ବିଚାର

ଯଦି ଆପଣବି ଘରେ କୁକୁର ପାଳୁଛନ୍ତି ତେବେ ଏହି କିଛି କଥା ନିଶ୍ଚିତ ଜାଣି ନିଅନ୍ତୁ , ନହେଲେ ହୋଇପାରେ ସମସ୍ୟା :-

ହିନ୍ଦୁ ଧର୍ମ ପୁରାଣ ଅନୁଯାୟୀ କୁକୁରକୁ ଯମଙ୍କ ଦୂତ ବୋଲି କୁହାଯାଏ । ପାଳିତ ପଶୁ ସବୁଠାରୁ ଭଲ ସାଥି ହୋଇଥାନ୍ତି । ବାସ୍ତବରେ ସେମାନେ ଖୁବ ସମ୍ବେଦନଶୀଳ ହୋଇଥାନ୍ତି । କୁକୁର ଏକ ବିଶ୍ୱାସନୀୟ ଜୀବ ହୋଇଥାଏ । ଭବିଷ୍ୟତରେ ହେବାକୁ ଥିବା ଘଟଣା ଏବଂ ଆତ୍ମାଙ୍କୁ ଦେଖିବାର କ୍ଷମତା କୁକୁର ପାଖରେ ଥାଏ । କୁକୁର ଅନେକ ଦୂର ପର୍ଯ୍ୟନ୍ତ ଶୁଙ୍ଘି ଜାଣିପାରେ । ଯାହାଦ୍ୱାରା ପୋଲିସ ମାନେ ଅନେକ କେସରେ କୁକୁରର ସାହାଯ୍ୟ ନେଇଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ କୁକୁରକୁ ଏକ ରାହସ୍ୟମୟୀ ପ୍ରାଣୀ କୁହାଯାଇଛି । ତେଣୁ ଯଦି ଆପଣବି ନିଜ ଘରେ କୁକୁର ପାଳୁଛନ୍ତି ତେବେ ଆପଣବି ଏହା ଶୁଣି ଚମକି ପଡ଼ିବେ । ଏହାଦ୍ବାରା ଅନେକ ଲୋକ କୋଟିପତି ମଧ୍ୟ ହୋଇଯାନ୍ତି । ତେବେ ଚାଲନ୍ତୁ ଜାଣିନେବା ।

୧ . ଶନି ଏବଂ ରାହୁ :-
ଯେଉଁ ଘରେ କଳା କୁକୁର ଥାଏ ସେହି ଘରକୁ ନକରାତ୍ମକ ଶକ୍ତି ଆସେ ନାହିଁ । ଏପରି କୁହାଯାଏ ଯେ କଳା କୁକୁର ଉପରେ ଶନି ଏବଂ କେତୁ ଉଭୟ ଗ୍ରହର ପ୍ରଭାବ ରହିଥାଏ । ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଘରେ କଳା କୁକୁର ନିଶ୍ଚିତ ପାଳିବା ଉଚିତ ଏବଂ କେତୁକୁ ଠିକ କରିବା ପାଇଁ ମଧ୍ୟ ଘରେ କୁକୁର ପାଳିବାକୁ ପରାମର୍ଶ ଦିଆଯାଏ ।

ଯେଉଁ ଲୋକମାନେ ଶନିଙ୍କୁ ଖାଦ୍ୟ ଖୁଆନ୍ତି ଶନି ତାଙ୍କ ଉପରେ ଖୁବ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ରାହୁ ଏବଂ କେତୁ ମଧ୍ୟ ଖୁବ ପ୍ରସନ୍ନ ହୁଅନ୍ତି । ଏବଂ ଏପରି କରିବା ଦ୍ୱାରା କାଳ ସର୍ପ ଦୋଷ ମଧ୍ୟ ଦୂରେଇ ଯାଏ । ତେଣୁ ଯଦି ଏହି ଦେବତା ପ୍ରସନ୍ନ ହୋଇ ଯାଆନ୍ତି ତେବେ ବ୍ୟକ୍ତିକୁ କୋଟିପତି ହେବାରୁ କେହିବି ଅଟକି ପାରିବେ ନାହିଁ ।

 

