ଓଡିଶା

ଥମୁନି ଧଳା ଜହର କାରବାର : ଅନୁଗୁଳରୁ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଗିରଫ – Utkal Mail



ଅନୁଗୁଳ : ଥମୁନି ଧଳା ଜହର କାରବାର  । ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ ବେଳେ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଅବକାରୀ ବିଭାଗ  । ସୂଚନା ମୂତାବକ ନାଲକୋନଗର ଥାନା କନ୍ୟାବେଡା କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବାବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା

ଏବଂ ଯାଞ୍ଚବେଳେ ସେମାନଙ୍କ ନିକଟରୁ ୭୪ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲାଏବଂ ଘଟଣାରେ ୪ ଜଣ ବେପାରୀଙ୍କୁ ଗିରଫ କରିଥିଲା ।  ଗିରଫ ଅଭିଯୁକ୍ତ ମାନେ ହେଲେ ଗାଙ୍ଗୁଲି ସେଠ , ରାକେଶ କୁମାର ମହାନ୍ତି , ମୁକେଶ କୁମାର ସାହୁ ଏବଂ ସୌଭାଗ୍ୟ ସୁବୁଦ୍ଧିସମସ୍ତ ଅଭିଯୁକ୍ତ ନାଲକୋନଗର ଥାନା ବଳରାମପ୍ରସାଦ ଗାଁର ବୋଲି ଜଣାପଡିଛି  ।  ସେମାନଙ୍କ ନିକଟରୁ ଏକ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛିସେପଟେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ଲକ୍ଷ ୪୦ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button