ବ୍ରଣରୁ ଚାହଁଛନ୍ତି କି ମୁକ୍ତି? ଆସନ୍ତୁ ଜାଣିବା କିପରି

ସାଧାରଣତଃ ସବୁ ମହିଳାମାନେ ନିଜର ତ୍ୱଚାକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ବିୟୁଟି ଟିପ୍ସକୁ ଆପଣାନ୍ତି । ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଧନ ସମାଗ୍ରୀ ବ୍ୟବହାର କଲେ ମଧ୍ୟ କେତେଜଣଙ୍କ ମୁହଁରେ ବ୍ରଣ ବାହାରିଥାଏ ଏବଂ ପରେ ତ୍ୱଚାରୁ ବ୍ରଣ ଦାଗ ଯାଇ ନଥାଏ । ଏଥିପାଇଁ ମହିଳା ମାନେ ଘରୋଇ ଉପଚାର ଉପରେ ପ୍ରଧାନ୍ୟ ଦେଉଛନ୍ତି । ହଳଦୀ ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ହଳଦୀକୁ ନେଇ ଆମେ ବିଭିନ୍ନ ଉପାୟରେ ମିଶ୍ରଣ କରି ଲଗାଇ ପାରିବା ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ ହଳଦୀ ର କେତେ ଆବଶ୍ୟକଏବଂ ଏହାକୁ ବ୍ୟବହାର କରିବାର ଉପାୟ ।
ହଳଦୀ ଓ ଘିକୁଆଁରୀ
ହଳଦୀ ଆଉ ଘିକୁଆଁରୀ ତ୍ୱଚାର ସବୁ ସମସ୍ୟାକୁ ଦୂର କରିଥାଏ । ଘି କୁଆଁରୀ ରେ ଔଷଧୀୟ ଗୁଣ ରହିଥିବାରୁ ଏହା ବେଶ୍ ଉପକାରୀ ହୋଇଥାଏ । ତେବେ ହଳଦୀ ଏବଂ ଘିକୁଆଁରି ର ମିଶ୍ରଣ ପ୍ରସ୍ତୁତ କରିବାକୁ ହେଲେ ଅଧା ଚାମଚ ହଳଦୀ, ଦୁଇ ଚାମଚ ଘିକୁଆଁରି ରସ କୁ ଭଲ ଭାବେ ମିଶାନ୍ତୁ ତା’ ପରେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ମୁହଁ ରେ ଲଗାଇ ୧୦ ମିନିଟ୍ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
ହଳଦୀ ଓ ନିମ୍ବପତ୍ର
ହଳଦୀ ଓ ନିମ୍ବପତ୍ରରେ ଔଷଧୀୟ ଗୁଣ ରହିଥିବାରୁ ଏହା ତ୍ୱଚା ପାଇଁ ଲାଭକାରୀ ହୋଇଥାଏ । ତେବେ ହଳଦୀ ଏବଂ ନିମ୍ବର ଫେସ ପ୍ୟାକ ପ୍ରସ୍ତୁତ କରିବାକୁ ହେଲେ ନିମ୍ବର ପତ୍ର ନିଅନ୍ତୁ ଏବଂ ଅଳ୍ପ ହଳଦୀ ନିଅନ୍ତୁ । ପ୍ରଥମେ ନିମ୍ବ ପତ୍ରକୁ ନେଇ ତାର ପେଷ୍ଟ ବନାନ୍ତୁ ତାପରେ ସେହି ପେଷ୍ଟ ରେ କିଛି ହଳଦୀ ମିଶାନ୍ତୁ । ତେବେ ପ୍ରସ୍ତୁତ ହୋଇଥିବା ପ୍ୟାକକୁ ମୁହଁରେ ଲଗାନ୍ତୁ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
ହଳଦୀ ଓ ମହୁ
ମହୁ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ହଳଦୀ, ମହୁକୁ ମିଶାଇ ମୁହଁରେ ଲଗାଇଲେ ତ୍ୱଚା ନରମ ଓ କୋମଳ ରହିଥାଏ । ତେବେ ହଳଦୀ ଓ ମହୁର ପେଷ୍ଟ ବନେଇବା ପାଇଁ ଗୋଟିଏ ଚାମଚ ହଳଦୀ ଓ ଅଧା ଚାମଚ ମହୁ ନିଅନ୍ତୁ ତାକୁ ଭଲଭାବେ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ସୁଖି ଯିବା ପରେ ଧୋଇଦିଅନ୍ତୁ ।
ହଳଦୀ ଓ ଦହି
ଦହି ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ହଳଦୀ ଓ ଦହି ର ପେଷ୍ଟ ବନାଇବାକୁ ହେଲେ ଦୁଇ ଚାମଚ ଦହି ଓ ଅଧା ଚାମଚ ହଳଦୀ ନିଅନ୍ତୁ । ହଳଦୀ ଓ ଦହିକୁ ଭଲରେ ମିଶ୍ରଣ କରନ୍ତୁ । ସେହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ ୨୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
ହଳଦୀ ଓ କ୍ଷୀର
ହଳଦୀ ଓ କ୍ଷୀରର ମିଶ୍ରଣକୁ ଲାଗାଇଲେ ତ୍ୱଚାରେ ଚମକ ଆସିଥାଏ । ତେବେ ହଳଦୀ ଓ କ୍ଷୀରର ପେଷ୍ଟ ପ୍ରସ୍ତୁତ କରିବାକୁ ହେଲେ ଦୁଇ ଚାମଚ କ୍ଷୀର, ଅଧା ଚାମଚ ହଳଦୀକୁ ନେଇ ତାକୁ ମିଶ୍ରଣ କରନ୍ତୁ । ଉକ୍ତ ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ । ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।