ଓଡିଶା

ବିଧାନସଭାରେ ରାତି କାଟିଲେ ରାଜସ୍ଥାନ ବିଧାୟକ

ଜୟପୁର: ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ହାଇଡ୍ରାମା ହେବାପରେ ୬ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ବିଧା‌ୟକମାନେ ଏହାର ପ୍ରତିବାଦ ସ୍ବରୂପ ଗତ ରାତିସାରା ବିଧାନସଭାରେ କଟାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତ୍ରୀ ଅବିନାଶ ଗେହଲଟ ଦେଇଥିବା ଟିପ୍ପଣୀକୁ ବିରୋଧ କରି ସେମାନେ ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି।  ବିଧାନସଭାରେ ବିଧାୟକମାନେ ରାତିରେ ଶୋଇଥିବା ଫଟୋ ମଧ୍ୟ ଜାରି ହୋଇଛି।    ବିଧାୟକମାନେ ଆଜି ମଧ୍ୟ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଘରୁ ଆସୁଥିବା ଖାଦ୍ୟ ଖାଇ ବିଧାସନଭାରେ ଆନ୍ଦୋଳନ କରୁଛନ୍ତି।    ବିରୋଧୀ ଦଳ ନେତା ଟିକାରାମ ଜୁଲି କହିଛନ୍ତି,  ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଦିଆଯାଇଥିବା ଟିପ୍ପଣୀକୁ ବାଚସ୍ପତି ହଟାଇବା ପାଇଁ ଆମେ ଦାବି କରୁଛି।   ଜୁଲି କହିଛନ୍ତି, ବିଧାୟକମାନେ  ବାଚସ୍ପତିଙ୍କ ସହ କଥା ହେବାପାଇଁ ପ୍ରସ୍ତୁତ ଥିଲେ ମଧ୍ୟ କୌଣସି ଜବାବ ମିଳୁନାହିଁ।

ଉଲ୍ଲେଖଯୋଗ୍ୟ,  ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ପ୍ରବଳ  ହଟ୍ଟଗୋଳ ହୋଇଥିଲା। ଜଣେ ବିଜେପି ମନ୍ତ୍ରୀ  ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆକ୍ଷେପ କରି ଦେଇଥିବା ଏକ ଟିପ୍ପଣୀ ପାଇଁ ଗୃହରେ ହଟ୍ଟଗୋଳ ହୋଇଥିଲା।  କର୍ମଜୀବୀ ମହିଳାଙ୍କ ପାଇଁ ହ‌ଷ୍ଟେଲ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ଅବିନାଶ ଗେହଲଟ ବିରୋଧୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ  କହିଥିଲେ ଯେ ‘୨୦୨୩-୨୪ରେ ମଧ୍ୟ ଆପଣ ପୂର୍ବଭଳି ଆପଣଙ୍କ ‘ଦାଦୀ’ଙ୍କ ନାଁରେ  ଯୋଜନା କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ଟିକାରାମ୍‌ ଜୁଲି ମନ୍ତ୍ରୀଙ୍କ ଟିପ୍ପଣୀକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଇଙ୍ଗିତ କରି ଏଭଳି କହୁଛନ୍ତି।  ଜୁଲି ଦାବି କରିଥିଲେ ଯେ ଏହି ଟିପ୍ପଣୀକୁ ରେକର୍ଡରୁ ହଟାଇ ଦିଆଯାଉ। ତେବେ ବାଚସ୍ପତି ଏହି ଦାବିକୁ ଗ୍ରହଣ କରିନଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button