ଦେଶ ବିଦେଶ

୩୧ ଜୁଲାଇ ମଧ୍ୟରେ ଝିଅ ନାଁ ରେ ଖୋଲି ଦିଅନ୍ତୁ ଏହି ଖାତା, ୨୧ ବର୍ଷ ବୟସରେ ଆକାଉଣ୍ଟକୁ ଆସିଯିବ ୬୪ ଲକ୍ଷ ଟଙ୍କା

ଆଜିର ଏହି ମହଙ୍ଗା ଯୁଗରେ ଝିଅମାନଙ୍କ ଭବିଷ୍ୟତକୁ ଆର୍ଥିକ ରୂପରେ ସୁରକ୍ଷିତ କରିବା ସବୁ ପିତା ମାତାଙ୍କ ସବୁଠୁ ବଡ ଦାୟିତ୍ଵ ମଧ୍ୟରୁ ଗୋଟିଏ ଅଟେ । ନିଜ ସହିତ ନିଜର ଭବିଷ୍ୟତକୁ ବି ଆର୍ଥିକ ରୂପରେ ସୁରକ୍ଷିତ ରଖିବା ବହୁତ ଜରୁରୀ ଅଟେ । ଝିଅମାନଙ୍କ ଭବିଷ୍ୟତ ସୁଧାରିବା ପାଇଁ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରି ଆପଣ ନିଜ ଝିଅର ଉଚ୍ଚ ଶିକ୍ଷା ଓ ବିବାହର ଖର୍ଚକୁ ସହଜରେ ପୁରା କରି ପାରିବେ ।

ଏହି ଯୋଜନାରେ ଝିଅର ୨୧ ବର୍ଷ ପୁରା ହେବା ଉପରେ ଆପଣଙ୍କୁ ଭଲ ରିଟର୍ନ ବି ମିଳିବ । ଯଦି ଆପଣ ନିଜ ଝିଅର କମ ଆୟୁରେ ଏହି ଯୋଜନାରେ ନିବେଶ କରିବା ଆରମ୍ଭ କରିଦେବେ, ତେବେ ଏହି ସ୍କିମରେ ୧୫ ବର୍ଷ ପର୍ଯ୍ୟନ୍ତ ନିବେଶ କରି ପାରିବେ । ଆସନ୍ତୁ ଜାଣିବା ଏହି ଯୋଜନାର ଲାଭ ଉଠାଇ ଆପଣ ୬୪ ଲକ୍ଷ ଟଙ୍କାର ମାଲିକ କିପରି ହୋଇପାରିବେ ।

ସରକାରଙ୍କ ସୁକନ୍ୟା ସମୃଦ୍ଧି ଖାତା ଖୋଲିବା ପାଇଁ କେତେକ ମାନଦଣ୍ଡରେ ଛାଡ ଦିଆ ଯାଇଛି । ପୋସ୍ଟ ଅଫିସର ନୂଆ ଦିଶା ନିର୍ଦେଶ ଅନୁସାରେ, ସୁକନ୍ୟା ସମୃଦ୍ଧି ଖାତା ୩୧ ଜୁଲାଇ ୨୦୨୦କୁ କିମ୍ବା ତାହା ଠାରୁ ପୂର୍ବରୁ ସେହି ଝିଅମାନଙ୍କ ନାମରେ ଖୋଲା ଯାଉ ଥିଲା । ଯେଉଁମାନଙ୍କ ବୟସ ୨୫ ମାର୍ଚ, ୨୦୨୦ ରୁ ଜୁନ ୨୦୨୦ ପର୍ଯ୍ୟନ୍ତ ଲକଡାଉନ ଅବଧି ସମୟରେ ୧୦ ବର୍ଷ ପୁରା ହୋଇସାରିଛି ।

ଏହି ଛାଡରେ ସେହି ଝିଅମାନଙ୍କ ମାତା ପିତାଙ୍କୁ ଛାଡ ଦିଆଯିବ ଯେଉଁମାନେ ଲକଡାଉନ କାରଣରୁ ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଖୋଲି ପାରି ନ ଥିଲେ । ଅନ୍ୟଥା ସୁକନ୍ୟା ସମୃଦ୍ଧି ଯୋଜନା ଖାତା କେବଳ ଜନ୍ମ ତାରିଖରୁ ୧୦ ବର୍ଷ ଆୟୁ ପର୍ଯ୍ୟନ୍ତ ଖୋଲା ଯାଇ ପାରିବ । ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ସ୍କିମ ୨୦୨୦ରେ ଜମାକର୍ତ୍ତା ଗୋଟିଏ ଆର୍ଥିକ ବର୍ଷରେ କୌଣସି ଗୋଟିଏ ଆକାଉଣ୍ଟରେ ଅଧିକରୁ ଅଧିକ ୧.୫ ଲକ୍ଷ ଟଙ୍କା ଜମା କରି ପାରିବେ ।

