ଦେଶ ବିଦେଶ

ଶୁଖୁଆ ଖାଉଥିଲେ ସାବଧାନ! ଡାକ୍ତର ଦେଲେ ଚେତାବନୀ ଶୁଖୁଆରୁ ହେଉଛି କ୍ୟାନସର୍, ଜାଣନ୍ତୁ ପୁରା ଖବର

ନିତିଦିନ ଜୀବନରେ ଗ୍ୟାଷ୍ଟିକର ସମସ୍ୟାକୁ ଆମେ ସାଧାରଣ ଭାବେ ନେଇଥାଉ। ହେଲେ କଣ ଆପଣ ଜାଣନ୍ତି ଏହି ସାଧାରଣ ଦିଶୁଥିବା ଗ୍ୟାସ୍ ସମସ୍ୟାଟି ବେଳେ ବେଳେ ଆମ ପାଇଁ ଏକ ଗୁରୁ୍ତ୍ୱପୂର୍ଣ୍ଣ ସମସ୍ୟା ପାଲଟି ଯାଏ। ଏହା ଶୁଣିବା ପରେ ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗିପାରେ। କିନ୍ତୁ ବେଳେ ବେଳେ ଏହି ଗ୍ୟାସ୍ଟିକର ସମସ୍ୟା ଗ୍ୟାସଷ୍ଟ୍ରାଇକ କ୍ୟାନ୍ସର ର ପ୍ରଥମ ଅବସ୍ଥା ବି ହୋଇ ପାରେ।

Uu

ଡାକ୍ତରମାନେ ଦାବି କରିଛନ୍ତି ଯେ ପେଟରେ କ୍ୟାନସର ଏବଂ କୋଲେଷ୍ଟ୍ରୋଲ୍ କ୍ୟାନସର ରୋଗ ଓଡିଶାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭୁଲ ଖାଦ୍ୟ ଅଭ୍ୟାସ, ଜୀବନଶୈଳୀରେ ପରିବର୍ତ୍ତନ, ଲୁଣିଆ ଶୁଖିଲା ମାଛ(ଶୁଖୁଆ) ସମେତ ମସଲାଯୁକ୍ତ ଖାଦ୍ୟର ବ୍ୟବହାରକୁ ଅଙ୍କୋଲୋଜିଷ୍ଟମାନେ ଦାୟୀ କରୁଛନ୍ତି।

Sukhua

ଅନ୍ୟ କ୍ୟାନ୍ସର ପରି ଗ୍ୟାସଷ୍ଟ୍ରାଇକ୍ କ୍ୟାନ୍ସର ଅନ୍ୟତମ ଅଟେ। ପ୍ରଥମ ଅବସ୍ଥାରେ ଏହାକୁ ଚିହ୍ନିବା ବେଳେ ବେଳେ ଡ଼ାକ୍ତରଙ୍କ ପାଖେ ମଧ୍ୟ ସମ୍ଭବ ହୋଇ ନ ଥାଏ। ଷ୍ଟୋମାକ ରେ ଥିବା ହେଲିବ୍ୟାକ୍ଟ୍ରିଫାଇଡେରି ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପି ଥାଏ । ଡକ୍ଟର ଆଶୁତୋଷ ମହାପାତ୍ରଙ୍କ କହିବା ଅନୁସାରେ ଏହି କ୍ୟାନ୍ସର ଟି ଅତି ମନ୍ଥର ଭାବେ ବ୍ୟାପି ଥାଏ।

ପ୍ରଥମ ଷ୍ଟେଜରେ ଏହାକୁ ଜାଣିବା ସାଧାରଣ ଡକ୍ଟରଙ୍କ ପାଖରେ ସମ୍ଭବ ହୋଇ ନ ଥାଏ। ତେବେ ଆସନ୍ତୁ ଜାଣିବା ଗ୍ୟାସଷ୍ଟ୍ରାଇକ କ୍ୟାନ୍ସରର କଣ ସବୁ ଲକ୍ଷଣ ରହିଥାଏ।

* ବାରମ୍ବାର ଅମ୍ଳ ହେବା। 

* ବଦ ହଜମ ।

* ଓଜନ ହ୍ରାସ ।

* ବାନ୍ତି ଲାଗିବା।

* କଳା ଝାଡ଼ା।

ତେବେ ଆସନ୍ତୁ ଜାଣିବା ଏପରି ରୋଗ କେଉଁ ଖାଦ୍ୟ ଖାଇବା ଦ୍ବାରା ସାଧାରଣତଃ ହୋଇଥାଏ।

* ଅଧିକ ଲୁଣ ଜାତୀୟ ଖାଦ୍ୟ।

* ଶୁଖୁଆ।

* ବାସି ଖାଦ୍ୟ।

* ଫ୍ରିଜରେ ଅଧିକ ଦିନ ଧରି ରହି ଯାଇଥିବା ଖାଦ୍ୟ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button