ଦେଶ ବିଦେଶ

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ: ଶୀତରେ ଥରୁଛି ଉତ୍ତର ଭାରତ। ସୋମବାର ଦିନ ପାରଦ ଆହୁରି ତଳକୁ  ଖସିଛି। ରାଜସ୍ଥାନର ଚୁରୁରେ ତାପମାତ୍ରା  ୦.୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ନୂଆ ଦିଲ୍ଲୀରେ ଶୀତ ଲହରୀ ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି।ରବିବାର ଦିଲ୍ଲୀ ୫.୩ ଡିଗ୍ରୀ ସେଲସିୟସ ରେକର୍ଡ କରିଥିଲା ବେଳେ ଉତ୍ତର ଭାରତର ଅଧିକାଂଶ ସ୍ଥାନର ତାପମାତ୍ରା ୩ରୁ ୭ ଡିଗ୍ରୀ ମଧ୍ୟରେ ଥିବା ସୋମବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ପଡିଥିବା ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟଯୋଗେ ସୂଚନା ଦିଆଯାଇଛି। ଶୀତର ପ୍ରକୋପକୁ ଦେଖି ବିହାରର ପାଟନା ପ୍ରଶାସନ ଶନିବାରଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରି ଦେଇଛନ୍ତି।

ସେହିପରି ଉତ୍ତର ପ୍ରଦେଶର ମୁରାଦାବାଦରେ ଘନ କୁହୁଡି ପାଇଁ ଦୃଶ୍ୟମାନ ହ୍ରାସ ପାଇଛି। ମୁରାଦାବାଦର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୧୮ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି କି, ଉତ୍ତରାଞ୍ଚଳର ଅଧିକାଂଶ ରାଜ୍ୟରେ ଘନ କୁହୁଡି କାରଣରୁ ଭିଜିବିଲିଟି ହ୍ରାସ ପାଇଛି। ରାଜସ୍ଥାନର ବିକାନିର ଓ ପଞ୍ଜାବର ଭଟିଣ୍ଡାରେ ଦୃଶ୍ୟମାନ ଶୂନ୍ୟରେ କହିଛି ଯାଇଛି। ଅମ୍ରିତଶରରେ ଏହା ୨୫ ମିଟର ରେକଡର୍ ହୋଇଥିବା ସୂଚନା ଦେଇଛି ବିଭାଗ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button