କ୍ରାଇମ

ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଭିତରେ ବଳିପଡ଼ିଲା ଶିଶୁ, ୭ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ମା !

ଯାଜପୁର : ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଭିତରେ ବଳିପଡ଼ିଲା ଶିଶୁ । ନିଜ ଜନ୍ମକଲା ପୁଅକୁ ମାଆ ବିକ୍ରି କରିଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପା । ଯାଜପୁର ବ୍ଲକ ବଡ ସୁଆର ଗାଁ ରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଁ ର ପ୍ରଶାନ୍ତ ଓ ପତ୍ନୀ ପୂଜା ଙ୍କ ବିବାଦ ଯୋଗୁଁ ଅଲଗା ହୋଇଯାଇଥିଲେ । ପୂଜା ନିଜର ୭ ବର୍ଷର ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ୪ ବର୍ଷ ତଳେ ହୋଇଥିବା ବେଳେ ଏବେ ପିଲା ବିକ୍ରି ଅଭିଯୋଗ କରିଛନ୍ତି ବାପା ।  ଏ ନେଇ ପରିବାର ଲୋକ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କଲାପରେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଘଟଣା ର ତଦନ୍ତ କରିବାକୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button