ସ୍ୱାସ୍ଥ୍ୟ

ଯଦି କମୁନାହିଁ ଓଜନ, ତେବେ ହୋଇପାରେ ଏହି ବଡ କାରଣ- ନିଶ୍ଚୟ ଜାଣନ୍ତୁ ଏହାର କାରଣ

ଆପଣ ନିଜ ଓଜନ କମ କରିବା ପାଇଁ ବହୁତ ପ୍ରକାର ଉପାୟ କରିଥାନ୍ତି, ତେବେ ବହୁତ ଉପାୟ ଦ୍ଵାରା ଲାଭ ହୋଇଥାଏ କିନ୍ତୁ ଏହାର ପ୍ରଭାବ ଅଧିକ ନଥାଏ ବା ଅଧିକ ଦିନ ରୁହେ ନାହିଁ । ଯଦି ବହୁତ ପ୍ରୟାସ ପରେ ମଧ୍ୟ ଆପଣଙ୍କ ଓଜନ କମୁ ନାହିଁ ତେବେ ବୁଝି ଯାଆନ୍ତୁ ଯେ ଆପଣ ଉପାୟରେ କିଛି ଗଡବଡ କରୁଛନ୍ତି । ଏମିତି କିଛି ଭୁଲ ଯାହା ଉପରେ ଆପଣଙ୍କ ଧ୍ୟାନ ଯାଉ ନାହିଁ କିନ୍ତୁ ଏହା ଆପଣଙ୍କ ଓଜନ କମ କରିବାରେ ଅସୁବିଧା କରୁଅଛି ।

ଡାଇଟ କରିବା ଓଜନ କମେଇବା ପାଇଁ କେତେ ଲୋକ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ସାହାରା ନେଇଥାନ୍ତି, ଏହି ଡାଇଟ ଅନୁଯାଇ ସେ ବହୁତ ବହୁତ ସମୟ ଧରି ଭୋକିଲା ରୁହନ୍ତି ।

କିନ୍ତୁ ଖାଇଲା ବେଳେ କ୍ଯାଲୋରୀ ପାଇଁ ଧ୍ୟାନ ରଖନ୍ତି ନାହିଁ ଯାହା ଦ୍ଵାରା ଓଜନ କମ କରିବା ରେ ସବୁ ଗଡବଡ ହୋଇଥାଏ । ଯଦି ଆପଣଙ୍କୁ ବହୁତ ଅଧିକ ଭୋକ ଲାଗେ ତେବେ ଏହି ଡାଇଟ ଆପଣଙ୍କ ପାଇଁ କୌଣସି ପ୍ରକାର ସାହାଯ୍ୟ କରିବ ନାହିଁ । ନିଜ ଡାଇଟ ରେ ଓଜନ କମ କରିବା ଜିନିଷ ମିଶାନ୍ତୁ ।

ଦରକାର ଠାରୁ କମ ଖାଇବା :

ପ୍ରାୟତଃ ଲୋକ ଏହା ଭାବିଥାନ୍ତି ଯେ ଡାଇଟ ଅର୍ଥ କମ ଖାଇବା ଅଟେ, ଓ ଓଜନ କମେଇବା ପାଇଁ ଆବଶ୍ୟକତା ଠାରୁ ବି କମ ଖାଇବା ଆରମ୍ଭ କରନ୍ତି ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଛୁଟି ରେ ବାହାର ଖାଦ୍ଯ ଖାଇବା :

କେତେ ଲୋକ ଏମିତି ମଧ୍ୟ ଥାନ୍ତି ଯିଏ ସପ୍ତାହ ଆରମ୍ଭ ରେ ଡାଇଟ ଚାର୍ଟ ସବୁ ପ୍ରକାର କାମ କରିଥାନ୍ତି ସମୟ ଅନୁଯାଇ ଖାଦ୍ୟ ମଧ୍ୟ ଖାନ୍ତି, କେବେ କୌଣସି ପ୍ରକାର ହେଲା କରନ୍ତି ନାହିଁ କିନ୍ତୁ ସପ୍ତାହ ଛୁଟି ଦିନ ଦବେଇକି ବାହାର ଜିନିଷ ଖାଇ ଥାନ୍ତି । ଛୁଟି ଦିନରେ ଲୋକ ବାହାର ଖାଦ୍ୟ ଖାଇ ଏହା ଭାବି ଦିଅନ୍ତି ଯେ ଗୋଟେ ଦିନ ବାହାରେ ଖାଇଲେ କିଛି ଫରକ ପଡିବ ନାହିଁ କିନ୍ତୁ ଏହାର ବହୁତ ବଡ ପ୍ରଭାବ ଆମ ଶରୀର ଉପରେ ପଡିଥାଏ ।

କମ ପାଣି ପିବା :

ଡାଇଟଙ୍ଗ କରୁଥିବା ଲୋକ ସବୁଠାରୁ ବଡ ଭୁଲ ଏହା କରନ୍ତି ଯେ ସେ ନିଜ ଶାରୀରିକ ଆବଶ୍ୟକତା ଅନୁଯାଇ ସଠିକ ମାତ୍ରା ରେ ପାଣି ପିଅନ୍ତି ନାହିଁ । ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ମହତ୍ଵପୂର୍ଣ ଜିନିଷ ଅଟେ ଏହାର ସେବନ ଦ୍ଵାରା ଶରୀର ବିଷାକ୍ତ ପଦାର୍ଥ ଶରୀର ବାହାରକୁ ଯାଇଥାଏ । ସେଥିପାଇଁ ଡାଇଟ କଲେ ମଧ୍ୟ ପାଣି ସଠିକ ମାତ୍ରାରେ ସେବନ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button