ଜୀବନଶୈଳୀ

ରାତିରେ ଶୋଇବା ପୂର୍ବରୁ କେବଳ ୧୧ ଥର ଭଗବାନଙ୍କୁ କହି ଦିଅନ୍ତୁ ଏହି ଶବ୍ଦ ଏବଂ ଦେଖନ୍ତୁ ଚମତ୍କାର

ରାତିରେ ନିଦ୍ରା ଅବସ୍ଥାରେ ମନୁଷ୍ୟର ବାହ୍ୟ ଶରୀର କେବଳ ଜାଗ୍ରତ ନଥାଏ କିନ୍ତୁ ଅବଚେତନ ଶରୀର ସମ୍ପୂର୍ଣ୍ଣ ଜାଗ୍ରତ ଅବସ୍ଥାରେ ଥାଏ । ଯାହାକୁ ସବକନସିୟସ ମାଇଣ୍ଡ କୁହାଯାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ରାତିରେ ଶୋଇବା ପୂର୍ବରୁ କେଉଁ ଶବ୍ଦ ଏଗାର ଥର କହିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ରାତାରାତି ଚମତ୍କାର ହୋଇଥାଏ ।

ବାହ୍ୟ ଶରୀର ଦ୍ୱାରା ମନୁଷ୍ୟ କେବଳ ବାହ୍ୟ ଗତିବିଧି ଏବଂ ବାହ୍ୟ କାର୍ଯ୍ୟ କଳାପକୁ ଅନୁଭବ କରିଥାଏ କିନ୍ତୁ ଅବଚେତନ ଅବସ୍ଥାରେ ମନୁଷ୍ୟ ମଧ୍ୟରେ ଅନେକ କିଛି ଘଟିଥାଏ । ରାତିରେ ଶୋଇବା ପୂର୍ବରୁ ଭଗବାନଙ୍କୁ ଏକ ପ୍ରାର୍ଥନା କଲେ ନିଦ ଭଲ ଆସିବା ସହିତ ଭୂତ ପ୍ରେତ ଭଳି ଭାବନା ଦୂରେଇ ଯାଏ । ଏହାବ୍ୟତୀତ ରାତିରେ ସ୍ୱାମୀ ସ୍ତ୍ରୀ ଶୋଇବା ସମୟରେ କିଛି ନିୟମ ମାନି ନେବା ଉଚିତ । ନଚେତ ଜୀବନରେ ସମସ୍ୟା ଦେଖାଦେଇ ପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ ।

ଦାମ୍ପତ୍ୟ ଜୀବନରେ ଉତ୍ତମ ସନ୍ତୁଳନ ରକ୍ଷା ରହିବା ପାଇଁ ସ୍ତ୍ରୀକୁ ସର୍ବଦା ସ୍ୱାମୀର ବାମ ପାର୍ଶ୍ଵରେ ଶୋଇବା ଉଚିତ । ସ୍ୱାମୀକୁ ସ୍ତ୍ରୀ ର ସବୁବେଳେ ଡାହାଣ ଦିଗରେ ଶୋଇବା ଉଚିତ । ସ୍ତ୍ରୀକୁ ସ୍ୱାମୀର ବାମ ଅଙ୍ଗ କୁହାଯାଉଥିବା ବେଳେ ସ୍ୱାମୀକୁ ସ୍ତ୍ରୀର ଡାହାଣ ଅଙ୍ଗ କୁହାଯାଇ ଥାଏ । ଉଭୟଙ୍କ ଦ୍ୱାରା ପାରିବାରିକ ଜୀବନରେ ସନ୍ତୁଳନ ବଜାୟ ରହିଥାଏ । ମନୁଷ୍ୟକୁ ସର୍ବଦା ଉତ୍ତର ଦିଗକୁ ମୁହଁ କରି ଶୋଇବା ଉଚିତ ।

ବିଦ୍ୟାର୍ଥୀ କିମ୍ବା ବ୍ୟବସାୟୀ ନିଜର ସ୍ମରଣ ଶକ୍ତି ଦୃଢ଼ କରିବାକୁ ଉତ୍ତର ଦିଗକୁ ମୁହଁ କରି ଶୋଇବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ପୂର୍ବରୁ କରିଥିବା ପାପର ପ୍ରାୟଶ୍ଚିତ ହୋଇଥାଏ । ଏହାବ୍ୟତୀତ ଭଗବାନଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ସର୍ବଦା ଉତ୍ତର ଦିଗକୁ ଅର୍ଥାତ ଉଚିତ ଦିଗକୁ ମୁଣ୍ଡ କରି ଶୋଇଲେ ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ ଏବଂ ସକାରାତ୍ମକତା ବଜାୟ ରହିଥାଏ ।

