ଧର୍ମ

ଯଦି ଆପଣ ମଧ୍ୟ ପୂଜା ସମୟରେ ଷ୍ଟିଲ ବାସନ ବ୍ୟବହାର କରନ୍ତି, ତେବେ ଏହି କଥା ଜାଣି ରଖନ୍ତୁ

ବହୁତ ଲୋକ ପୂଜା କଲା ବେଳେ ଷ୍ଟିଲ ବାସନ ଉପଯୋଗ କରିଥାନ୍ତି, କିନ୍ତୁ ପୂଜା ପାଇଁ ଷ୍ଟିଲ ବାସନ ଉପଯୋଗ କରିବା ଶୁଭ ନୁହ ବୋଲି ମାନ୍ୟତା ଅଛି । ଆମେ ଯେବେ ପୂଜା କରୁ ତେବେ ଆମେ ବହୁତ ପ୍ରକାର ବାସନ ଉପଯୋଗ କରିଥାଉ । ହିନ୍ଦୁ ଧର୍ମ ରେ ପୂଜା କରିବା ପାଇଁ କେଉଁ ଧାତୁ ବାସନ ଉପଯୋଗ କରିବା ଉଚିତ ବିଷୟରେ ନିୟମ କରା ଯାଇଛି । ବହୁତ ଲୋକ ପୂଜା କଲା ବେଳେ ଷ୍ଟିଲ ବାସନ ଉପଯୋଗ କରିଥାନ୍ତି, ଏହା ଛଡା ଷ୍ଟିଲ ପୂଜା ପାଇଁ ବାସନ ଶୁଭ ନୁହ ବୋଲି କୁହା ଯାଇଛି, ତେବେ ଆସନ୍ତୁ ଜାଣିବା କେଉଁ ବାସନ ରେ ପୂଜା କରିବା ଉଚିତ ।

ଶାସ୍ତ୍ର ଅନୁଯାଇ ପୂଜା କରିବା ପାଇଁ ଅଲଗା ଅଲଗା ଧାତୁ ଅଲଗା ଅଲଗା ଫଳ ଦେଇଥାନ୍ତି, ଯେଉଁ ଧାତୁ ପୂଜା ପାଇଁ ବେବହାର ହୋଇଥାଏ ତାହା ସୁନା, ଚାନ୍ଦି, ପିତଳ ଓ ତାମ୍ବା ବାସନ ଅଟେ ।

ଏହି ଧାତୁ ବାସନ ପୂଜା କରିବା ପାଇଁ ଉପଯୋଗ କରିବା ଉଚିତ ବୋଲି କୁହା ଯାଇଛି । ତେବେ ଷ୍ଟିଲ, ଲୁହା ଓ ଏଲୁମିନିୟମ ବାସନ ଅଶୁଭ ବୋଲି କୁହା ଯାଇଛି, କେବଳ ଏତିକି ନୁହ ଏହି ଧାତୁ ମୂର୍ତି ପୂଜା ପାଇଁ ଶୁଭ ନୁହ ବୋଲି ମଧ୍ୟ କୁହା ଯାଇଛି ।

ଏହା ପଛରେ ସବୁଠାରୁ ବଡ କାରଣ ଏହା ଯେ ପୂଜା ପାଇଁ ପ୍ରାକୃତିକ ଧାତୁ ଶୁଭ ବୋଲି ମାନ୍ୟତା ଅଟେ । ଏହି କାରଣ ପାଇଁ ଷ୍ଟିଲ ବାସନ ରେ ପୂଜା କରିବା ପାଇଁ ମନା କରା ଯାଇଥାଏ କାହିଁକିନା ଷ୍ଟିଲ ମଣିଷ ତିଆରି ଧାତୁ ଅଟେ । ତେବେ ଲୁହା ରେ ଜଙ୍ଗ ଲାଗି ଯାଏ ସେଥିପାଇଁ ଲୁହା ମନା କରା ଯାଇଛି ଓ ଏଲୁମିନିୟମ ଠାରୁ କଳା ବାହାରି ଥାଏ ସେଥିପାଇଁ ଏଲୁମିନିୟମ ମନା କରା ଯାଇଛି । ଏହି କାରଣ ପାଇଁ ଏହି ବାସନ ପ୍ରୟୋଗ ଦ୍ଵାରା ଆମ ତ୍ଵଚାକୁ ହାନି କରିଥାଏ ଓ ମୂର୍ତି ବି ଖରାପ ହୋଇଥାଏ ।

ପୂଜା ପାଇଁ ଏହି ବାସନ ସର୍ବ ଶ୍ରେଷ୍ଠ ହୋଇ ଥାନ୍ତି :

ପୂଜା ପାଇଁ ସୁନା, ଚାନ୍ଦି, ପିତଳ ଓ ତାମ୍ବା ବାସନ ଉପଯୋଗ କରିବା ଉଚିତ, ମାନ୍ୟତା ଅଛି ଯେ ସବୁ ଧାତୁ କେବଳ ଜଳଅଭିଷେକ ଦ୍ଵାରା ଶୁଧ ହୋଇ ଯାନ୍ତି, କୁହା ଯାଏ ଯେ ଏହି ଧାତୁ ଦ୍ଵାରା ପୂଜା କଲେ ପୂଣ୍ୟ ପ୍ରାପ୍ତ ହୋଇ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button