ଜୀବନଶୈଳୀ

କେମିତି କମିବ ବଡ ପେଟ ? ଜାଣନ୍ତୁ ଏହାର ମେଦବହୁଳତାର କାରଣ ଓ ପ୍ରତିକାର ?

। ସୂଚନା ଅନୁସାରେ ବର୍ତ୍ତମାନର ସମୟରେ ଓବେସିଟି ବା ମେଦବହୁଳ ସମସ୍ଯାରେ ବହୁତ ଲୋକ ଚିନ୍ତିତ ରହୁଛନ୍ତି । ଏଥି ସହିତ ଛୋଟ ପିଲା ମାନେ ବି ଅଯଥା ମୋଟାପଣର ଶିକାର ହୋଇଯାଉଛନ୍ତି । ଯାହା ଦ୍ଵାରା ତାଙ୍କର ପେଟର ସାଇଜ ବଢିବା ସହିତ ଶରୀରର ଅନ୍ୟାନ୍ୟ ସ୍ଥାନରେ ଫ୍ୟାଟ ଡିପୋଜିଟ ହୋଇ ଶରୀରକୁ ଅଯଥା ମୋଟା କରିଦେଉଛି । ଡାକ୍ତରଙ୍କର ଆଖିବା ଅନୁସାରେ ଯଦି ପିଲାଙ୍କର ଉଚତାକୁ ନେଇ ଶରୀରର ଓଜନ ଠିକ ଭାବରେ ରହିନଥାଏ ।

 

ଦରକାରରୁ ଅଧିକ ମୋଟାପଣ ଶରୀରରେ ଦେଖିବାକୁ ମିଳିଥାଏ । ତେବେ ସେହି ବ୍ୟକ୍ତି ମାନେ ହିଁ ଓବେସିଟି ବା ମେଦବହୁଳର ଶିକାର ହେଉଛନ୍ତି । ଏହି ମୋଟାପଣ ହିଁ ଆଗାମୀ ସମୟରେ ଅନେକ ପ୍ରକାର ରୋଗ ବେମାରୀକୁ ସୃଷ୍ଟି କରିଥାଏ । ବର୍ତ୍ତମାନ ସମୟରେ ବହୁତ ଲୋକ ସିଟିଙ୍ଗ ୱାର୍କ କରୁଛନ୍ତି।  ଯେଉଁଥିରେ କୌଣସି ପ୍ରକାର ଶାରୀରିକ ପରିଶ୍ରମ ହେଉନାହିଁ ।

ଲୋକମାନେ ବସିକି ଘଣ୍ଟା ଘଣ୍ଟା କାଳ ବସିକି ହିଁ କାର୍ଯ୍ୟ କରୁଛନ୍ତି । ପିଲା ମାନଙ୍କର ପାଠ ପଢାର ଚାପ ଏତେ ମାତ୍ରାରେ ବଢି ଯାଉଛି । ସେମାନେ ସ୍କୁଲ, ଟିଉସନରେ ବହୁତ ସମୟ ବସିକି ପାଠ ପଢୁଛନ୍ତି । ଘରକୁ ଆସିଲା ପରେ ଖାଇ ଦେଇ ବାହାରେ ପଡିଆରେ ଶାରୀରିକ ପରିଶ୍ରମ ହେଉଥିବା ଖେଳ ନ ଖେଳି ମୋବାଇଲ, ଟିଭି ବହୁତ ସମୟ ଦେଖୁଛନ୍ତି । ତେଣୁ ସେମାନେ ଯେଉଁ ସବୁ ଖାଦ୍ୟ ଖାଉଛନ୍ତି ।

 

ତାହା ଠିକ ଭାବରେ ହଜମ ହେବାରେ ବାଧା ସୃଷ୍ଟି ହେଉଛି । ଚର୍ବି ଗୁଡିକ ଘଟୁନାହିଁ । ଶରୀରରେ ଚର୍ବି ଜମି ଜମି ବ୍ୟକ୍ତିକୁ ଅତ୍ୟଧିକ ମୋଟା କରିଦେଉଛି।  ଖାଦ୍ୟରେ ସବୁବେଳେ ନ୍ୟୁଟ୍ରିସନ ଭାଲ୍ଯୁ ରହିବା ଦରକାର । ଯେକୌଣସି ଖାଦ୍ୟ ଖାଇକି ଭୋକ ମାରିଦେବା ଭୋକ କମିଯାଉଛି କିନ୍ତୁ ଶରୀରକୁ ଠିକ ପୋଷଣ ମିଳିପାରୁନାହିଁ । ଉଠିବାର ୧ ରୁ ୨ ଘଣ୍ଟା ଭିତରେ ବ୍ରେକଫାଷ୍ଟ କରିନେବା ଉଚିତ । ବ୍ରେକଫାଷ୍ଟରେ ଚୂଡା, ଛତୁଆ, ରୁଟି, ଫଳ କୌଣସି ଫଳ ବା ପରିବାରୁ ପ୍ରସ୍ତୁତ ହେଲଦି ଜୁଷ ସେବନ କରିପାରିବେ ।

ଯେତେ ସମ୍ଭବ ବାହାରର ଜଙ୍କ ଫୁଡ୍ କୁ ଇଗନୋର କରି ଘରେ ହେଲଦି ଖାଦ୍ୟ ବନାଇକି ଖାଇପାରିବେ । ଲଞ୍ଚରେ ଭାତ କିମ୍ବା ରୁଟି ଯାହା ଖାଇପାରିବେ । ଏହା ସହିତ ମିକ୍ସ ପରିବାରୁ ପ୍ରସ୍ତୁତ ତରକାରୀ କିମ୍ବା ଭଜା, ସ୍ଯାଲାଡ, ଦହି ମାଛ, ମାଂସ ଓ ଅଣ୍ଡା ଆଦି ଏଥିମଧ୍ୟରୁ ନିଜ ଶରୀର ପାଇଁ ଆବଶ୍ୟକତା ଅନୁସାରେ ଖାଦ୍ୟ ସେବନ କରିବା ଉଚିତ । ରାତିର ଡିନର ଖାଇବା ରାତି ୮ ଭିତରେ ହୋଇଯିବା ଦରକାର ।

 

କାରଣ ରାତିରେ ଖାଦ୍ୟ ହଜମ କରିବାର ଶକ୍ତି ବହୁତ କମିଯାଇଥାଏ । ଯଦି ବିଳମ୍ବିତ ରାତିରେ ପୁଣି ଅଧିକ ଗରିଷ୍ଟ ଭୋଜନ କରିବେ । ତେବେ ଯାହା ଅଧିକ ଆମାଉଣ୍ଟର ତେଲ ମସଲା ଖାଦ୍ୟ ଖାଇବେ । ତାହା ଶରୀରରେ ଚର୍ବି ବୃଦ୍ଧି କରିଦେବ । ତେଣୁ ଶୋଇବାର କିଛି ସମୟ ପୂର୍ବରୁ ହିଁ ରୁଟି, ସଂତୁଳା, ତରକାରୀ ଆମଲେଟ ଆଦି ଖାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button