ନିଜ ଝିଅର ମୃତ୍ୟୁ ପାଇଁ ହାତ ଯୋଡି ମା ମାଗୁଛି ଭିକ, କହୁଛନ୍ତି “ମୋ ଝିଅକୁ କିଛି ବି କରି ମାରିଦିଅ”… ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ଏ ଯନ୍ତ୍ରଣା ଆଉ ସହୁ ନାହି । ମୋତେ ମୁକ୍ତି ଦରକାର । ହଁ ସେଥିପାଇଁ ସହଜ ମୃ-ତ୍ୟୁ ଦିଅ । ମୋ ଇଚ୍ଛା ମୃ-ତ୍ୟୁ ନିବେଦନ କରୁଛି । କିଏ ଜୀବନ ବଞ୍ଚିବ ପାଇଁ ପ୍ରାର୍ଥନା କରେ କିନ୍ତୁ ମୁଁ ମୃ-ତ୍ୟୁ ପାଇଁ ଗୁହାରି କରୁଛି । କ୍ୟାମେରା ଆଗରେ କାନ୍ଦି କାନ୍ଦି ନିଜର ଦୁଖ ବଖାଣୁଛନ୍ତି ଏହି ପୀଡ଼ିତା ଯୁବତୀ । ଅନବରତ ଆଖି ରୁ ଝରି ଯାଉଛି ଲୁହ ଧାର । ମୁଣ୍ଡ ରୁ ପାଦ ଯାଏଁ ଯନ୍ତ୍ରଣା ରେ ଫାଟି ପଡୁଛି ।
ପାଖରେ ବସି ଆମ ଦେହ ମୁଣ୍ଡ ଘଷି ଦେଉଛନ୍ତି । ଝାଡା ପରିସ୍ରା ଜନିତ ଅଜଣା ରୋଗରେ ପୀଡିତ ହୋଇ ମୃ-ତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏ ହେଉଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଆଲିଆ ଗାଁ ର ଅର୍ଜୁନ ବେହେରାଙ୍କ ଝିଅ ସାରଥି ବେହେରା । ବର୍ଷ ପରେ ବର୍ଷ ମେଡିକାଲ ରୁ ମେଡିକାଲ ଦୌଡି ଦୌଡି ଆଉ ସୁସ୍ଥ ହେବେ ବୋଲି ତାଙ୍କର ଭରସା ନାହି । ଝିଅକୁ ଏମିତି ଯନ୍ତ୍ରଣାରେ ଦେଖି ସହି ପାରୁନି ମା ।
କାନ୍ଦି କାନ୍ଦି ହାତ ଯୋଡି ସରକାରକୁ ଅନୁରୋଧ କରୁଛି ମା ଯଦି ମୋ ଝିଅ ଭଲ ହେବ ନାହି ତେବେ ତାକୁ ଇଚ୍ଛା ମୃ-ତ୍ୟୁ ଦିଅ । 4 ବର୍ଷ ପୂର୍ବେ ସବୁ ଠିକ ଠାକ ଥିଲା । ଭୁବନେଶ୍ଵର ରେ ରହି ଚାକିରି କରୁଥିଲେ ସାରଥି । ହଠାତ ପେଟ ଓ ଛାତିରେ ଯନ୍ତ୍ରଣା ଅସହ୍ୟ ହେବାରୁ ଡାକ୍ତର ପରୀକ୍ଷା କରି କହିଲେ ଟ୍ଯୁମର ହୋଇଛି । ପ୍ରଥମେ ମେଡ଼ିସିନରେ ସୁଫଳ ନ ହେବାରୁ ଅପରେସନ ପରେ ଟ୍ଯୁମର କଢାଗଲା ।
ଆଉ ତା ପରେ ସାରଥିଙ୍କର ଏ ଅବସ୍ଥା । ନା ସୋଇ ପାରୁଛନ୍ତି ନା ବସି ପାରୁଛନ୍ତି । କେତେ ଆଉ ଔଷଧ ଖାଇବେ କୌଣସି ଉପଶମ ମିଳୁ ନାହି । ଡାକ୍ତର ବି ରୋଗ ଚିହ୍ନଟ କରିପାରୁ ନାହାନ୍ତି । ଶେଷରେ ସାଇକୋ ରୋଗୀ କହି ଘରକୁ ଫେରାଇ ଦେଲେ ଡାକ୍ତର । ଗୋଟିଏ ପଟେ ଚିକିତ୍ସା ଫଳପ୍ରଦ ହେଉ ନ ଥିବା ବେଳେ ଅନ୍ୟ ପଟେ ଅସହ୍ୟ ଯନ୍ତ୍ରଣା ସାରଥି ଙ୍କୁ ନିରାଶ କରି ଦେଇଛି ।
ଶେଷରେ ସେ ବାଧ୍ୟ ହୋଇ ଇଚ୍ଛା ମୃ-ତ୍ୟୁ ପାଇଁ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଊ ମୁଖ୍ୟ ମନ୍ତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ନିବେଦନ କରିଛନ୍ତି । ରୋଗ ଯନ୍ତ୍ରଣା ରେ ଛଟପଟ ସାରଥି ଙ୍କୁ ଯଥା ଶୀଘ୍ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅନ୍ତୁ ସରକାର ଏତିକି ଆଶା କରା ଯାଉଛି ।