ଦେଶ ବିଦେଶ

ମାଇକ୍ରୋସଫ୍ଟରେ ଜଏନ କରିବେ ଓପେନଏଆଇରୁ ବହିଷ୍କୃତ ସିଇଓ: ସତ୍ୟ ନଦେଲାଙ୍କ ବଡ ଘୋଷଣା – Utkal Mail



ନୂଆଦିଲ୍ଲୀ: କିଛିଦିନ ତଳେ କମ୍ପାନୀରୁ ବହିଷ୍କାର କରାଯାଇଥିବା ଚାଟଜିପିଟ ଓପେନଏଆଇର ସିଇଓ ସାମ ଅଲ୍ଟମନଙ୍କୁ ମିଳିଛି ନୂଆ ଚାକିରି । ସାମ ଅଲ୍ଟମନ ଏବେ ମାଇକ୍ରୋସ୍ପପ୍ଟରେ ଜଏନ କରିବେ । ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲା ଏ ନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅଲ୍ଟମେନଙ୍କ ସହ ଇସ୍ତଫା ଦେଇଥିବା କମ୍ପାନୀର କୋ ଫାଉଣ୍ଡର ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ମାଇକ୍ରୋସଫ୍ଟରେ ଜଏନ କରିବେ ।  ଉଭୟେ କମ୍ପାନୀର ଏକ ନୂଆ ଆଡଭାନ୍ସ ଏଆଇ ରିସର୍ଚ୍ଚ ଟିମରେ କାମ କରିବେ ।

ଓପେନ ଏଆଇର ବୋର୍ଡ ଅଫ ଡାଇରେକ୍ଟର୍ସ  ନଭେମ୍ବର ୧୭ ତାରିଖରେ ସିଇଓ ସାମ ଅଲ୍ଟମନଙ୍କୁ ପଦରୁ ବହିଷ୍କାର କରିଥିଲେ । କମ୍ପାନୀ ପକ୍ଷରୁ ଶୁକ୍ରବାର ଜାରି ଏକ ବୟାନରେ କୁହାଯାଇଥିଲା, ଓପେନ ଏଆଇର ନେତୃତ୍ୱ ନେବାରେ ତାଙ୍କର କ୍ଷମତା ଉପରେ ବୋର୍ଡ ଆଉ ଭରସା କରିପାରୁନି ।’

ସାମ ଅଲ୍ଟମନଙ୍କୁ ବହିଷ୍କାର କରିବା ପରେ ଓପେନ ଏଆଇର କୋ-ଫାଉଣ୍ଡର ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ଇସ୍ତଫା ଦେଇଥିଲେ । ଏପରିକି ଅଲ୍ଟମନଙ୍କ ଇସ୍ତଫା ପରେ ପରେ ୩ ଜଣ ବରିଷ୍ଠ ରିସର୍ଚ୍ଚର ଜେକବ ପଞ୍ଚାଂଗୀ, ଅଲେକଜାଣ୍ଡର ମ୍ୟେଣ୍ଡ୍ରି ଏବଂ ସିଜଗନ ସିଦୋର ମଧ୍ୟ ଇସ୍ତଫା ଦେଇଥିଲେ।

ଅନ୍ୟପକ୍ଷେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଦେଲା ଏକ୍ସରେ ଲେଖିଛନ୍ତି, ‘ମୁଁ ଏକଥା କହିବା ପାଇଁ ବହୁତ ଉତ୍ସାହିତ ଯେ ଅଲ୍ଟମାନ ଏବଂ ବ୍ରୋକମାନ ମାଇକ୍ରୋସଫ୍ଟରେ ତାଙ୍କର ସହକର୍ମୀ ଭାବେ କାମ କରିବେ । ସେମାନେ ଏକ ନୂଆ ଆଡଭାନ୍ସଡ ଏଆଇ ଟିମର ନେତୃତ୍ୱ ନେବେ । ଏଥିପାଇଁ କମ୍ପାନୀ ସମସ୍ତ ଆବଶ୍ୟକୀୟ ଉପାଦାନ ଯୋଗାଇଦେବ । ‘




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button