୨ . ମୃତ୍ୟୁ ଟଳି ଯାଏ :-
କୁକୁରକୁ ହିନ୍ଦୁ ଧର୍ମରେ ଯମରାଜଙ୍କ ଦୂତ ବୋଲି କୁହାଯାଏ ଏବଂ ଏହା ସହିତ ହିନ୍ଦୁ ଦେବତା ଭୈରବଙ୍କ ମହାରାଜଙ୍କ ସେବକ ବୋଲି ମଧ୍ୟ କୁହାଯାଏ । କୁକୁରକୁ ଖାଇବାକୁ ଦେଲେ ଭୈରବ ମହାରାଜ ପ୍ରସନ୍ନ ହୁଅନ୍ତି ଏବଂ ସବୁ ପ୍ରକାରର ସଙ୍କଟରୁ ଭକ୍ତକୁ ରକ୍ଷା କରନ୍ତି । ତେଣୁ କୁକୁରକୁ ଯଦି ଆପଣ ଖୁସି ରଖନ୍ତି ତେବେ ସେ ଯମରାଜଙ୍କୁ ଆପଣଙ୍କ ଆଖପାଖକୁ ବି ଆସିବାକୁ ଦିଅନ୍ତି ନାହିଁ । ଏହାଦ୍ୱାରା ବ୍ୟକ୍ତି ଦୁର୍ଘଟଣାରୁ ମଧ୍ୟ ବର୍ତ୍ତିଯାଏ । ମୃତ୍ୟୁକୁ ପାଖକୁ ବି ଆସିବାକୁ ଦେଇ ନଥାଏ କୁକୁର । କିନ୍ତୁ ମନେ ରଖନ୍ତୁ ଯେପରି କୁକୁର ବିଷୟରେ ଆପଣଙ୍କ ମନରେ ଖରାପ ଭାବନା ନରହେ ।

୩ . ଯେଉଁ ଲୋକ ମାନେ ପ୍ରତିଦିନ କୁକୁରକୁ ଖାଦ୍ୟ ଖୁଆନ୍ତି ସେମାନଙ୍କ ଉପରେ ଶନି ଦେବ ଏବଂ ରାହୁ , କେତୁ , ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱର ପ୍ରସନ୍ନ ହୁଅନ୍ତି । ମାତା ଲକ୍ଷ୍ମୀ କେବେବି ଏପରି ବ୍ୟକ୍ତି ଉପରେ ରୁଷ୍ଟ ହୁଅନ୍ତି ନାହିଁ । ଯେଉଁ ବ୍ୟକ୍ତି ସବୁ ପ୍ରକାରର ଜୀବଙ୍କୁ ଖାଦ୍ୟ ଖୁଆନ୍ତି ତା ଉପରେ ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହନ୍ତି । ଏପରି ବ୍ୟକ୍ତିଙ୍କର ସବୁ ପ୍ରକାରର ପାପ ଏବଂ ଦୋଷର କ୍ଷମା ମିଳିଯାଏ ଏବଂ ସ୍ଵର୍ଗରେ ସ୍ଥାନ ମିଳିଥାଏ । ଏପରି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ ନଜର ସବୁବେଳେ ରହେ ।

୪ . କୁକୁର ଶୁଭ ସଙ୍କେତ ସହିତ ଅଶୁଭ ସଙ୍କେତ ମଧ୍ୟ ଦେଇଥାଏ । ରାତିରେ ଯେତେବେଳେ କୁକୁର ଜୋରରେ କାନ୍ଦିଥାଏ ତେବେ ଏହା କାହାରି ମୃତ୍ୟୁ ହେବାର ସଙ୍କେତ ଥାଏ । ଏହାବ୍ୟତୀତ ଯଦି କୌଣସି କୁକୁର ଭୁଇଁରେ ଓଲଟା ଶୋଇଥିବାର ଦେଖାଯାଏ ତେବେ ଏହା ମଧ୍ୟ କୌଣସି ବ୍ୟକ୍ତିର ମୃତ୍ୟୁ ସଙ୍କେତ ଦେଇଥାଏ । ଏହାଦ୍ବାରା ଆପଣ କୌଣସି ବ୍ୟକ୍ତିଙ୍କ ମୃତ୍ୟୁକୁ ଟାଳି ପାରିବେ । ଯଦି ଆପଣ କୌଣସି କୁକୁରକୁ କାନ୍ଦୁ ଥିବାର ଦେଖନ୍ତି ତେବେ ତାହାକୁ ହଟାଇ ଦିଅନ୍ତୁ କିମ୍ବା ତା1ଉପରେ ପାଣି ଢ଼ାଳି ଦିଅନ୍ତୁ । ଏହାଦ୍ବାରା ମୃତ୍ୟୁ ଟଳି ଯାଏ ।

୫ . କୁକୁରକୁ ପ୍ରେମର ପ୍ରତୀକ ମାନା ଯାଏ । ପ୍ରେମ ସମ୍ବନ୍ଧ ପାଇଁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କୁକୁରକୁ ନିୟମିତ ଭୋଜନ ଖୁଆଇଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ବନ୍ଧ ଭଲ ରହେ ।

Related Articles

Leave a Reply

Your email address will not be published. Required fields are marked *

Back to top button