୨୫୬ ବର୍ଷ ପର୍ଯ୍ୟନ୍ତ ଜୀବିତ ରହି ଏହି ବ୍ୟକ୍ତି ଭାଙ୍ଗିଥିଲେ ସବୁ ରେକର୍ଡ, ଲମ୍ବା ଆୟୁ ପଛରେ ଥିଲା ଏମିତି ଅଦ୍ଭୁତ ରାଜ୍

ଅଧିକ ଆୟୁଷର କାମନା ସମସ୍ତେ କରିଥାନ୍ତି । କିନ୍ତୁ ମାତ୍ର କିଛି ଲୋକ ହିଁ ୧୦୦ ବର୍ଷ ପାର କରି ପାରନ୍ତି । ବର୍ତ୍ତମାନ ହିଁ ଜାପାନରେ ରହୁଥିବା ଏକ ମହିଳା କେନ ତନାକାଙ୍କୁ ଆଧିକାରିକ ରୂପରେ ଦୁନିଆର ସବୁଠୁ ବୟସ୍କ ଜୀବିତ ମହିଳାର ଟାଇଟେଲ ଦିଆ ଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ୯ ମାର୍ଚ୍ଚ ୨୦୧୯କୁ ଜାପାନର ଏହି ବୟସ୍କ ମହିଳା ୧୧୬ ବର୍ଷ ୬୬ ଦିନର ହୋଇଯାଇଛନ୍ତି । ସେହିଭଳି ଆଜିର ଏହି ପୋଷ୍ଟ ରେ ଆମେ ଆପଣଙ୍କୁ ଅନ୍ୟ ଏକ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯିଏକି ୧୦୦ କି ୨୦୦ ବର୍ଷ ନୁହେଁ ୨୫୬ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥିଲେ ।
ଆମେ ଯେଉଁ ବ୍ୟକ୍ତିଙ୍କର କଥା କହୁଛୁ ତାହାର ନାମ ଲି ଚିଙ୍ଗ ୟୁଏ ଅଟେ । ଇତିହାସକାରମାନଙ୍କର ମାନିବେ ତ ଲି ଚିଙ୍ଗ ୟୁଏଙ୍କର ଜନ୍ମ ୩ ମେ ୧୬୭୭ରେ ଚୀନର କୀଜିୟାଙ୍ଗରେ ହୋଇଥିଲା । କିନ୍ତୁ ଅନ୍ୟ କିଛି ଲୋକମାନଙ୍କର ମାନିବା ଅଟେ କି ସେ ୧୭୩୬ ମସିହାରେ ଜନ୍ମ ହୋଇଥିଲେ । ଲି ଚିଙ୍ଗ ୟୁଏଙ୍କର ନିଧନ ୧୯୩୩ରେ ହୋଇଥିଲା ।

୧୯୨୮ରେ ଆମେରିକାର ଏକ ଖବର କାଗଜ ‘ନ୍ୟୁୟର୍କ ଟାଇମ୍ସ’ର ଏକ ପତ୍ରକାର ଲି ଚିଙ୍ଗ ୟୁଏଙ୍କ ବିଷୟରେ ଲେଖିଥିଲେ । ଲି ଚିଙ୍ଗ ୟୁଏଙ୍କର ଆଖପାଖରେ ରହୁଥିବା ବୟସ୍କ ବ୍ୟକ୍ତିମାନେ କୁହନ୍ତି କି ସେମାନଙ୍କର ଜେଜେବାପା ଯେତେବେଳେ ଛୋଟ ଥିଲେ ସେମାନେ ବି ଲି ଚିଙ୍ଗ ୟୁଏଙ୍କୁ ଜାଣି ଥିଲେ ।
ଜୀବନକାଳରେ କରିଛନ୍ତି ୨୪ଟି ବିବାହ, ଥିଲେ ୨୦୦ରୁ ବି ଅଧିକ ସନ୍ତାନ

