ଦେଶ ବିଦେଶ

‘ଉପମୁଖ୍ୟମନ୍ତ୍ରୀଙ୍କ କାର ଯାଉଥିବା ରାସ୍ତାରେ କ’ଣ ମୋର ଯିବାର ଅଧିକାର ନାହିଁ’ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଉ ଜିଲ୍ଲା ଘୋସି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ଆଜିକାଲି ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ସୋସିଆଲ ମିଡିଆରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀ ଜଣେ ବୃଦ୍ଧ ସାଇକେଲ ଆ‌ରୋହୀଙ୍କୁ ଧକ୍କା ଦେଇ ରାସ୍ତାରୁ ଓହ୍ଲାଇ ଦେଇଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓକୁ ସମାଜବାଦୀ ପାର୍ଟିର (ଏସପି) ସଭାପତି ଅଖିଳେଶ ଯାଦବ ଟୁଇଟ କରି ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କୁ ଆ‌କ୍ଷେପ କରିଛନ୍ତି।

ଅଖିଳେଶ ଟୁଇଟ କରି ଲେଖିଛନ୍ତି,‘ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାରଯାତ୍ରା ସମୟରେ ରାସ୍ତାରେ ଜନତାଙ୍କ ଅସ୍ତିତ୍ବ ନାହିଁ।’

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ‌ରେ ଦେଖିବାକୁ ମିଳୁଛି, ରାସ୍ତାରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାରଯାତ୍ରା ଚାଲିଛି। ଏହି ସମୟରେ ଜଣେ ବୃଦ୍ଧ ସେହି ରାସ୍ତା ଦେଇ ସାଇକେଲ ନେଇ ଆସୁଛନ୍ତି। ତାଙ୍କୁ ଜଣେ ଟ୍ରାଫିକ ପୁଲିସ ଅଟକାଉଛନ୍ତି। ଏହି ସମୟରେ ବୃଦ୍ଧ ଜଣକ କହୁଛନ୍ତି,‘ ମୋର କାମ ଅଛି ମୋତେ ଯିବାକୁ ଦିଆଯାଉ। ଉପମୁଖ୍ୟମନ୍ତ୍ରୀ  ଯିବା ରାସ୍ତାରେ ମୋର କ’ଣ ଯିବାର ଅଧିକାର ନାହିଁ।’’

 

ବୃଦ୍ଧଙ୍କ ଠାରୁ ଏକଥା ଶୁଣି ଟ୍ରାଫିକ ପୁଲିସ ଜଣକ ତାଙ୍କୁ ଘୋଷାରି ରାସ୍ତାପାର୍ଶ୍ବକୁ ନେଇ ଯାଉଛନ୍ତି।  ଫଳରେ ବୃଦ୍ଧ ଜଣକ ସାଇକେଲ ସହିତ ରାସ୍ତାରୁ ତଳକୁ ପଡ଼ିଯାଉଛନ୍ତି।’

କିଛିଦିନ ତଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ତାଙ୍କୁ ନାଗ ସାପ ସହିତ ତୁଳନା କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button