କ୍ରାଇମ

ଶିବମନ୍ଦିର ସାମ୍ନାରେ ବେକରେ କଟର ଚଳାଇଦେଲେ ଭକ୍ତ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଲିତପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଭଗବାନ ଶିବଙ୍କୁ ନିଜ ମସ୍ତକ ଅର୍ପଣ ପାଇଁ ବେକ କାଟି ଦେଇଥିବାର ଦୁଃଖଦ ଘଟଣା ଘଟିଛି।

ସୂଚନାଯୋଗ୍ୟ, ଲଲିତପୁର ସଦର ଥାନା ଅନ୍ତର୍ଗତ ରଘୁନାଥପୁରା ଗ୍ରାମରେ ରହୁଥିବା ଦୀପକଙ୍କ ପୁଅ ପଲଟୁ ପ୍ରଭୁ ଶିବଙ୍କ ଭକ୍ତ। ଅନେକ ସମୟରେ ସେ ଶିବଙ୍କ ଦର୍ଶନ ପାଇବା ସହିତ ପ୍ରସନ୍ନ କରିବା ପାଇଁ ଅଦ୍ଭୁତ କାମ ସବୁ କରିଥାଆନ୍ତି। ଏମିତି କି ସେ ଭଗବାନଙ୍କ ଶିବଙ୍କ ଭକ୍ତିରେ ନିଜ ଜୀବନକୁ ଅର୍ପଣ କରିଦେବେ ବୋଲି ଘରେ ସବୁବେଳେ କହିଥାଆନ୍ତି।

ମଙ୍ଗଳବାର ପଲଟୁ ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ଜଣେ ଗ୍ରାମବାସୀ ଧରିଥିବା କଟର ମେସିନ୍ ଦେଖି ପଲଟୁ ତାହାକୁ ଚଲାଇବାକୁ ମାଗିଥିଲେ। ଗ୍ରାମବାସୀ କିନ୍ତୁ ପଲଟୁଙ୍କ କଥା ଶୁଣି ନଥିଲେ।

ଏହାପରେ ପଲଟୁ କଟର ମେସିନ୍ ଥିବା ଗ୍ରାମବାସୀଙ୍କ ପାଖକୁ ଯାଇ  ନିଜ‌େ ଉକ୍ତ କଟରର ସୁଇଜ ଅନ କରି ଦେଇଥିଲେ। ଆଉ ବେକର ପଛପାର୍ଶ୍ବକୁ କାଟି ପକାଇଥିଲେ। ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଇଥିଲେ।

କ’ଣ କରି‌ବେ ପଲଟୁଙ୍କୁ କେମିତି ବଞ୍ଚାଇବେ କିଛି ବୁଝି ପାରି ନଥଲେ। ଏହାପରେ ମନ୍ଦିର ପରିସରରେ ଉପସ୍ଥିତ ଥିବା କିଛି ଲୋକେ  ସଙ୍ଗେସଙ୍ଗେ ରକ୍ତାକ୍ତ ଅବସ୍ଥାରେ ପଲଟୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଠିକ ସମୟରେ ଚିକିତ୍ସା ଆରମ୍ଭ କରିଥିବାରୁ ପଲଟୁଙ୍କ ଜୀବନ ବଞ୍ଚିଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button