କ୍ରାଇମ

୫୦ ଲକ୍ଷ ହରାଇ ଆତ୍ମହତ୍ୟା କଲେ କର୍ଣ୍ଣାଟକର ବୃଦ୍ଧ ଦମ୍ପତି

ବେଲଗାଭି: କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ସାଇବର ଅପରାଧୀଙ୍କ ଦ୍ୱାରା ୫୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇ ଏକ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଛନ୍ତି। ଦିୟାଙ୍ଗୋ ନଜରତ (୮୩) ଏକ ଧାରୁଆ ଛୁରିରେ ନିଜର ଗଳା କାଟି ଆତ୍ମହତ୍ୟା କରିଥିବା ବେଳେ ପତ୍ନୀ ପ୍ଲେଭିଆନା ନଜରତ (୭୯) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ବୋଲି ପରିଚୟ ଦେଇ ଠକମାନେ ଟଙ୍କା ଠକି ନେଇଥିବା ଏହି ଦମ୍ପତି ଏକ ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଠକମାନେ ଏକ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ମିଥ୍ୟା ଅଭିଯୋଗ କରି ଭିଡିଓ କଲ୍ ଜରିଆରେ ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ। ସେମାନେ ଦମ୍ପତିଙ୍କ ମୋବାଇଲ୍ ନମ୍ବର ଓ ପରିଚୟପତ୍ରର ଦୁରୁପଯୋଗ ହୋଇଥିବା ଅଭିଯୋଗ କରିବା ସହ ସେଟଲ୍‌ମେଣ୍ଟ ଫି ବାବଦରେ ୫ ଲକ୍ଷ ଟଙ୍କା ମାଗିଥିଲେ। ଉଭୟ ଅବସରପ୍ରାପ୍ତ ଏବଂ ପୂର୍ବରୁ ମହାରାଷ୍ଟ୍ର ସଚିବାଳୟରେ ଚାକିରି କରୁଥିବା ଏହି ଦମ୍ପତି ଦାବି ମୁତାବକ ଟଙ୍କା ପ୍ରଦାନ କରିଥିଲେ। ହେଲେ ନିର୍ଯାତନା ବନ୍ଦ ହୋଇ ନ ଥିଲା। ଠକମାନେ ସେମାନଙ୍କୁ ଧମକ ଚମକ ଦେଇ ଅଧିକ ଟଙ୍କା ଆଦାୟ ଜାରି ରଖିଥିଲେ। ସେମାନେ ମୋଟ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ। ଏହି ଦମ୍ପତିଙ୍କର କୌଣସି ସନ୍ତାନ କିମ୍ବା ପରିବାର ନ ଥିବା ବେଳେ ଧମକ ଓ ଠକେଇ ବାବଦରେ କାହାକୁ ଜଣାଇ ନ ଥିଲେ। ପ୍ରଥମେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ଦମ୍ପତିଙ୍କ ସୁଇସାଇଡ୍ ନୋଟ୍ ଜବତ କରିବା ସହ ସେମାନଙ୍କ ମୋବାଇଲ୍ ଫୋନ୍ ରେକର୍ଡ ଯାଞ୍ଚ କରିବା ପରେ ତଦନ୍ତ ଭିନ୍ନ ମୋଡ଼ ନେଇଥିଲା। ଶବ ବ୍ୟବଚ୍ଛେଦ ପାଇଁ ବେଲଗାଭି ବିମ୍ସ ହସ୍ପିଟାଲକୁ ପଠାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button