ଦେଶ ବିଦେଶ

ଖୁଡି ସହ ସ୍ୱାମୀ କୁ ସମ୍ୱନ୍ଧ କରୁଥିବାର ଦେଖିଦେଲା ସ୍ତ୍ରୀ, ତାପରେ ନିଜର ସିନ୍ଦୁର ପୋଛି…

ଅପବିତ୍ର ହେଲା ପବିତ୍ର ସଂପର୍କ। ଏଠି ବଦନାମ ହେଇଛି ରକ୍ତସମ୍ପର୍କ। ଖୁଡିକୁ ପ୍ରେମକରି ଦୈହିକ ସଂପର୍କ ରଖି ହଟହଟା ହୋଇଛନ୍ତି ଖୁଡି ପୁତୁରା । ନୂଆ କରି ବାହା ହୋଇ ଆଣିଥିବା ସ୍ତ୍ରୀର ସିନ୍ଦୂର ଶଙ୍ଖାକୁ ମାସେ ନ ପୁରୁଣୁ ସ୍ତ୍ରୀ କାରାଉଛି ସ୍ଵାମୀ ବାହାଘର । ସ୍ୱାମୀର ଖୁସିରେ ପାଚେରୀ ନ ହୋଇ ଦାନରେ ଦେଉଛି ଶଙ୍ଖା ସିନ୍ଦୂର।

ସ୍ତ୍ରୀ ସହ ଦାମ୍ପତ୍ୟ ସଂପର୍କ ନ ରଖି ନିଜ ଖୁଡି ସହ ରଖୁଥିଲେ ସ୍ୱାମୀ ସ୍ତ୍ରୀର ଗୁପ୍ତ ସଂପର୍କ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅନ୍ତର୍ଗତ ଭୂଡରୁବଣୀ ଗ୍ରାମରେ। ଏଠାରେ ଥିବା ଶିବ ବେହେରାଙ୍କ ପୁଅ ଫିକି ବେହେରା ଗୁରୁମାଇସାନିର କୁଲଡ଼ିହା ଗ୍ରାମରୁ ବିବାହ କରିଥିଲେ ।

ତେବେ ବାପ ଘରୁ ବୋହୂ ହୋଇ ବିଦା ହୋଇ ଆସିବା ଭିତରେ କୁଆଁରୀ ମନନେଇ ଦେଖିଥିବା ସବୁ ସ୍ବପ୍ନ ଆଖି ଆଗରେ ଚୁରମାର ହୋଇଯାଉଛି କେମିତି ଦେଖିବ କେମିତି ସହିବ। ଜଳି ଯାଉଛି ହୃଦୟ, ଦୁଃଖରେ ଫାଟି ଯାଉଛି ଛାତି ଝରି ଯାଉଛି ଆଖିରୁ ଧାର ଧାର ଲୁହ ।

ଆଉ ତାରି ଭିତରେ ସ୍ୱାମୀର ଖୁସି ପାଇଁ ପୋଛି ଦେଉଛି କପାଳରୁ ସିନ୍ଦୂର ଖୋଲି ଦେଉଛି ହାତରୁ ଶଙ୍ଖା। ସ୍ୱାମୀର ପ୍ରେମିକା ସାଜିଥିବା ଖୁଡିକୁ ଦାନରେ ଦେଉଛି ଶଙ୍ଖା ସିନ୍ଦୂର ଆଉ ଆଣିଥିବା ସବୁ ଆସବାବ ପତ୍ର ନେଇ ସବୁଦିନ ପାଇଁ ଚାଲି ଯାଉଛି ବାପଘର ।

ଏଭଳି ଏକ ହୃଦୟବିଦାରକ ଘଟଣା ଆସିଛି ସାମ୍ନାକୁ । ଯେଉଁଠି ସଂପର୍କର ସବୁ ସୀମାଡେଇଁ ବାଟବଣା ହୋଇ ଅସଂପର୍କକୁ ଆପଣାଇ ବଦନାମ କରିଛି ପବିତ୍ର ସାମାଜିକ ସଂପର୍କକୁ । ଏଭଳି ଘଟଣାରେ କେମିତି ଧୈର୍ଯ୍ୟ ଧରିଥାନ୍ତା କଅଁଳ ବୟସରେ ବୋହୂ ହୋଇ ଆସିଥିବା ନିରିହା ଝିଅଟି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button