ଦେଶ ବିଦେଶ

ଗାଡ଼ିରୁ ତେଲ ସରିଯାଇଥିବା ଯୁବକଙ୍କୁ ଏଭଳି ଭାବେ ସାହାଯ୍ୟ କଲେ ସ୍ବିଗ୍ଗି ଡେଲିଭରୀ ବଏ – Utkal Mail


ବେଙ୍ଗାଲୁରୁ: ଗାଡ଼ିରୁ ତେଲ ସରିଯାଇଥିବା ଯୁବକଙ୍କୁ ସାହାଯ୍ୟ କଲେ ସ୍ବିଗ୍ଗି ଡେଲିଭରୀ ବଏ। ଏକ୍ସରେ ପୋଷ୍ଟ କରି ପ୍ରଶଂସା କଲେ ଅସୁବିଧାରେ ପଡ଼ିଥିବା ଯୁବକ। ଘଟଣାଟି ବେଙ୍ଗାଲୁରୁରେ ଘଟିଥିବା ବେଳେ ଶ୍ରବଣ ଟିକୋଙ୍କ ଗାଡ଼ିରୁ ପେଟ୍ରୋଲ ଶେଷ ହେବା ପରେ ତାଙ୍କୁ କିଭଳି ଭା‌ବେ ସ୍ବିଗ୍ଗି ଡେଲିଭରୀ ବଏ ସାହାଯ୍ୟ କରିଥିଲେ, ତାହା ଜଣାଇଛନ୍ତି ଶ୍ରବଣ।

ଏକ୍ସରେ ଶ୍ରବଣ ଲେଖିଛନ୍ତି ଯେ, ରାତି ୧୨ଟାରେ ମୁଁ ମୋ ସାଙ୍ଗ ଘରୁ ବାହାରି ନିଜ ଘରକୁ ଆସୁଥିଲି। ଗାଡ଼ିର ‘ଫୁଏଲ ଇଣ୍ଡିକେଟର’ ଖରାପ ଥିବାରୁ ପେଟ୍ରୋଲ କେତେ ଅଛି ମୁଁ ଜାଣିପାରିନଥିଲି। ହଠାତ୍ ଅଧା ବାଟରେ ଗାଡ଼ିରୁ ପେଟ୍ରୋଲ ଶେଷ ହୋଇଯିବାରୁ ମୁଁ ଅନ୍ୟ କିଛି ବାଟ ନପାଇ ଗାଡ଼ିକୁ ଠେଲି ଠେଲି ଘର ଅଭିମୁଖେ ବାହାରିଥିଲି। ଏହି ସମୟରେ ସ୍ବିଗ୍ଗି ଡେଲିଭରୀ ବଏ ମୋ ପାଖକୁ ଆସି ଭାଇ, କ’ଣ ହେଲା? ବୋଲି ପଚାରିଥିଲେ। ମୁଁ ମୋ ସମସ୍ୟା ଜଣାଇବା ପରେ ସେ ନିଜ ବାଇକରେ ମୋ ବାଇକକୁ ଟାଣି ଟାଣି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେବେ ବୋଲି କହିଲେ। ପେଟ୍ରୋଲ ପମ୍ପ ସେଠାରୁ ୨.୫କିଲୋମିଟର ଦୂରରେ ଥିବା ବେଳେ ତାଙ୍କ ସାହାଯ୍ୟ ପାଇଁ ମୁଁ ପେଟ୍ରୋଲ ପମ୍ପରେ ପହଞ୍ଚି ପାରିଥିଲି। ହେଲେ ସେଠାରେ ପହଞ୍ଚିବା ବେଳକୁ ପେଟ୍ରୋଲ ପମ୍ପ ବନ୍ଦ ହୋଇସାରିଥିଲା। ସେଠାରୁ ଅନ୍ୟ ଏକ ପେଟ୍ରୋଲ ପମ୍ପ ୩କିଲୋମିଟର ଥିବା ଜାଣି ଡେଲିଭରୀ ବଏ ମୋତେ ସେ ପର୍ଯ୍ୟନ୍ତ ନେଇଯିବେ ବୋଲି କହିଲେ। ଖାଦ୍ୟ ଡେଲିଭର କରିବାକୁ ବିଳମ୍ବ ହେଉଥିଲେ ବି ସେ ମୋତେ ୩କିଲୋମିଟର ଦୂର‌ ପେଟ୍ରୋଲ ପମ୍ପରେ ଛାଡ଼ିଥିଲେ। ସେଠାରେ ମୁଁ ତାଙ୍କୁ ତାଙ୍କ ସାହାଯ୍ୟ ପାଇଁ ୫୦୦ଟଙ୍କା ଦେଇଥିଲି। ହେ‌ଲେ ସେ ନେବାକୁ ମନା କରି ମୋତେ କହିଥିଲେ, ଆଜି ମୁଁ ତୁମକୁ ସାହାଯ୍ୟ କଲି, କାଲି ମୋତେ ଆଉ କିଏ ସାହାଯ୍ୟ କରିଦେବ। ଏହା ଶୁଣି ମୋ ହୃଦୟ ତରଳି ଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button