୧୯୩୦ରେ ‘ନ୍ୟୁୟର୍କ ଟାଇମ୍ସ’ରେ ଛପି ଥିବା ଏକ ଖବର ଆନୁସାରେ ଚୀନର ଚେଂଗଡୂ ୟୁନିବର୍ସିଟିର ପ୍ରଫେସର ବୁ ଚୁଂଗ ଚୀଏହ ବର୍ଷ ୧୮୨୭ରେ ତାଙ୍କର ୨୦୦ ତମ ଜନ୍ମଦିନ ପାଇଁ ତାଙ୍କୁ ଶୁଭକାମନା ବି ଦେଇଥିଲେ । ଆପଣଙ୍କୁ କହିଦେଉଛୁ ଯେ ଲି ଚିଙ୍ଗ ୟୁଏ ନିଜ ସମୟରେ ଫେମସ ଚାଇନୀଜ ହର୍ବଲିଷ୍ଟ, ମାର୍ଶଲ ଆର୍ଟିସ୍ଟ ଓ ଉପଦେଶକର୍ତ୍ତା ଥିଲେ । ଲି ଚିଙ୍ଗ ୟୁଏ ହର୍ବଲ ମେଡିସିନର ବିଜନେସକୁ ମାତ୍ର ୧୦ ବର୍ଷ ବୟସରେ ହିଁ ଆରମ୍ଭ କରି ଦେଇଥିଲେ ।
୭୧ ବର୍ଷ ବୟସରେ ସେ ଚୀନର ସେନାରେ ମାର୍ଶଲ ଆର୍ଟ୍ସ ଟ୍ରେନର ରୂପରେ ସାମିଲ ହୋଇଥିଲେ । ଲୋକମାନଙ୍କର କହିବା ଅଟେ କି ଲି ଚିଙ୍ଗ ୟୁଏ ନିଜ ଜୀବନକାଳ ମଧ୍ୟରେ ୨୪ଟି ବିବାହ କରିଥିଲେ ଓ ତାଙ୍କର ୨୦୦ ରୁ ଅଧିକ ସନ୍ତାନ ବି ଥିଲେ ।
ମନ ଓ ଶରୀରକୁ ଶାନ୍ତ ରଖିବା ହିଁ ଥିଲା ଲମ୍ବା ଜୀବନର ରହସ୍ୟ

ଲୋକମାନଙ୍କର କହିବା ଅଟେ କି ସେ ନିଜ ଜୀବନ ଆରମ୍ଭରୁ ୧୦୦ ବର୍ଷ ପର୍ଯ୍ୟନ୍ତ କେବଳ କିଛି ଖାସ ଜଡି – ବୁଟି ଖୋଜିବାରେ ହିଁ ସମୟ ଅତିବାହିତ କରିଦେଇଥିଲେ । ଏହା ପରେ ୪୦ ବର୍ଷ ପର୍ଯ୍ୟନ୍ତ କେବଳ ସେହି ଜଡି – ବୁଟି ବିକ୍ରି କରି ବହୁତ ଟଙ୍କା ଆୟ କରିଥିଲେ । ଏହା ସହିତ ସେ ଚାଉଳ ଦ୍ଵାରା ପ୍ରସ୍ତୁତ ମଦକୁ ଭୋଜନ ରୂପରେ ସେବନ କରୁଥିଲେ । କିଛି ଲୋକମାନଙ୍କର କହିବା ଅଟେ କି ତାଙ୍କର ଲମ୍ବା ଆୟୁ ପଛର ରହସ୍ୟ ତାଙ୍କର ଅଧିକ ଶୋଇବା ବି ଥିଲା ।
ସେ ପାରା ଭଳି ଅଳସୁଆ ନ ହୋଇ ଚାଲୁଥିଲେ ଓ କଇଁଛ ଭଳି ନିଜର ହୃଦୟ ଓ ମସ୍ତିଷ୍କକୁ ଶାନ୍ତ ବି ରଖୁଥିଲେ । ତାଙ୍କ ଅନୁସାରେ ମନ ଓ ଶରୀରକୁ ଶାନ୍ତ ରଖିବା ଦ୍ଵାରା ହିଁ ଏକ ଲମ୍ବା ଜୀବନ ବ୍ୟତିତ କରାଯାଇ ପାରିବ ।