ଅନ୍ୟ ପଟେ ଆର୍ଥିକ ବର୍ଷରେ ସର୍ବନିମ୍ନ ଜମା ରାଶି ୨୫୦ ଟଙ୍କା ଅଟେ । ଏହାର ଅର୍ଥ ଏହା ଅଟେ କି କୌଣସି ଗୋଟିଏ ଆକାଉଣ୍ଟରେ ଗୋଟିଏ ଆର୍ଥିକ ବର୍ଷରେ ଆପଣ ଅଧିକରୁ ଅଧିକ ୧.୫ ଲକ୍ଷ ଟଙ୍କା ଓ କମ ସେ କମ ୨୫୦ ଟଙ୍କା ପର୍ଯ୍ୟନ୍ତ ନିବେଶ କରି ପାରିବେ । ଯଦି କୌଣସି ବ୍ୟକ୍ତି ଭୁଲରେ ଏହି ଖାତାରେ ୧.୫ ଲକ୍ଷରୁ ଅଧିକ ଟଙ୍କା ଜମା କରୁଛନ୍ତି ତେବେ ଏହି ଟଙ୍କାରେ ସୁଧ ଦିଆଯିବ ନାହିଁ । ଏହା ସହିତ ଏହି ଅତିରିକ୍ତ ଟଙ୍କାକୁ ଜମାକର୍ତ୍ତାର ଆକାଉଣ୍ଟକୁ ରିଟର୍ନ ଦେଇ ଦିଆଯିବ ।

 

ଏହି ଖାତାରେ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରି ପାରିବେ । ଯଦି ଏହି ଆକାଉଣ୍ଟରେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ସର୍ବନିମ୍ନ ଟଙ୍କା ଜମା ନ କରାଯାଏ ତେବେ ୧୫ ବର୍ଷର ଅବଧି ସମୟରେ ଏହାକୁ କେବେ ବି ରେଗ୍ୟୁଲରାଇଜ କରା ଯାଇ ପାରିବ । ଏଥିପାଇଁ ପ୍ରତି ବର୍ଷ ହିସାବରେ ୫୦ ଟଙ୍କା ପେନାଲ୍ଟି ବି ଦେବାକୁ ହେବ ।

ସୁକନ୍ୟା ସମୃଦ୍ଧି ଯୋଜନାରେ ଏହି ସମୟରେ ୭.୬ ପ୍ରତିଶତ ସୁଧ ଦିଆ ଯାଉଛି । ଏହି ଯୋଜନାରେ ଖାତା ଖୋଲିବା ସମୟରେ ସୁଧର ଦର ଯେତିକି ରହିଥାଏ, ସେହି ସୁଧ ଦର ହିସାବରେ ନିବେଶ ସମୟ ମଧ୍ୟରେ ସୁଧ ମିଳିଥାଏ । ସରକାର ପୋସ୍ଟ ଅଫିସ ସେଭିଙ୍ଗ ଆକାଉଣ୍ଟ ସମେତ ସମସ୍ତ ସ୍ମଲ ସେଭିଙ୍ଗ ସ୍କିମରେ କରାଯାଇଥିବା ନିବେଶ ଉପରେ ଜୁଲାଇ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମିଳୁଥିବା ସୁଧର ଦରରେ କୌଣସି ପ୍ରକାରର ପରିବର୍ତ୍ତନ କରି ନାହାନ୍ତି ।

 

ବର୍ତ୍ତମାନ ସୁଧର ଦର ହିସାବରେ ଯଦି ପ୍ରତି ବର୍ଷ ୧.୫ ଲକ୍ଷ ଟଙ୍କା ୧୫ ବର୍ଷ ପର୍ଯ୍ୟନ୍ତ ଜମା କରାଯାଏ ତେବେ ଏହା ଉପରେ ଆପଣଙ୍କ ଦ୍ଵାରା ଜମା କରାଯାଇଥିବା ମୋଟ ଟଙ୍କା ୨୨,୫୦,୦୦୦ ଟଙ୍କା ହୋଇଯିବ ଓ ଏହା ଉପରେ ସୁଧ ୪୧୩୬୫୪୩ ଟଙ୍କା ହୋଇଯିବ । କିନ୍ତୁ ଏହି ଆକାଉଣ୍ଟ ୨୧ ବର୍ଷ ପୁରା ହେବା ପରେ ହିଁ ମାଚ୍ୟୁର ହେବ । ଏମିତିରେ ଆକାଉଣ୍ଟରେ ଜମା କରାଯାଉଥିବା ଟଙ୍କାରେ ସୁଧ ମିଳୁଥିବ ।

୨୧ ବର୍ଷ ପର୍ଯ୍ୟନ୍ତ ଏହା ସୁଧ ସହ ମିଶି ପାଖପାଖି ୬୪ ଲକ୍ଷ ଟଙ୍କା ହୋଇଯିବ । ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ମିଳିବା ବାଲା ସୁଧ କେନ୍ଦ୍ର ସରକାରଙ୍କ ଦ୍ଵାରା ହିଁ ଠିକ କରାଯାଏ । ଏମିତିରେ ମ୍ୟାଚୁରିଟି ପର୍ଯ୍ୟନ୍ତ ସୁଧର ଦର ପରିବର୍ତ୍ତନ ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button