ମନୋରଞ୍ଜନ

ହର୍ବାଲ ରଙ୍ଗରେ ରଙ୍ଗେଇ ହେବେ ପିଲା ଠୁ ବୁଢ଼ା, ରଙ୍ଗ ଦୋକାନରେ ଜମିଲାଣି ଗ୍ରାହକଙ୍କ ଭିଡ଼

ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ସାତ ରଙ୍ଗରେ ରଙ୍ଗୀନ ହେବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତେ । ଧରାପୃଷ୍ଠ ରଙ୍ଗମୟ ହୋଇ ଉଠିବ ସେଥିପାଇଁ ରଙ୍ଗ ବ୍ୟବସାୟ ମଧ୍ୟ ଜମି ଆସିଲାଣି । ସାଲେପୁର ଅଞ୍ଚଳରେ ଭଳିକି ଭଳି ରଙ୍ଗ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଆରମ୍ଭ ହେବାକୁ ଲାଗିଲାଣି ।

ଫଗୁଣ ଆସିଲେ ଦୋଳ ପୂର୍ଣ୍ଣିମା କଥା ମନେ ପଡେ । ବିମାନରେ ବସି ଫଗୁ ଖେଳି ବିଭିନ୍ନ ଗାଁ ସାହିରେ ଭୋଗ ଖାଇଥାନ୍ତି ରାଧା କୃଷ୍ଣ  ଆଉ ତା ପରେ ପଡ଼େ ହୋଲି ପର୍ବ । ସବୁ ଦୁଃଖ କଷ୍ଟକୁ ଭୁଲି ଆବାଳ ବୃଦ୍ଧ ବନିତା ଏହି ରଙ୍ଗରେ ରଙ୍ଗେଇ ହୋଇଥାଆନ୍ତି ।  ସେଥିପାଇଁ ବ୍ୟବସାୟୀମାନେ କଟକ ଜିଲ୍ଲା ସାଲେପୁର ବଜାର ସମେତ ବିଭିନ୍ନ ସ୍ଥାନରେ ହୋଲି ରଙ୍ଗର ବିଭିନ୍ନ ପ୍ରକାର ପସରା ମେଲାଇଛନ୍ତି ।  ବିଭିନ୍ନ ଦେଶୀ ବିଦେଶୀ ରଙ୍ଗ ସାଙ୍ଗକୁ ହର୍ବାଲ ରଙ୍ଗର ଚାହିଦା ବଢ଼ିଛି । ତା ସହିତ ବିଭିନ୍ନ ପ୍ରକାର ପିଚକାରୀ ମୁଖା ଖେଳନା ସହ ଭଳିକି ଭଳି ରଙ୍ଗ ଖେଳ ସାମଗ୍ରୀ ଚଳିତ ବର୍ଷ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି । ବଜାର ଚାହିଦାକୁ ଦେଖି ଚଳିତ ବର୍ଷ ରଙ୍ଗ ଏବଂ ସାମଗ୍ରୀ ଦାମ୍ ମଧ୍ୟ ବେଶୀ ନାହିଁ  ଖାଲି ପାଗ ଅନୁକୂଳ ରହିଲେ ବେପାର ଜମିବ ବୋଲି ବ୍ୟବସାୟ କହିଛନ୍ତି ।

ଅନ୍ୟପଟେ ରାସାୟନିକ ରଙ୍ଗର ଚାହିଦା କମିଥିବା ବେଳେ ଏବେ ହର୍ବାଲ ରଙ୍ଗ ପ୍ରତି ଗ୍ରାହକମାନଙ୍କର  ଆକୃଷ୍ଟ ବଢୁଛି । ରାସାୟନିକ ରଙ୍ଗକୁ ବାଦ ଦେଇ ସମସ୍ତେ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ ବୋଲି କୁହାଯାଉଛି  । ଏହି ଦୋଳ ଏବଂ ହୋଲି ପର୍ବ ପାଇଁ ରଙ୍ଗ ବ୍ୟବସାୟ ପୁରା ଚଳଚଞ୍ଚଳ ହୋଇ ଉଠିଛି । ରଙ୍ଗ ଦୋକାନରେ ଭିଡ଼ ଜମେଇଲେଣି ପିଲା ଠାରୁ ବୁଢ଼ା । ହୋଲି ପାଇଁ ହୋଲେସେଲ୍ ଓ ରିଟେଲ ବ୍ୟବସାୟ କରୁଥିବା ସାଲେପୁରର ରଙ୍ଗ ବ୍ୟବସାୟୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଚଳିତ ବର୍ଷ ଏହି ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ହସ ଖୁସି ଆଣି ଦେଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button