ବିଚାର

ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲି ଦଧିବାମନ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ

ମନ୍ଦିର ଭିତରୁ ଝୁଲି ଝୁଲି ବଡ଼ଦାଣ୍ଡକୁ ବାହାରୁଛନ୍ତି ମହାପ୍ରଭୁ ଦଧିବାମନ । ଘଣ୍ଟ , ଶଙ୍ଖ , ହୁଲାହୁଳି ସାଙ୍ଗ କୁ ଭଜନ ସଂକୀର୍ତ୍ତନ ରେ ପ୍ରକମ୍ପିତ ହେଉଛି ପରିବେଶ । କଳା ଠାକୁରଙ୍କ ଚାହାଣି ଟିକିଏ ଦେଖିବା ପାଇଁ ଲାଗିଛି ପ୍ରବଳ ଗହଳି । ଏଆରି ଭିତରେ ଭକ୍ତଙ୍କ ମୁଖରୁ ବାହିରି ପଡୁଛି ଆସିଥିଲି କାଲିଆ ତୋ ଦରଶନ ପାଇଁ ରେ ତତେ ଛାଡି ଯିବାକୁ ମୋ ମନ ବଲୁ ନାହଁ । ଏମିତି ଗୀତରେ ଗୀତରେ ଜୟ ଜୟ ଜଗନ୍ନାଥ ନାମ ନେଇ ଭକ୍ତଙ୍କ ଭାବାବେଗ ସହ ଛେରାପହଁରା , ପୂଜାର୍ଚ୍ଚନା ସାଙ୍ଗକୁ ରଥାରୂଢ଼ ହୋଇଥିଲେ ପ୍ରଭୁ ଦଧିବାମନ ।

କୁହାଯାଏ ପୁରୀର ଜଗନ୍ନାଥ ସ୍ୱାମୀ ଓ ଭଟଲି ଦଧିବାମନ ସ୍ୱାମୀଙ୍କ ଭିତରେ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ରହିଛି । ପୁରୀ ଜଗନ୍ନାଥ ଧାମର ପୂଜାବିଧି ମଧ୍ୟରେ ସମାନତା ଦେଖିବାକୁ ମିଳିଥାଏ । ସେହିପରି ଆଉ ଗୋଟାଏ ଭିନ୍ନତା ଦେଖିବାକୁ ମିଳେ, ଯେପରି ଶ୍ରୀକ୍ଷେତ୍ରରେ ଅନ୍ନଭୋଗ ଲାଗୁଥିଲା ବେଳେ ଦଧିବାମନ ସ୍ୱାମୀଙ୍କ ଠାରେ ଲାଗି ହୁଏ ଶୁଖିଲା ଭୋଗ। ଦଧିବାମନ ସ୍ୱାମୀଙ୍କ ବିଗ୍ରହ କେଉଁ ଧାତୁ ବା ଉପାଦାନରେ ନିର୍ମିତ ହେଇଛି ତାହା ସ୍ପଷ୍ଟ ଭାବେ ଜଣାନାହିଁ ।

ଜିଲ୍ଲା ପ୍ରଶାସନ, ପୋଲିସ୍ ବିଭାଗ ଏବଂ ଯାତ୍ରା କମିଟିର ସମ୍ବମୟରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି ଦଧିବାମନ ସ୍ୱାମୀଙ୍କ ଘୋଷଯାତ୍ରା । ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବୋଲାଉଥିବା ଦଧିବାମନ ସ୍ୱାମୀଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ବେଳେ ଛୋଟ ଛୋଟ ଛୁଆଙ୍କୁ ରଥ ଛୁଆଁଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button