ବ୍ୟବସାୟ

ଦୁଇମାସ ପୂର୍ବରୁ ଟମାଟୋ ବିକ୍ରି କରି ମାଲାମାଲ ହୋଇଥିବା ଚାଷୀଙ୍କ ଉପରେ ପଡ଼ିଛି ଚଡ଼କ – Utkal Mail


ନୂଆଦିଲ୍ଲୀ: ଦୁଇମାସ ପୂର୍ବରୁ ଟମାଟୋ କିଲୋପିଛା  ୨୦୦ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ଟମାଟୋର ଏଭଳି ଆକାଶଛୁଆଁ ଦରକୁ ଦେଖି ଲୋକଙ୍କ ରୋଷେଇ ଘରୁ ଟମାଟୋ ଉଭେଇ ଯାଇଥିଲା। ଅନେକ ଦିନ ଧରି ଲୋକେ ଟମାଟୋ ଖାଇବା ଛାଡ଼ି ଦେଇଥି‌ଲେ। ଏହି କ୍ରମରେ ସରକାରଙ୍କୁ ଟମାଟୋ ଦାମକୁ ହ୍ରାସ କରିବା ପାଇଁ ସବସିଡି ଦେବାକୁ ପଡ଼ିଥିଲା। ସ୍ଥାନେସ୍ଥାନେ ସରକାରୀ ଷ୍ଟଲ ବସିଥିଲା। ଏହି ଷ୍ଟଲରେ ସାଧାରଣ ଲୋକଙ୍କ ପାଇଁ ଟମାଟୋ କିଲୋପିଛା ୫୦ଟଙ୍କାରେ ବିକ୍ରି ହୋଇଥିଲା।

ସମ୍ପ୍ରତି ଟମାଟୋ ଦର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆନ୍ଧ୍ରପ୍ରଦେଶରେ ଟମାଟୋର କିଲୋପିଛା ଦର ୨ରୁ ୩ଟଙ୍କା ରହିଛି। ତେବେ ଦୁଇମାସ ପୂର୍ବରୁ ଟମାଟୋ ବିକ୍ରି କରି ମାଲାମାଲ ହୋଇଥିବା ବିକାଳିଙ୍କ ଉପରେ ଏବେ ଚଡ଼କ ପଡ଼ିଛି ବୋଲି କୁହାଯାଉଛି। ଏମିତି କି ଟମାଟୋ ୨ରୁ ୩ ଟଙ୍କା କିଲୋରେ ବିକିବାକୁ ସେମାନେ ରାଜିଥିବା ବେ‌ଳେ ବି ବିକ୍ରି ହେଉନାହିଁ। ଏହି କାରଣରୁ ବିକାଳି ଟମାଟୋକୁ ରାସ୍ତାରେ ଫିଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ଟମାଟୋ ଚାଷୀଙ୍କ କହିବାନୁସାରେ, ‘ଟମାଟୋ ଦର ଏତେ ତଳକୁ ଖସି ଯାଇଛି ଯେ ଚାଷ ଜମିରୁ ମଣ୍ଡି ପର୍ଯ୍ୟନ୍ତ ନେବାର ଭଡ଼ା ବି ଉଠୁ ନାହିଁ।

ଏହି କ୍ରମରେ ଆଉ ଜଣେ ଚାଷୀ କହିଛନ୍ତି, ‘ ମୁଁ ଏକ ଲକ୍ଷ ଟଙ୍କାର ଟମାଟୋ ଫସଲ କରିଥିଲି। ଏବେ ଯେଉଁଭଳି ଭାବେ ଟମାଟୋ ଦର ହ୍ରାସ ପାଇଛି। ମୋର ମୂଳ ଖର୍ଚ୍ଚ ବି ଉଠିବା କଷ୍ଟକର।’




Related Articles

Leave a Reply

Your email address will not be published. Required fields are marked *

Back to top button