂର୍ବ ଅପେକ୍ଷା ଅଧିକ ଏକଜୁଟ ହେବା ଆବଶ୍ୟକ, ଯାହା ଦ୍ବାରା ଆମେ ଏଭଳି ସମସ୍ୟାର ଉତ୍ତମ ମୁକାବିଲା କରିପାରିବା। ମୁଁ କେବଳ ଟଙ୍କା ପାଇଁ ଅନେକ ଚଳଚ୍ଚିତ୍ର କରିଛି, କିନ୍ତୁ ବର୍ତ୍ତମାନ ମୁଁ ଏଭଳି କରିବାକୁ ପସନ୍ଦ କରୁନାହିଁ। ସ୍କ୍ରିପ୍ଟ ଏବଂ ଚରିତ୍ର ହେଉଛି ମୁଖ୍ୟ ଜିନିଷ। ଏହା ସହିତ, ମୁଁ ନିର୍ଦ୍ଦେଶକ ଏବଂ ସହ-କଳାକାର କିଏ ଅଛନ୍ତି, ତାହା ମଧ୍ୟ ଦେଖେ। ଏକ ଭଲ ଟିମ୍ ଆପଣଙ୍କ ଭିତରୁ ସର୍ବୋତ୍ତମ ପ୍ରଦର୍ଶନ ବାହାରକୁ ଆଣିପାରିବ। ଭଲ ସ୍କ୍ରିପ୍ଟକୁ ନେଇ ଫିଲ୍ମ କଲେ ଦର୍ଶକ ପ୍ରେକ୍ଷାଳୟକୁ ଆସିବେ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button