ମନୋରଞ୍ଜନ

ସନାତନ ଧର୍ମ ଉପର ମନ୍ତବ୍ୟ ଦେଇ ଫସିଲେ ପ୍ରକାଶ ରାଜ୍, ମିଳିଲା ହତ୍ୟା ଧମକ – Utkal Mail


ମୁମ୍ବାଇ: ସନାତନ ଧର୍ମ ଉପର ମନ୍ତବ୍ୟ ଦେଇ ଫସିଲେ ପ୍ରକାଶ ରାଜ୍। ମିଳିଲା ହତ୍ୟା ଧମକ। ସାଉଥ ଫିଲ୍ମ ସହ ବଲିଉଡ ଫିଲ୍ମରେ କାମ କରିସାରିଥିବା ଅଭିନେତା ପ୍ରକାଶ ରାଜ୍ ଅନେକ ସମୟରେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। କିଛି ଦିନ ତଳେ ସେ ସନାତନ ଧର୍ମକୁ ସମର୍ଥନ କରୁଥିବା ଲୋକଙ୍କୁ ସମାଲୋଚନା କରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି କାରଣରୁ ଏବେ ତାଙ୍କୁ ହତ୍ୟା ଧମକ ମିଲିଛି। ହତ୍ୟା ଧମକ ଦେଇଥିବା ଅଭିଯୋଗ କରି ପ୍ରକାଶ ରାଜ୍ ଏକ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଅଭିଯୋଗ କରିଛନ୍ତି।

ପ୍ରକାଶଙ୍କ ଅଭିଯୋଗ ମୁତାବକ, ୟୁଟ୍ୟୁବ୍ ଚ୍ୟାନେଲ୍ ଟିଭି ବିକ୍ରମା ଉସୁକାଇବା ଭଳି କଥା କହି ଭିଡିଓ ପୋଷ୍ଟ କରିଥିଲେ, ଯାହା ତାଙ୍କ ଜୀବନ ତଥା ପରିବାରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଭିଡିଓରେ ‘ଷ୍ଟଲିନ ଏବଂ ପ୍ରକାଶ ରାଜଙ୍କୁ ମାରି ଦିଆଯିବା ଉଚିତ କି?’ ‘ହିନ୍ଦୁମାନେ କ’ଣ କରିବା ଉଚିତ୍?’ ଏବଂ ‘ତୁମର ରକ୍ତ ଗରମ ହେଉ ନାହିଁ? ‘ ଏହିପରି ବିବୃତି ରହିଥିଲା। ଏହି ଭିଡିଓ ଦେଖିବା ପରେ ଅଭିନେତା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ନିକଟରେ ପ୍ରକାଶ ରାଜ ସନାତନ ଧର୍ମ ସମ୍ବନ୍ଧରେ ଏକ ବିବାଦୀୟ ବିବୃତି ଦେଇଥିଲେ। ପ୍ରକାଶ ରାଜ କହିଥିଲେ ଯେ, ଯେଉଁମାନେ ସନାତନ ଧର୍ମ ଏବଂ ହିନ୍ଦୁତ୍ୱକୁ ସମର୍ଥନ କରନ୍ତି ସେମାନେ ପ୍ରକୃତ ହିନ୍ଦୁ ନୁହଁନ୍ତି। ପ୍ରକୃତରେ ସେମାନେ ‘ହିନ୍ଦୁତ୍ୱର ଠିକାଦାର’। ତାଙ୍କର ଏଭଳି ବିବୃତିକୁ ନେଇ ପରେ ବିବାଦ ଆରମ୍ଭ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button