ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ – Utkal Mail
ନୂଆଦିଲ୍ଲୀ: ଗୁରୁବାର ରାତିରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ପୋର୍ଟବ୍ଲେୟାର୍ର ଦକ୍ଷିଣ ଦକ୍ଷିଣ-ପୂର୍ବକୁ ପ୍ରାୟ ୧୧୨ କିଲୋମିଟର୍ ଦୂରରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି।
‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଅନୁସାରେ, ରାତି ୨:୫୬:୧୨ରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ଉତ୍ପତ୍ତି ହୋଇଥିଲା।
ଟୁଇଟ୍ କରି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ଲେଖିଛି: ୧୧ ତାରିଖ ରାତି ୨:୫୬:୧୨ରେ ୧୦.୬୬ ଅକ୍ଷାଂଶ ଓ୯୩.୦୪ ଦ୍ରାଘିମା ଅନ୍ତର୍ଗତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳର ପୋର୍ଟବ୍ଲେୟାର୍ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବକୁ ୧୧୨ କିଲୋମିଟର୍ ଦୂରରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତର ଥିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ।
ପୂର୍ବରୁ ସୋମବାର ରାତି ୧୨:୫୩:୨୪ରେ ମଧ୍ୟ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୪.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା। ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଥିଲା ବୋଲି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଥିଲା।