ବିଚାର

ଚନ୍ଦ୍ରଗ୍ରହଣ ଭୁଲରେ ବି କରନ୍ତୁ ନାହିଁ ଏହି 5 କାମ, ଜାଣନ୍ତୁ କେଉଁ ଦିନ ଓ ଏହାର ସୁତକ ସମୟ

ଏଥର ଆସୁଥିବା ପ୍ରଥମ  ଚନ୍ଦ୍ର ଗ୍ରହଣ ବୈଶାଖ ମାସରେ ହେବାକୁ ଯାଉଛି । ସେହି ଅନୁସାରେ ଦେଖିବାକୁ ଗଲେ ଆପଣ ମାନେ ଜାଣି ପାରିବେ କି ଏହି ଆସୁଥିବା ଗ୍ରହଣ କେତେ ପରିମାଣରେ ଆସୁଛି । କିଛି ଚନ୍ଦ୍ର ଗ୍ରହଣ ସମ୍ପୂର୍ଣ ରୂପରେ ଆସେ ତ କିଛି ଆଂଶିକ ଭାବେ ହୋଇଥାଏ । ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହେବ ଯାହା ଭାରତେରେ ପଡିବ ନି । ଆଜି ଆମେ ଆପଣଙ୍କୁ ବୈଶାଖ ମାଶରେ ଆସୁଥିବା ଚନ୍ଦ୍ର ଗ୍ରହଣ ଯାହା ଭାରତରେ ଆସିବ ତା ପାଇଁ କଣ କଣ କରିବେ କେତେବେଳେ ହାଣ୍ଡି ଛାଡ କରିବେ କେଉଁ ସମୟରେ ଏହା ଲାଗିବ ତାହା କହିବାକୁ ଯାଉଛୁ ।

ବୈଶାଖ ମାସର ପ୍ରଥମ ଚନ୍ଦ୍ର ଗ୍ରହଣ ୨୬ ତାରଖ ମେ ମାସ ବୁଧବାର ଦିନ ଲାଗିବ । ଏହି ଦିନ ପୁର୍ଣିମା ମଧ୍ୟ ଅଛି । ଏହାର ଉପଛାୟା ସ୍ପର୍ଶ ସମୟ ଦିହିପର ୨.୧୮ ମିନିଟ ରେ  ହେବ । ଚନ୍ଦ୍ର ଗ୍ରହଣ ପରମ ଗ୍ରାସ ସମୟ ସଂଧ୍ୟା ୪.୪୮ ମିନିଟ ରେ ହେବ । ଉପଛାୟା ର ଅନ୍ତିମ ସ୍ପର୍ଶ ହେବ ୭.୧୯ ମିନିଟ ସଂଧ୍ୟାରେ । ଚନ୍ଦ୍ର ଗ୍ରହଣ ର ଆରମ୍ଭ ହେବ ଦିହିପର ୨.୧୬ ମିନିଟ ରେ । ଚନ୍ଦ୍ର ଗ୍ରହଣ ସେସ ହେବ ସଂଧ୍ୟା ୭.୨୧ ମିନିଟ ରେ  । ଏଥର ଚନ୍ଦ୍ର ଗ୍ରହଣ ଦିହିପରେ ଲାଗିବ ।

ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ନିୟମ କୁହା ଯାଇଛି । ପ୍ରଥମେ ଗ୍ରହଣ ସମୟରେ  ମନ୍ଦିରରେ ପ୍ରବେଶ ନିଷେଧ ଥାଏ । ଏହା ପରେ ଆପଣ ନିଜେ ମଧ୍ୟ କେଉଁ ଭି ମନ୍ଦିରକୁ ଜୀବେନି କି ନିଜ ଘରେ ଥିବା ଭଗବାନ ଙ୍କୁ ପୂଜା କରିବେନି । କୁହାଯାଏ କି ଗ୍ରହଣ ସମୟରେ ଆପଣ ପୂଜା ଘରକୁ କିମ୍ବା ଏଭଳି ସ୍ଥାନକୁ ଏକ ପରଦାରେ ଘୋଡେଇ ଦେବେ । ଗ୍ରହଣ କାଳ ଆରମ୍ଭ ହୋଇ ଗଲେ ନା ଘରେ କିଛି ରୋଷେଇ କରାଯିବ ନା କିଛି ଖାଇବା କଥା ଏହି ସମୟରେ । ମାତ୍ର ଯେଉଁ ମାନେ ରୋଗୀ , ଛୋଟ ପିଲା , ବୃଦ୍ଧ ବ୍ୟକ୍ତି ଅଟନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହୁଏନି।

ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନଙ୍କୁ ବିଶେଷ ଭାବେ ସାବଧାନ ରେ ରହିବା ପାଇଁ କୁହା ଯାଏ । ସେମାନେ ଘରୁ ବାହାରକୁ  ବାହାରିବା ମନା ହୋଇ ଥାଏ ଏହା ସହ ଏହି ସମୟରେ ସେମାନଙ୍କୁ ଶୋଇବା ହାତ ଗୋଡ ମୋଡିକି ବସିବା କିମ୍ବା ଖରାପ ଚିନ୍ତା କରିବା ପାଇଁ ମନା କରାଯାଏ। ଗ୍ରହଣ କୁ ଅନ୍ଧକାର ବୋଲି ମାନ୍ୟାତା ଥିବାରୁ ଏହି ଦିନ ଛୁଟି କାଟିବା ନଖ କାଟିବା , ଘରେ ଝଗଡା କରିବା ଭଳି କାମ ଠାରୁ ନିବୃତ ରହିବା ପାଇଁ କୁହା ଯାଇଛି ।

ଗ୍ରହଣ ସାରିବା ପରେ ଖାଇବା ଜିନିଷରେ ତୁଲସୀ ପତ୍ର ପକେଇବା ଭଲ ହୋଇ ଥାଏ । ଏହା ସାରିବା ପରେ ସାରା ଘରକୁ ଗଙ୍ଗା ପାଣିରେ ପବିତ୍ର କରିବା ଆବଶ୍ୟକ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button