ଓଡିଶା

ଶ୍ରୀ-ପ୍ରସାଦ ଶ୍ରୀ-ପ୍ରାସାଦ

‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଏକ ପ୍ରସିଦ୍ଧ ପୁରାଣ। ଏଥିରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଏହାର ରଚୟିତା ବ୍ୟାସଦେବ। ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ କିପରି ଭାବରେ ନିଜ ରାଜ୍ୟ ଛାଡ଼ି ଆସି ଏଠାରେ ଅବସ୍ଥାନ କଲେ;  ସହସ୍ର ଅଶ୍ବମେଧ ଯଜ୍ଞ କରି ଶ୍ରୀଜଗନ୍ନାଥଙ୍କୁ ଦିବ୍ୟଦାରୁ ରୂପେ କିପରି ପାଇଲେ ଏବଂ ସେଥିରେ ତାଙ୍କର ଚତୁର୍ଦ୍ଧା ବିଗ୍ରହ କିପରି ନିର୍ମିତ ହେଲେ, ସେ ପ୍ରସଙ୍ଗ ସେହି ପୁରାଣରେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି।

ଶ୍ରୀବିଗ୍ରହ ନିର୍ମିତ ହେବା ସହିତ, ସେମାନଙ୍କ ନିମନ୍ତେ ଭବ୍ୟ ପ୍ରାସାଦ (ମନ୍ଦିର) ନିର୍ମାଣର ପ୍ରୟୋଜନ ହେଲା। ଶ୍ରୀଜଗନ୍ନାଥଙ୍କୁ ଅନେକ ସ୍ତୁତି କରି ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କ ନିମନ୍ତେ ପ୍ରାସାଦ (ମନ୍ଦିର) ନିର୍ମାଣ ନିମନ୍ତେ ଉପକ୍ରମ କଲେ। ଏ ସଂପର୍କରେ ବର୍ଣ୍ଣନା ଅଛି- ଦୈବଜ୍ଞଙ୍କ ଦ୍ବାରା ସୁନକ୍ଷତ୍ର, ସୁମୁହୂର୍ତ୍ତ ଓ ଶୁଭକାଳ ନିର୍ଣ୍ଣୟ କରାଗଲା। ନାରଦ ପ୍ରଭୃତି ଶ୍ରେଷ୍ଠ ବ୍ରାହ୍ମଣମାନେ ଅର୍ଚ୍ଚନା, କର୍ମାଙ୍ଗ ସ୍ବସ୍ତିବାଚନ ଓ ଶ୍ରୀଜଗନ୍ନାଥଙ୍କ ସ୍ମରଣ ପୂର୍ବକ ଶ୍ରୀଜଗନ୍ନାଥଙ୍କୁ ଉଦ୍ଦେଶ୍ୟ କରି ପ୍ରାସାଦ (ମନ୍ଦିର) ସ୍ଥଳରେ ଅର୍ଘ୍ୟ ପ୍ରଦାନ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବହୁ ଅର୍ଥ ବ୍ୟୟରେ ସେହି ପ୍ରାସାଦର ନିର୍ମାଣ ନିମନ୍ତେ ଉତ୍ତମ ପ୍ରସ୍ତରଖଣ୍ଡ ଛେଦନ କରାଇଲେ। ସେଥିନିମନ୍ତେ ପ୍ରସ୍ତର-ସଂପତ୍ତିର ଅଧିକାରୀମାନେ ସେଠାକୁ ନିମନ୍ତ୍ରିତ ହୋଇଆସିଥିଲେ।

ସେମାନଙ୍କୁ ସାଦର ସମ୍ଭାଷଣ କରି ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ- ମୁଁ ଅଷ୍ଟାଦଶ ଦ୍ବୀପରୁ ପୁରୁଷକାର ଦ୍ବାରା ଯେଉଁସବୁ ଦ୍ରବ୍ୟ ଉପାର୍ଜନ କରିଛି, ବର୍ତ୍ତମାନ ତାହା ଜଗଦୀଶ୍ବର (ଜଗନ୍ନାଥ)ଙ୍କ ପ୍ରାସାଦ ନିର୍ମାଣରେ ବ୍ୟୟ କରାଯାଉଛି। ମୁଁ ଦିଗ୍‌ବିଜୟ ଯାତ୍ରା ସମୟରେ ଯେଉଁ ଶ୍ରମ ସ୍ବୀକାର କରିଥିଲି, ସେହି ଶ୍ରମଲବ୍‌ଧ ବିତ୍ତ ଏହି ବିଷ୍ଣୁ ପ୍ରାସାଦ ନିର୍ମାଣ ନିମନ୍ତେ ଉପଯୋଗୀ ହୋଇଛି। ଏହାଠାରୁ ମୋର ଅଧିକ ଭାଗ୍ୟ ଆଉ କ’ଣ ହୋଇପାରେ! ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା। ତାହା ହେଉଛି- ମୁଁ ସ୍ବହସ୍ତ ଉପାର୍ଜିତ ଏହି ସମ୍ପତ୍ତି ଦ୍ବାରା ଏ ଚରାଚରର ପ୍ରଭୁ ଶ୍ରୀହରିଙ୍କୁ ପ୍ରସନ୍ନ କରିବି। କାରଣ, ପୁଣ୍ଡରୀକାକ୍ଷ ଶ୍ରୀଜଗନ୍ନାଥଙ୍କ ପ୍ରିୟତମା ଲକ୍ଷ୍ମୀଙ୍କ ଅନୁଗ୍ରହରେ ହିଁ ମୋର ଏହି ଶ୍ରୀ ସମ୍ଭବ ହୋଇଅଛି। ଏହି ଉକ୍ତି ସୂଚାଏ, ଶ୍ରୀ ବା ଲକ୍ଷ୍ମୀଙ୍କ ପ୍ରସାଦରୁ ଆମେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button