ଦେଶ ବିଦେଶ

କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହ ମନ୍ତ୍ରାଳୟ – Utkal Mail


ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନବୀକରଣରେ ହୋଇଥିବା ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ହେବ। ଗୃହ ମନ୍ତ୍ରାଳୟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରର ଜଣେ ଅଧିକାରୀଙ୍କ ଦ୍ବାରା ହୋଇଥିବା ଅନିୟମିତତା ଅଭିଯୋଗ ଏବଂ ଟେଣ୍ଡର ନିୟମ ଉଲ୍ଳଂଘନ ପ୍ରସଙ୍ଗରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଯଦି ପ୍ରାଥମିକ ତଦନ୍ତରୁ କିଛି ଅନିୟମିତତା ହୋଇଥିବାର ପ୍ରମାଣ ମିଳେ ତେବେ ସିବିଆଇ ଉକ୍ତ ଘଟଣାରେ ଏକ ନିୟମିତ ମାମଲା ରୁଜୁ କରିବ। ଅନିୟମିତତା ଅଭିଯୋଗ ସଂକ୍ରାନ୍ତରେ ଦିଲ୍ଲୀ ସରକାରଙ୍କ ପିଡବ୍ଲ୍ୟୁଡି (ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ୍‌) ସମସ୍ତ କାଗଜପତ୍ର ଅକ୍ଟୋବର ୩ ସୁଦ୍ଧା ଦାଖଲ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସିବିଆଇ ଅଭିଯୋଗର ସମସ୍ତ ଦିଗକୁ ତଦନ୍ତ କରିବ। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଦ୍ବାରା ସିବିଆଇ ନିର୍ଦ୍ଦେଶକଙ୍କ ପାଖକୁ ଗତ ମେ’ରେ ଲେଖାଯାଇଥିବା ଚିଠି ଆଧାରରେ ଉକ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button