ରାତିରେ ଶୋଇବା ପୂର୍ବରୁ ୧୧ ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ନିଦ ଭଲ ଆସିଥାଏ । ଏହାଦ୍ବାରା ଗଭୀର ନିଦ ଆସିଥାଏ । ମାତ୍ର ଗାୟତ୍ରୀ ମନ୍ତ୍ରକୁ କେବେ ମୁହଁରେ ଜୋରରେ ଜପ କରିବା ଉଚିତ ନୁହେଁ ବରଂ ମନରେ ଜପ କରିବା ଉଚିତ । ଗାୟତ୍ରୀ ଜପ କରିବା ସମୟରେ ଏହି ନିୟମ ମାନିବା ଉଚିତ । ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ଶରୀରରେ ଶକ୍ତି ଆସିଯାଏ । ବ୍ୟକ୍ତିଙ୍କୁ ରାତି ୧୧ଟା ପୂର୍ବରୁ ଶୋଇଯିବା ଉଚିତ ।

ଏମିତିରେ ତ ରାତି ୯ ପୂର୍ବରୁ ଶୋଇଯିବା ଉଚିତ । କିନ୍ତୁ ସମୟ ନଥିଲେ ରାତି ୧୧ ପୂର୍ବରୁ ନିଶ୍ଚିତ ଶୋଇଯିବା ଉଚିତ । ଏହାଦ୍ବାରା ବ୍ୟକ୍ତିକୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ବୈଜ୍ଞାନିକ କାରଣ ଅନୁଯାୟୀ ଜଲଦି ଶୋଇବା ସହିତ ଜଲଦି ଉଠିଲେ ବ୍ୟକ୍ତିକୁ ସକାରାତ୍ମକ ଅନୁଭୂତ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୁଏନାହିଁ ।

ଏହାବ୍ୟତୀତ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯିବା ଉଚିତ । ଏହି ବ୍ୟକ୍ତି ଜୀବନରେ ସଫଳତା ଅର୍ଜନ କରିଥାଏ । ରାତିରେ ଶୋଇବା ପୂର୍ବରୁ ଏବଂ ସକାଳୁ ଉଠିବା ପରେ ପ୍ରଥମେ ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରିବା ଉଚିତ । ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରି ଶୋଇବା ଦ୍ୱାରା ମଧ୍ୟ ଗଭୀର ନିଦ୍ରା ଆସିଥାଏ । ରାତିରେ ଶୋଇବା ପୂର୍ବରୁ ନିଜ ଇଷ୍ଟ ଦେବତାଙ୍କର ୧୧ ଥର ଜପ କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ।

କିନ୍ତୁ ଏହି ପ୍ରାର୍ଥନା ସମୟରେ ନିଷ୍ଠାର ସହିତ ପ୍ରାର୍ଥନା ସହିତ ନିଜ ପାପ କର୍ମ ପାଇଁ ପ୍ରାର୍ଥନା ମଧ୍ୟ କରନ୍ତୁ , ଯେପରି ନିଜ ଦ୍ୱାରା ଯେପରି କିଛି ପାପ ନହେଉ ବୋଲି ପ୍ରାର୍ଥନା କରନ୍ତୁ । ଆପଣଙ୍କୁ ଯେପରି ଭଗବାନ ସବୁବେଳେ ସହାୟତା କରନ୍ତୁ , ପଞ୍ଚମରେ ନିଜର ଉନ୍ନତି ହେଉ ବୋଲି ପ୍ରାର୍ଥନା କରନ୍ତୁ । ଏହି ସବୁ ଜପ କରି ଶୋଇବା ଦ୍ୱାରା ନିଦ ଭଲ ଆସିଥାଏ ଏବଂ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାପରେ ଭଗବାନଙ୍କୁ ଉନ୍ନତି ଏବଂ ଏବଂ କଲ୍ୟାଣ କରିବାକୁ ପ୍ରାର୍ଥନା କରନ୍ତୁ । ଏହାପରେ ଗୁରୁ ମନ୍ତ୍ର ଜପ କରି ନିଜ ପ୍ରିୟ ଦେବଦେବୀଙ୍କ ନାମ ଜପ କରନ୍ତୁ । ଏପରି କହି ଶୋଇବା ଦ୍ୱାରା ଅବଚେତନ ମନ ଜାଗ୍ରତ ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button