କୋଟିଏରେ ଗୋଟିଏ ହୋଇଥାନ୍ତି ଏହି ଦିନ ଜନ୍ମ ହୋଇଥିବା ପୁଅ-ଝିଅ

। ସୂଚନା ଅନୁସାରେ ଦୁନିଆରେ ଦିନକୁ ଅନେକ ଶିଶୁ ସନ୍ତାନ ପୁଅ କିମ୍ବା ଝିଅ ଜନ୍ମ ହୋଇଥାନ୍ତି । ସେମାନଙ୍କର ଜନ୍ମ ହୋଇଥିବା ସମୟ, ତାରିଖ, ମସିହା ଓ ବାର ର ପ୍ରଭାବ ସେହି ଶିଶୁ ଉପରେ ପଡିଥାଏ । ତାହାର ଟିପଣୀ ଦ୍ଵାରା ପିଲାର ଜାତକ ନିରୂପଣ କରାଯାଇଥାଏ । ଜାତକ ଦ୍ଵାରା ପିଲାର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅବଗତ କରିହୋଇଥାଏ । ଏପରି କିଛି ବିଶେଷ ଦିନମାନ ରହିଅଛି । ଯଦି ସେହି ଦିନରେ ପୁଅ କିମ୍ବା ଝିଅ ଜନ୍ମ ହୋଇଥାନ୍ତି ।
ସେମାନେ କୋଟିଏ ପିଲାମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥାନ୍ତି । ଯେଉଁ ଶିଶୁ ସନ୍ତାନ ମାନେ ଫେବୃଆରୀ ମାସରେ ଜନ୍ମ ହୋଇଥାନ୍ତି । ସେମାନଙ୍କ ଭାଗ୍ୟର ସପକ୍ଷ ସେମାନଙ୍କୁ ଅଧିକ ମାତ୍ରାରେ ମିଳିଥାଏ । ସେମାନେ ବଡ ହେଲା ପରେ ତାଙ୍କ ଭବିଷ୍ୟତ ବହୁତ ଉଜ୍ଜଳ ହେବାର ସମ୍ଭାବନା ମଧ୍ୟ ରହିଥାଏ । ସେହି ମାସର ୪, ୧୨, ୨୨ ଓ ୨୮ ଏହି ତାରିଖରେ ଜନ୍ମ ଗ୍ରହଣ କରିଥିବା ପିଲା ଅତ୍ୟନ୍ତ ଶୌଭାଗ୍ୟଶାଳୀ ହୋଇଥାନ୍ତି ।
ସେହି ପିଲାମାନେ ଘର ପାଇଁ ଉନ୍ନତିର ପଥ ସାଙ୍ଗରେ ଆଣିଥାନ୍ତି । ସେହି ଶିଶୁର ଘର ପ୍ରବେଶ ମାତ୍ରେ ଖୁସିର ଲହରୀ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଜୁନ ମାସରେ ଜନ୍ମ ହୋଇଥିବା ପ୍ରତ୍ଯେକଟି ସନ୍ତାନ ଭବିଷ୍ୟତରେ ଯାଇ ଅଧିକ ରୁ ଅଧିକ ଧନ ଉପାର୍ଜନ କରିବାର ଦେଖାଯାଇଥାଏ । ସେମାନେ ଟଙ୍କା ପାଇଁ ଅନେକ ପରିଶ୍ରମ କରିଥାନ୍ତି ।
ନିଜ ପରିଶ୍ରମ ଦ୍ଵାରା ନିଜ ଭବିଷ୍ୟତକୁ ଉଜ୍ଜଳ କରିବାର କ୍ଷମତା ଅଧିକାଂଶ ଲୋକଙ୍କ ପାଖରେ ଥାଏ । ଉପରୋକ୍ତ ଏହି ଦୁଇ ମାସରେ ଜନ୍ମ ହୋଇଥିବା ସନ୍ତାନ ମାନେ ଭଗବାନଙ୍କ ଶୁଭଦ୍ରୁଷ୍ଟିର ଆଢୁଆଳରେ ଥିବାରୁ ତାଙ୍କ ଭାଗ୍ୟ ତାଲାର ଚାବି ତାଙ୍କ ପାଖରେ ରହିଥାଏ । ଯେଉଁ କାରଣରୁ ସେମାନେ ଜନ୍ମ ସମୟରୁ ନେଇ ବଡ ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବିନା ବାଧାବିଘ୍ନ କରିବା ପାଇଁ ସମର୍ଥ ହୋଇପାରିଥାନ୍ତି ।