ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କ ମନ କିଣିନେଲା ରିକ୍ସା ଚାଳକଙ୍କ ବଡ଼ପଣ; କହିଲେ ସବୁଠାରୁ ଧନୀ ବାପା – Utkal Mail
ନୂଆଦିଲ୍ଲୀ: ଝିଅମାନଙ୍କୁ ନେଇ ଆମ ସମାଜର ଲୋକମାନଙ୍କ ମନୋଭାବ ବଦଳୁଛି। ପୂର୍ବରୁ ପୁଅ ଏବଂ ଝିଅ ମଧ୍ୟରେ ଅନେକ ଭେଦଭାବ ରହିଥିଲା। କିନ୍ତୁ ବର୍ତ୍ତମାନ ଲୋକମାନେ ଆଉ ସେପରି ନାହାନ୍ତି। ପୁଅ ପରି ଝିଅକୁ ବି ବାପାମାଆମାନେ ସ୍ନେହ ଦେବାକୁ ହେଳା କରୁନାହାନ୍ତି। କାରଣ ସମସ୍ତେ ବୁଝି ସାରିଲେଣି ଯେ ପୁଅଠାରୁ କେଉଁ ବି ଗୁଣରେ ଝିଅ କମ୍ ନୁହଁନ୍ତି।
ଯଦି ସୁଯୋଗ ଦିଆଯାଏ ତ ସେମାନେ ଖୁବ୍ ଆଗକୁ ଉଡ଼ାଣ ଭରିପାରିବେ। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ପୋଷ୍ଟ୍ ଭାରତର ପରିବର୍ତ୍ତିତ ସମାଜର ଏକ ଉତ୍ସାହଜନକ ଚିତ୍ର ହୋଇ ଉଭା ହୋଇଛି।
Sometimes you just need to have a big heart to give.
Translation : Today, 11/08/23 is our daughter Arpita Yadav’s birthday. On this happy occasion my rickshaw is free. No fare will be charged. Happy Birthday.
Happy Birthday Arpita and your father is a great guy! pic.twitter.com/u0HLXea47J
— Kiran Verma (@VermaKiran) August 13, 2023
ଅନେକ ଲୋକ ଏକ ରିକ୍ସା ପଛରେ ଲେଖାଯାଇଥିବା ଏକ ହାତଲେଖାର ଫଟୋ ଉଠାଇ ସେମାନଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ପୋଷ୍ଟ୍ କରିଛନ୍ତି। ହାତଲେଖା ଥିଲା ଜଣେ ରିକ୍ସା ଚାଳକ ତଥା ଜଣେ ସ୍ନେହୀ ବାପାଙ୍କର। ରିକ୍ସା ଚାଳକ ଜଣକ ତାଙ୍କ ରିକ୍ସା ପଛରେ ଲେଖିଥିଲେ, ‘ ଆଜି ୨୦୨୩ ଅଗଷ୍ଟ ୧୧, ମୋ ଝିଅ ଅର୍ପିତାର ଜନ୍ମଦିନ। ସେଥିପାଇଁ ମୁଁ ଆଜି ସମସ୍ତଙ୍କୁ ମାଗଣାରେ ମୋ ରିକ୍ସାରେ ନେବି। ହାପି ବାର୍ଥଡେ।’
ଏହି ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ରିକ୍ସା ଚାଳକ ଜଣଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଜଣେ ଧନୀ ବାପା ବୋଲି ସମ୍ବୋଧନ କରିଛନ୍ତି। ଅନେକ ଲୋକ ଘରେ ବହୁତ ଖର୍ଚ୍ଚ କରନ୍ତି କିନ୍ତୁ ଖୁସି ଅବସରରେ ଅନ୍ୟମାନଙ୍କ ସହ ସୁଖ ବାଣ୍ଟନ୍ତି ନାହିଁ, କିନ୍ତୁ ଅର୍ପିତାଙ୍କ ପିତା କିଛି ଭିନ୍ନ କରି ଏକ ଉଦାହରଣ ପାଲଟିଛନ୍ତି। ସେ ଧଳା କାଗଜରେ ନିଜ ହାତରେ ଏପରି ଲେଖି ତାଙ୍କ ଅଟୋ ପଛରେ ଲଗାଇଥିଲେ।