ଯଦି ଆପଣଙ୍କୁ ବି ଲାଗୁନାହିଁ ଭୋକ, ତେବେ ଏମିତି କରନ୍ତୁ, ଠିକ ସମୟରେ ଖାଇବାକୁ ଇଛା ହେବ

ଆଜିକାଲି ସମୟରେ ଗୋଟେ ଦିନ ରେ ପ୍ରାୟ ବହୁତ ଲୋକ କୁହନ୍ତି ମୋତେ ଭୋକ ଲାଗୁନି, ଖାଇବାକୁ ଇଛା ହଉନି । ଏହି କଥା ସେ ଦିନକୁ ବାର ବାର ଦୋହରେଇଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି ଏହା ଏକ ଗମ୍ଭୀର ରୋଗ ମଧ୍ୟ ହୋଇପାରେ । ଏଥି ପାଇଁ ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପଡିପାରେ । ଓଜନ କମ ହେବା, ପେଟ ଗ୍ଯାସ, ପଚନ ପ୍ରକ୍ରିୟା ଠିକ ସେ ନହେବା, ଦୁର୍ବଳତା ଓ ଭୋକ ନ ଲାଗିବା ଆଦି ରୋଗର ମୂଳ କାରଣ ହୋଇପାରେ । ସେଥିଲାଗି ଫିଟ୍ ରହିବା ପାଇଁ ଠିକ ସମୟରେ ଖାଦ୍ୟ ଖାଇବା ଦରକାର । ଆସନ୍ତୁ ଜାଣିବା କେତୋଟି ଘରୋଇ ଉପାୟ ଯାହାଦ୍ୱାରା ଭୋକ ନ ଲାଗିବାର ସମସ୍ୟାକୁ ଦୂର କରିହେବ ।
ଆପେଲ ଜୁଷ;- ଆପେଲ୍ ର ରସ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଫିଟ୍ ରଖିଥାଏ ଓ ବିଭିନ୍ନ ରୋଗକୁ ଦୂର କରିଥାଏ । ସେଥି ପାଇଁ ସବୁଦିନ ଗୋଟେ ଗ୍ଳାସ ଆପେଲ୍ ଜୁସ୍ ରେ ମେଥି ପକେଇକି ପିଇଲେ ଭୋକ ଲାଗିଥାଏ ।
କଳାଲୁଣ;- ସାଧାରଣତଃ ଲୋକମାନେ ସାଲାଡ ରେ କଳା ଲୁଣ ପକେଇକି ଖାଇଥାନ୍ତି । ହେଲେ ଟମାଟର ର ସାଲାଡରେ କଳା ଲୁଣ ଲଗେଇକି ଖାଇଲେ ଭୋକ ଲାଗିଥାଏ । ଏହା ଛଡା ଟିକେ କଳା ଲୁଣ ଚାଟିକି ଖାଇଲେ ମଧ୍ୟ ପାଚନ ପ୍ରକ୍ରିୟା ଭଲ ହୋଇଥାଏ ।