ଦେଶ ବିଦେଶ

୨ ବନ୍ଧକଙ୍କୁ ମୁକ୍ତ କଲା ହମାସ, ଆଉ ୫୦ ଜଣଙ୍କୁ ମୁକ୍ତ କରିବା ସମ୍ଭାବନା – Utkal Mail


ତେଲ ଅଭିଭ୍ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହମାସ୍ ଆତଙ୍କବାଦୀମାନେ ଆଉ ଦୁଇ ଜଣ ବନ୍ଦୀଙ୍କୁ ମୁକ୍ତ କରିଥିବା ଦାବି କରିଛନ୍ତି। ଦୁଇ ଜଣ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିବା ପରେ ଗାଜା ଉପତ୍ୟକାରୁ ବନ୍ଧକ ଥିବା ଅନ୍ୟ ଦୁଇ ଜଣ ମହିଳାଙ୍କୁ ମୁକ୍ତ କରାଯାଇଛି ବୋଲି ହମାସ ସୋମବାର କହିଛି। ମାନବୀୟ ଦୃଷ୍ଟିକୋଣରୁ ଏମାନଙ୍କୁ ମୁକ୍ତ କରାଯାଇଛି ବୋଲି ହମାସ କହିଛି ।

ହାମାସର ସାମରିକ ଶାଖା ଏକ ବୟାନ ଜାରି କରି କହିଛି ଯେ କତାର ଏବଂ ଇଜିପ୍ଟର ମଧ୍ୟସ୍ଥତା ପରେ ମାନବିକତା ଦୃଷ୍ଟିରୁ ଏହି ଦୁଇ ବନ୍ଧକଙ୍କୁ ମୁକ୍ତ କରାଯାଇଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାମାସ ଆହୁରି ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିପାରେ। ରିପୋର୍ଟରେ ଦାବି କରାଯାଇଛି ଯେ ରେଡକ୍ରସର ପ୍ରତିନିଧିମାନେ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଗାଜା ଯାଉଛନ୍ତି।

ଇସ୍ରାଏଲ୍ ସୋମବାର କହିଛି ଯେ ଏହାର ୨୨୨ ଜଣ ଲୋକଙ୍କୁ ହାମାସ ଅଟକ ରଖିଛି। ଇସ୍ରାଏଲ ସେନା କହିଛି ଯେ ହାମାସକୁ ନିପାତ କରିବା ପାଇଁ ସେମାନେ ନିରନ୍ତର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଚେତାବନୀ ଦେଇଛନ୍ତି ଯେ ସାଧାରଣ ଜନତାଙ୍କୁ ଅଣଦେଖା କରୁଥିବା ଇସ୍ରାଏଲର କୌଣସି ରଣନୀତି ଓଲଟା ପଡ଼ିପାରେ ।




Related Articles

Leave a Reply

Your email address will not be published. Required fields are marked *

Back to top button