କ୍ରାଇମ

ଓଡିଶାରେ 12 କୋଟି ର ଲୁଟ, ମାତ୍ର 10 ମିନିଟ ରେ ଲୁଟିନେଲେ 12 କୋଟି ଟଙ୍କାର ନଗଦ କ୍ୟାସ ଓ ସୁନା ଗହଣା

ଚାରିଜଣ ଦୁର୍ବୁତ୍ତ କଟକ ଜିଲ୍ଲାର ନୟାସଡକରେ ଅବସ୍ଥିତ IIFL ର ଗୋଲ୍ଡ ଲୋନ ବ୍ରାଞ୍ଚ ରୁ ପ୍ରାୟ 10-12 କୋଟି ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଡକାୟତମାନେ ଲକର ଭାଙ୍ଗି IIFL ବ୍ୟାଙ୍କରୁ ନଗଦ କ୍ୟାସ ଏବଂ ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି । କମିଶନରେଟ୍ ପୋଲିସ୍ ଯାଞ୍ଚ କାର୍ଯ୍ୟ ଆରମ୍ଭ କରି ଦେଇଛି, ପ୍ରକୃତ ପରିମାଣର କୟାସ ଏବଂ ଅଳଙ୍କାର କେତେ ଲୁଟ ହୋଇଛି ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅନୁମାନ କରା ଯାଉଛି ଏହା 10-12 କୋଟି ଟଙ୍କାର ଅଟେ ।

ଗୁରୁବାର ସକାଳେ ପ୍ରାଇଭେଟ ଫାଇନାନ୍ସ ଫାର୍ମରେ ହୋଇଥିବା ଲୁଟ୍ ଘଟଣା ବିଷୟରେ ରିପୋର୍ଟ ଆସିଥିଲା, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ ଦୁର୍ବୁତ୍ତ ମାନେ ଲକର ଖୋଲିବା ପରେ କୋଟି କୋଟି ଟଙ୍କା ନେଇ ପଳାଇଥିଲେ।

ବ୍ୟସ୍ତବହୁଳ ବଜାରରେ ଏହି ଚାରି ଜଣ ଡକାୟତ ସୁରକ୍ଷା କର୍ମୀ ଓ ଅନ୍ୟ ଅଫିସ କର୍ମ ଚାରୀଙ୍କୁ ବନ୍ଧୁକ ଦେଖାଇ ଫାଇନାନ୍ସ କମ୍ପାନୀର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଓ ଏହା ପରେ ଲକର ଖୋଲି ସବୁ ସୁନା ରୂପା ଅଳଙ୍କାର ଓ ଟଙ୍କା ଲୁଟ କରି ନେଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button