ଦେଶ ବିଦେଶ

ସରଡେଗା ରନିଂ ରୁମ୍ ଦୁର୍ଘଟଣାରେ ଡିଆର୍‌ଏମ୍‌ଙ୍କ ତଦନ୍ତ

ବନ୍ଧମୁଣ୍ଡା: ଏପ୍ରିଲ ୨୩ରେ ସୁନ୍ଦରଗଡ଼ ଜିଲ୍ଲାର ଚକ୍ରଧରପୁର ରେଳମଣ୍ଡଳର ସରଡେଗାସ୍ଥିତ ରେଳବାଇ ରନିଂ ରୁମ୍‌ରେ ସୁରକ୍ଷା ଅବହେଳା ଯୋଗୁ ଘଟିଥିବା ଦୁର୍ଘଟଣାର ତଦନ୍ତ ଡିଆର୍‌ଏମ୍‌ କରିଛନ୍ତି। ମାତ୍ର ତାହାର ଭିଜିଲାନ୍‌ସ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି।

ସେଦିନ ରୋଷେଇଘରର ଏକ ପୁରୁଣା ସିଲିଣ୍ଡର ପାଇପ୍‌ରୁ ଗ୍ୟାସ୍ ଲିକେଜ୍ ହେଇ ଘଟିଥିବା ବିସ୍ଫୋରଣ ଘଟଣା ଏବେ ସମଗ୍ର ଦକ୍ଷିଣ-ପୂର୍ବ ରେଳ ଜୋନ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପରିପ୍ରେକ୍ଷୀରେ ଚକ୍ରଧରପୁର ରେଳବାଇ ଡିଆର୍‌ଏମ୍‌ ତରୁଣ ହୁରିଆ ସରଡେଗା ରନିଂ ରୁମ୍‌କୁ ପହଞ୍ଚି ଘଟଣାସ୍ଥଳର ପରିଦର୍ଶନ କରିଛନ୍ତି।

ଏହାସହିତ ସେ ରନିଂ ରୁମ୍‌ର ରୋଷେଇଘରକୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଡିଆର୍‌ଏମ୍‌ଙ୍କ ସହିତ ରେଳବୋର୍ଡର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ନିକଟରେ ଶ୍ରୀ ହୁରିଆ ଗଣମାଧ୍ୟମକୁ କହିଥିଲେ ଯେ, ଏହି ଘଟଣାରେ ସମ୍ପୃକ୍ତ ଠିକାଦାର ଓ ଅନ୍ୟ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଏପର୍ଯ୍ୟନ୍ତ ଏହି ମାମଲାରେ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ।

ସୂଚନାଯୋଗ୍ୟ ଯେ, ସରଡେଗା ରନିଂ ରୁମ୍‌ରେ ଅଗ୍ନିକାଣ୍ଡ ପରେ ଅନେକ ପ୍ରଶ୍ନ ଉଠିଛି। ସେଠାକାର ରନିଂ ରୁମ୍ ପାଇଁ ଦୁଇଜଣ ତତ୍ତ୍ବାବଧାରକଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ କେହି ଉପସ୍ଥିତ ନ ଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ରେଳବାଇର ଏକ ୟୁନିଅନ ସହିତ ଜଡ଼ିତ ଜଣେ ଲୋକୋ ପାଇଲଟ୍‌ଙ୍କୁ ଏଠାରେ ବେଆଇନ ଭାବେ ତତ୍ତ୍ବାବଧାରକ ନିଯୁକ୍ତ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ମୋବାଇଲ୍‌ ଟାୱାରରୁ ଚୋରି, ୫ ଗିରଫ

ରେଳ ୟୁନିଅନ ସହିତ ଜଡ଼ିତ ଉକ୍ତ ଲୋକୋ ପାଇଲଟ୍‌ଙ୍କ ପ୍ରଭାବ ଏତେ ଯେ, ସରଡେଗାରେ ଜଣେ ଡ୍ରାଫ୍ଟ ତତ୍ତ୍ବାବଧାରକଙ୍କ ନିଯୁକ୍ତି ସତ୍ତ୍ୱେ ତାଙ୍କୁ ତତ୍ତ୍ବାବଧାରକ ଭାବରେ ରଖାଯାଇଛି। ଏହାବ୍ୟତୀତ, ନିୟମର ଉଲ୍ଲଂଘନ କରି ଉକ୍ତ ଲୋକୋ ପାଇଲଟ୍‌ଜଣକ ଟ୍ରେନ ନ ଚଳାଇ ମଧ୍ୟ ରିଲିଭିଂ ଓ ନିର୍ଦ୍ଧାରିତ ମାଇଲେଜ୍ ପାଇଛନ୍ତି। ସ୍ଥାନୀୟ ରେଳ କର୍ମଚାରୀ ଏହି ଘଟଣାର ଭିଜିଲାନ୍‌ସ ତଦନ୍ତ ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button