ଜୀବନଶୈଳୀ

ମହିଳା ମାନେ କେଶ ଖୋଲା କରି ମନ୍ଦିର ଯିବା ଅନୁଚିତ। ଜାଣନ୍ତୁ ଏହାର ମୂଳ ରହସ୍ୟ

ହିନ୍ଦୁଧର୍ମରେ ମନ୍ଦିର ଯିବା ବିଷୟକୁ ନେଇ ଅନେକ ନିୟମ ରହିଛି। ଶାସ୍ତ୍ରରେ ମହିଳା ମାନଙ୍କୁ ମନ୍ଦିର ଯିବା ପାଇଁ କିଛି ଖାସ ନିୟମ ପାଳନ କରିବା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଯେପରି ମାସିକ ଧର୍ମ ସମୟରେ ମହିଳା ମାନଙ୍କୁ ମନ୍ଦିର ଯିବା ବା ଅନ୍ୟ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ସେହିପରି ମହିଳା ମାନେ ଖୋଲା କେଶରେ ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ। ଆସନ୍ତୁ ଏହାର ରହସ୍ୟ ବିଷୟରେ ଜାଣିବା

କେଶ ଖୋଲା କରି ମହିଳା ମାନେ ମନ୍ଦିର ଯାଆନ୍ତୁ ନାହିଁ :-

ଶାସ୍ତ୍ରରେ ମହିଳା ମାନଙ୍କୁ କେଶ ଖୋଲା କରି ମନ୍ଦିର ଯିବା ଉଚିତ ନୁହେଁ ଏବଂ ଭଗବାନଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିବାକୁ ବାରଣ କରାଯାଇଛି। ମନ୍ଦିର ଯିବା ସମୟରେ ଆପଣଙ୍କ ମନ ଶାନ୍ତ ରହିବା ଆବଶ୍ୟକ। ଏହି ସମୟରେ ଆପଣଙ୍କ ମନରେ କୌଣସି ଖରାପ ଭାବନା ଆସିବା ଉଚିତ ନୁହେଁ। ଠାକୁର ପୂଜା କରିବା ପୂର୍ବରୁ ଯେପରି ଆମେ ସ୍ନାନ କରି ଥାଉ ଏବଂ ଶୁଦ୍ଧ ପୋଷାକ ପରିଧାନ କରିଥାଉ। ଯାହାଫଳରେ ଆମ ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ।

ଆସିଥାଏ ଦୁର୍ଭାଗ୍ୟ :-

କେଶ ଖୋଲା ରଖିବା ନକାରାତ୍ମକ ପ୍ରତୀକ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଶ ଖୋଲା ରହିଲେ ଶରୀରରେ ନକାରାତ୍ମକ ଶକ୍ତିର ସଞ୍ଚାର ଖୁବ୍ ଶୀଘ୍ର ହୋଇଥାଏ। କେଶ ଖୋଲା ରଖି ଠାକୁର ପୂଜା କଲେ, ଈଶ୍ୱର ପୂଜା ସ୍ବୀକାର କରି ନଥାନ୍ତି। ଏହାସହିତ ଘର ଉପରେ ଦୁର୍ଭାଗ୍ୟ ମାଡି ଆସିଥାଏ।

ହୋଇଥାଏ ଈଶ୍ବରଙ୍କ ଅପମାନ :-

କେଶ ଖୋଲା ରଖି ଠାକୁର ପୂଜା କଲେ, ଠାକୁରଙ୍କର ଅପମାନ ହୋଇଥାଏ ବୋଲି କୁହାଯାଏ। ମହିଳା ମାନଙ୍କର ଧ୍ୟାନ ତାଙ୍କ କେଶ ଉପରେ ରହିଥାଏ। ତେଣୁ ମହିଳା ମାନଙ୍କୁ ନିଜ କେଶ ବାନ୍ଧି ମନ୍ଦିରକୁ ପ୍ରବେଶ କରିବା ଆବଶ୍ୟକ। ନଚେତ ଭଗବାନଙ୍କର ଅପମାନ ହୋଇଥାଏ। କେଶ ଖୋଲା ରଖିବା ଦ୍ଵାରା ଖରାପ ଶକ୍ତି ଆକର୍ଷିତ ହୋଇଥାନ୍ତି। ତେଣୁ ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ମନ୍ଦିରକୁ କେଶ ଖୋଲା କରି ଯିବା ଉଚିତ ନୁହେଁ।

ପୁରାଣରେ ଖୋଲା କେଶ ଓ ନକାରାତ୍ମକତାର ସମ୍ବନ୍ଧ :-

ଖୋଲା କେଶ ନକାରାତ୍ମକତାର ପ୍ରତୀକ ହୋଇଥାଏ। ଏହାର ଉଦାହରଣ ସ୍ୱରୂପ ରାମାୟଣରେ ଦେଖିବାକୁ ମିଳେ। ରାମାୟଣରେ ଯେତେବେଳେ ମହାରାଜା ଦଶରଥ ପ୍ରଭୁ ଶ୍ରୀରାମଙ୍କୁ ରାଜପାଟ ଦେବା ପାଇଁ ନିଷ୍ପତ୍ତି ନେଲେ, ସେତେବେଳେ ମହାରାଣୀ କୈକେୟୀ କ୍ରୋଧିତ ହୋଇ ଭବନ ମଧ୍ୟରେ ନିଜ କେଶ ଖୋଲି ବସି ଯାଇଥିଲେ।

ତାପରେ ତାଙ୍କ ମୁଣ୍ଡରେ ଅନେକ ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହେଲା। ଏହାର ପରିଣାମ କଣ ହେଲା ତାହା ଆପଣ ମାନେ ସବୁ ଜାଣି ଥିବେ।ମହାଭାରତରେ ଦୁଃଶାସନ ଦ୍ରୌପଦୀଙ୍କ କେଶ ଟାଣି ତାଙ୍କୁ ଅସମ୍ମାନ କରିଥିଲା। ତେଣୁ ମହାରାଣୀ ଦ୍ରୌପଦୀ ୧୩ ବର୍ଷ ପର୍ଯ୍ୟନ୍ତ ନିଜ କେଶ ବାନ୍ଧି ନଥିଲେ। ତେବେ ଖୋଲା କେଶ କ୍ରୋଧକୁ ଦର୍ଶାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button