ଓଡିଶା

ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଦକ୍ଷିଣକାଳୀ, ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଚାଲିଛି ମା’ଙ୍କର ପୂଜାର୍ଚ୍ଚନା । ସୁନ୍ଦର ଭାବରେ ସଜ୍ଜାଯାଇଛି ମା’ଙ୍କୁ । ଆଉ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁମାନେ । କାଳୀପୂଜା ଅବସରରେ ବେଶ ଉତ୍ସବ ମୁଖର ହୋଇପଡ଼ିଛି ଏହି ପବିତ୍ର ପୀଠ । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠର । ଗତକାଲି ନିଶାର୍ଦ୍ଧରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବା ପରେ ଯୋଗିନି ପୂଜା । ଏହି ପୂଜା ସମ୍ପନ୍ନ ହେବା ପରେ ଗ୍ରାମ ମହାଜନଙ୍କ ପକ୍ଷରୁ ଏବଂ ପୂଜକଙ୍କ ପକ୍ଷରୁ ଦୁଇଟି ପଶୁ ବଳୀ ଦିଆଯାଇଥିଲା । ପ୍ରଶାସନର ବାରଣ ଯୋଗୁଁ ମାନସିକ ବଳୀ ବନ୍ଦ ହୋଇଥିଲା ।

ମା’ ଦକ୍ଷିଣକାଳୀଙ୍କର ଆଜିର ଏହି ମୃଣ୍ମୟୀ ରାଜ ରାଜେଶ୍ୱରୀ ରୂପ ଦେଖିବା ପାଇଁ ଆଗରୁ ଶ୍ରଦ୍ଧାଳୁଙ୍କର ବେଶ ଭିଡ଼ ଜମିବାରେ ଲାଗିଥିଲା । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ରେ ବେଶ ଉତ୍ସବ ମୂଖର ହୋଇପଡିଛି ଉତ୍ସବ ସ୍ଥଳ । ଏହି ରୂପକୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମା’ ଦକ୍ଷିଣକାଳୀଙ୍କ ସହିତ ବଡ଼ ଭଉଣୀ ବୀରପ୍ରତାପପୁରର କାମରୂପା ଏବଂ ସମଯାଜପୁରର ମଝିଆ ଭଉଣୀ ଉଗ୍ରତାରା ଏକତ୍ରିତ ହୋଇ ଶୋଭାଯାତ୍ରାରେ ଯାଇ ଭାର୍ଗବୀ ନଦୀରେ ବିସର୍ଜନ ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button