ଦେଶ ବିଦେଶ

ନ୍ୟାୟପାଳିକାରେ ଦୁର୍ନୀତି ଗମ୍ଭୀର ପ୍ରସଙ୍ଗ: ବିଚାରପତି ନିଯୁକ୍ତିରେ ସ୍ୱଚ୍ଛତା ଆଣିବାକୁ କପିଲ ସିବଲଙ୍କ ଆହ୍ୱାନ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଶୁକ୍ରବାର ନ୍ୟାୟପାଳିକାରେ ଦୁର୍ନୀତି ପ୍ରସଙ୍ଗକୁ ଗମ୍ଭୀର ବୋଲି ଦର୍ଶାଇ କହିଛନ୍ତି ଯେ ଏହା ବର୍ଷ ବର୍ଷ ଧରି ଜାରି ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ଉଚିତ। ତେବେ ଦୁର୍ନୀତି କେବଳ ନ୍ୟାୟପାଳିକାରେ ହେଉନାହିଁ, ସର୍ବତ୍ର ହେଉଛି ଏବଂ ସମାଜରେ ଏହା ଏକ ଗମ୍ଭୀର ସମସ୍ୟା ହୋଇ ରହିଛି। ନ୍ୟାୟପାଳିକାରେ ନିଯୁକ୍ତି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସତର୍କତାର ସହ କରାଯିବା ଉଚିତ ବୋଲି ସିବଲ କହିଛନ୍ତି।

ସୁପ୍ରିମ୍‌କୋର୍ଟର ବରିଷ୍ଠ ଓକିଲ ସିବଲ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ହାଇ‌କୋର୍ଟ   କହିଥିଲେ ଯେ ‘ସ୍ତନ ଧରିବା, ପାଇଜାମାର ଫିତା ଖୋଲିବା ଦୁଷ୍କର୍ମ ଅପରାଧ ନୁହେଁ’। ଯେଉଁ ଦେଶରେ ଏଭଳି ବିଚାରପତି ଅଛନ୍ତି, ଭଗବାନ ସେ ଦେଶକୁ ଚାହିଲେ ବଞ୍ଚାଇପାରିବେ, ଆଉ କେହି ନୁହେଁ ବୋଲି ସିବଲ କହିଛନ୍ତି। ଏହା ପୂର୍ବରୁ ରାଜ୍ୟସଭା ସାଂସଦ ତଥା ଏନ୍‌ସିଡବ୍ଲ୍ୟୁର ପୂର୍ବତନ ଅଧ୍ୟକ୍ଷା ରେଖା ଶର୍ମା କହିଥିଲେ ଯେ ଅଦାଲତଙ୍କ ମନ୍ତବ୍ୟ ଭୁଲ୍ ଏବଂ ଜାତୀୟ ମହିଳା ଆୟୋଗ ଏ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବା ଉଚିତ। ସୂଚନାଯୋଗ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ପୀଡ଼ିତାଙ୍କ ସ୍ତନ ଧରିବା ଏବଂ ତାଙ୍କ ପାଇଜାମା ଡୋରି ଟାଣିବା ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ଉଦ୍ୟମ ନୁହେଁ ବରଂ ଗମ୍ଭୀର ଯୌନ ନିର୍ଯାତନା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button