ଓଡିଶା

ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଲା: ୧୦ ଯାତ୍ରୀ ଆହତ, ୨ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଛି। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଆହତମାନଙ୍କୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କୁ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

 

ଗୁରୁବାର ସକାଳେ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା। ହଜାରୀ ଛକ ନିକଟରେ ତେଲ ଟ୍ୟାଙ୍କରକୁ ବସ୍‌ଟି ଧକ୍କା ଦେଇଥିଲା। ପୁଲିସ୍ ବସ୍ ଓ ତେଲ ଟ୍ୟାଙ୍କରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button