ଧର୍ମ

ଯଦି ଆପଣ ସ୍ଵପ୍ନରେ କାଳୀ ମାତାଙ୍କୁ ଦର୍ଶନ କରି ଥାନ୍ତି ତେବେ ଆପଣଙ୍କୁ ଏହି ଶକ୍ତି ପ୍ରାପ୍ତ ହୋଇ ପାରେ, ଆସନ୍ତୁ ଜାଣିବା କଣ

ସ୍ଵପ୍ନ ଗୋଟେ ଏମିତିକା ଜିନିଷ ଯାହା ପାଇଁ ସମସ୍ତଙ୍କ ଅଲଗା ଅଲଗା ଧାରଣା ଅଛି, ସ୍ଵପ୍ନ ରେ ଅଲଗା ଅଲଗା ଜିନିଷ ଦେଖିବାର ଅଲଗା ଅଲଗା ଭାବନା ଓ ଧାରଣା ଅଛି । ଯଦି ଆପଣ ସ୍ଵପ୍ନ ଦେଖି ଥାନ୍ତି ତେବେ ଆପଣଙ୍କ ମନରେ ମଧ୍ୟ ଶୁଭ ଅଶୁଭ ଭାବନା ଆସି ଥାଏ । ତେବେ କିଛି ବିଶେଷ ଜିନିଷ ପାଇଁ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ସେହି ଜିନିଷ ଗୁଡିକ ସ୍ଵପ୍ନ ରେ ଆସିଲେ କଣ ହୋଇ ଥାଏ ।

କିଛି ଜିନିଷ ଶୁଭ ଖବର ଦେଇ ଥାନ୍ତି ଓ କିଛି ସ୍ଵପ୍ନ ଆସନ୍ତା ସମସ୍ୟା ପାଇଁ ଆମକୁ ସଚେତ କରେଇ ଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ମାଁ କାଳୀଙ୍କ ସ୍ଵପ୍ନ ରେ ଦର୍ଶନ ଦବାର ଅର୍ଥ ଓ ଏହାର ମାନ୍ୟତା ବିଷୟରେ କହିବୁ । ମାନ୍ୟତା ଅନୁଯାଇ ସ୍ଵପ୍ନ ରେ ମାଁ କାଳୀଙ୍କ ଦର୍ଶନ ହେଲେ କିଛି ଶକ୍ତି ଆମ ଭିତରେ ଆସି ଯାଇ ଥାଏ । ଜ୍ଯୋତିଷ ଶାସ୍ତ୍ର ଜ୍ଯୋତିଷଆଚାର୍ଯ୍ୟ କହିଛନ୍ତି ଯେ ଯଦି ସ୍ଵପ୍ନ ରେ ମାଁ କାଳୀଙ୍କ ଦର୍ଶନ ହୁଏ ତେବେ ଏହାର ଅର୍ଥ ଆପଣଙ୍କୁ କିଛି ଅଲୋକିକ ଶକ୍ତି ପ୍ରାପ୍ତ ହବ ।

କାଳୀ ମାଁଙ୍କୁ ଶକ୍ତି ସ୍ୱରୂପ ରୋଦ୍ର ରୂପ ପାଇଁ ଲୋକ ପରିଚିତ ସେଥିପାଇଁ ସ୍ଵପ୍ନ ଆଧାର ଏହି କଥା ଉପରେ ନିର୍ଭର କରେ ଯେ ଆପଣ କେଉଁ ସ୍ୱରୂପ ଦର୍ଶନ କରିଛନ୍ତି । ଯଦି ସ୍ଵପ୍ନ ରେ ଆପଣ ମାଁଙ୍କ ବାସ୍ତବିକ ରୂପ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ରେ ବହୁତ ପ୍ରକାର ସମସ୍ୟା ଆସିବ ଯାହାକୁ ଆପଣଙ୍କୁ ସାମ୍ନା କରିବାକୁ ପଡିବ । ଯଦି ସ୍ଵପ୍ନ ରେ କାଳୀ ମାଁ ଅସୁରମାନଙ୍କ ସହ ଲଢିବାର ଆପଣ ଦେଖନ୍ତୁ ତେବେ ଏହା ଅର୍ଥ ଆପଣ ନିଜ ଜୀବନରେ ଆସୁଥିବା ପ୍ରତେକ ସମସ୍ୟା ସାମ୍ନା କରିବେ,

ଯଦି ଆପଣ ମାଁଙ୍କୁ ଅସୁର ସଂଘାର ଓ ତାଙ୍କ ରକ୍ତ ପିଉଥିବାର ଦେଖନ୍ତି ତେବେ ଆପଣ ବୁଝି ଯାନ୍ତୁ ଯେ ଆପଣଙ୍କ ଜୀବନ ରେ ମଧ୍ୟ ବହୁତ କଷ୍ଟ ଆସିବ କିନ୍ତୁ ଆପଣ ସେହି ସବୁ ସମସ୍ୟାକୁ ବହୁତ ନୀଡର ହୋଇ ମାଁଙ୍କ ଦୟା ରୁ ପାରି ହୋଇ ଯିବେ । ଏହି ସ୍ଵପ୍ନ ଆହୁରି ଗୋଟେ ଅର୍ଥ ଅଛି ଯେ ଆପଣ ସଠିକ ବାଟ ରେ ଅଛନ୍ତି ଏବଂ ଆଗକୁ ସଫଳତା ଅଛି ଏବଂ ଏହା ପରେ ଆପଣ ହାରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button